ଓଡିଶା

Tihidi Flood: ବନ୍ୟା ପରେ ବିପନ୍ନଙ୍କ ଦୁର୍ଦ୍ଦଶା, ରାତି ହେଲେ ସାପ ଭୟରେ ଆଖିରୁ ହଜୁଛି ନିଦ

ଖସୁଛି ପାଣି, ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା । ଉଜୁଡ଼ିଯାଇଛି ଚାଷବାସ । ଭାଙ୍ଗିଯାଇଛି ଘର । ରାତି ହେଲେ ଭୟ ଆହୁରି ବଢିଯାଉଛି । ସାପଙ୍କ ଭୟରେ ଆଖିରୁ ନିଦ ହଜିଯାଇଛି । ଜଣେ ଶୋଇଲେ ଆଉ ଜଣେ ରାତି ସାରା ଚାହିଁ ରହୁଛି । ହାତରେ ବାଡ଼ି ଧରି ପରିବାରକୁ ଜଗି ରହୁଛନ୍ତି । ଏଭଳି ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ତିହିଡି ବ୍ଲକର ତଳ ଗୋପବିନ୍ଧା ପଞ୍ଚାୟତ ଲୋକେ । ଦିନରେ ବନ୍ୟାଜଳର ଭୟ, ରାତିରେ ସାପ ଓ ଭାଙ୍ଗିଯାଇଥିବା ଘରର ଭୟ । ଘର ଭିତରେ ରହିବା ବିପଦ, ବାହାରକୁ ବାହାରିବା ବି ବିପଦ । ଧୀରେ ଧୀରେ ଖସୁଛି ବନ୍ୟାଜଳ। ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ। ବନ୍ୟା ପାଣିରେ ଉଜୁଡ଼ିଯାଇଛି ଚାଷବାସ ।

ଅନେକଙ୍କ ଘର ଭାଙ୍ଗିଯାଇଥିବା ବେଳେ ଏବେ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ସୁରକ୍ଷିତ ସ୍ଥାନ ନାହିଁ। ଦିନରେ ବନ୍ୟାଜଳର ଭୟ ଓ ରାତି ହେଲେ ସାପ ଏବଂ ଭାଙ୍ଗିପଡ଼ିଥିବା ଘରର ଭୟ ବିପନ୍ନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ବିଶେଷକରି ରାତି ହେଲେ ଭୟ ଆହୁରି ବଢ଼ିଯାଉଛି । ବନ୍ୟା ପାଣି ସହ ସାପ ଘର ଭିତରକୁ ପଶିବା ଆଶଙ୍କା ରହୁଥିବାରୁ ଲୋକେ ଆଖିରୁ ନିଦ ହରାଇଛନ୍ତି। ପରିବାରର ଜଣେ ଶୋଇଲେ ଅନ୍ୟଜଣେ ରାତିସାରା ଜାଗି ରହୁଛନ୍ତି । ହାତରେ ବାଡ଼ି ଧରି ପରିବାରକୁ ଜଗି ରହିବାକୁ ପଡ଼ୁଛି । ଛୋଟ ପିଲା ଓ ବୟସ୍କମାନଙ୍କୁ ନେଇ ପରିବାରଗୁଡ଼ିକ ଅଧିକ ଚିନ୍ତାରେ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button