ଜୀବନଶୈଳୀ

ସମ୍ପର୍କରେ ଆସୁଥିବା ଦୂରତାକୁ ଏହି ସବୁ ସଂକେତରୁ ଜାଣନ୍ତୁ, ସୁଖମୟ ହେବ ବୈବାହିକ ଜୀବନ

ସମସ୍ତ ରିଲେଶନଶିପରେ ଭଲ ପାଇବା ରହିବା ଦରକାର । ଖାସ କରି ଆପଣ ଯାହା ସହ ନିଜର ପୁରା ଜୀବନ ବ୍ୟତୀତ କରିବାକୁ ଚାହୁଁଛନ୍ତି ସମ୍ପର୍କ ମଧ୍ୟରେ ଭଲ ପାଇବା ରହିବା ଦରକାର । କିନ୍ତୁ ଯଦି ଦୁଇ ଜଣଙ୍କ ମଧ୍ୟରେ ମତଭେଦ ଆସିଯାଏ ତେବେ ସେହି ସମ୍ପର୍କ ମଧ୍ୟରେ ଭଲ ପାଇବା କମ ହୋଇ ଯାଏ ଓ ସେହି ସମ୍ପର୍କ ବୋଝ ହୋଇ ରହିଯାଏ । ସେଥିପାଇଁ ବିବାହିତ ଦମ୍ପତ୍ତି ବୈବାହିକ ସଂସାରକୁ ଏକ ବନ୍ଧନ ବୋଲି ଭାବି ଚାଲନ୍ତୁ ।

କିନ୍ତୁ ଏହି ବୈବାହିକ ଜୀବନରେ ଆସୁଥିବା ଅସୁବିଧାକୁ ଚିହ୍ନି ପାରି ଯଦି ଆପଣ ସେଥିରୁ ବାହାରି ପାରିଲେ ଓ ସେହି ସମସ୍ୟାର ସମାଧାନ କରି ପାରିଲେ ତେବେ ଆପଣ ଏକ ସୁଖୀ ବୈବାହିକ ଜୀବନ ଅତିବାହିତ କରିବେ ।

୧. ଯଦି ଆପଣ ଓ ଆପଣଙ୍କ ପତ୍ନୀଙ୍କ ମଧ୍ୟରେ କଥାବାର୍ତ୍ତା ସେତେବେଳେ ହୋଇଥାଏ ଯେତେବେଳେ କାମ ପଡିଥାଏ । ତେବେ ଏହି କମୁନିକେସନ ଦୂରତା ଆପଣଙ୍କ ସମ୍ପର୍କ ମଧ୍ୟରେ କାନ୍ଥ ହୋଇ ଛିଡା ରହିଥାଏ, କାରଣ କୌଣସି ସମ୍ପର୍କକୁ ସଠିକ ଭାବରେ ରଖିବାକୁ ହେଲେ ନିଜ ଭିତରେ ଠିକ ବୁଝାମଣା ରହିବା ଦରକାର । ନଚେତ ଭୁଲ ବୁଝାମଣା ହେବା ପାଇଁ ଅଧିକ ସମୟ ଲାଗିବ ନାହିଁ । ସଠିକ ଭାବରେ କଥାବାର୍ତ୍ତା ନ ହେବା ଦ୍ଵାରା ଆମକୁ ଜଣା ପଡେ ନାହିଁ କି ଆମ ଦୁଇଜଣ ଜୀବନରେ କଣ ଚାଲିଛି ଓ ସମ୍ପର୍କରେ ଦୂରତା ବଢି ଚାଲିଥାଏ ।

୨. ଯଦି ଅସୁସ୍ଥ ହେବା ପରେ କେବଳ ମେଡିସିନ ଆଣି ଦେବା ପରେ କାମ ଶେଷ ହୋଇ ଯାଉଛି, ଆପଣ ଅସୁସ୍ଥ ଥିଲେ ମଧ୍ୟ ଆପଣଙ୍କ ପାର୍ଟନର ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ବୁଝିବାକୁ ଚେଷ୍ଟା କରେ ନାହିଁ, ତେବେ ଏଥିରୁ ଜଣା ପଡି ଯାଉଛି କି ଆପଣଙ୍କ ସମ୍ପର୍କ ମଧ୍ୟରେ ଆଉ କିଛି ବି ନାହିଁ । ଆପଣଙ୍କ ମଧ୍ୟରେ ଭଲ ପାଇବା ନାହିଁ । ଏହା ସହିତ ଯଦି ଏମିତି ଲାଗୁଥିବ କି ଆପଣ ଏହି ସମ୍ପର୍କକୁ କେବଳ ନିଜର ଦାୟିତ୍ଵ ଭାବି ପାଳନ କରୁଛନ୍ତି, ପରସ୍ପରର ଜୀବନରେ କଣ ଚାଲୁଅଛି ଆପଣଙ୍କୁ ଜାଣିବାକୁ ଇଚ୍ଛା ନାହିଁ କିମ୍ବା ପରସ୍ପରର ଚିନ୍ତା କରିବା ବି ବହୁତ କମ କରି ଦେଇଥିବେ ।

୩. ଯେକୌଣସି ସମ୍ପର୍କ ହେଉ ନା କାହିଁକି ସେଥିରେ ଭାବନା ରହିବା ଦରକାର । ଭାବନା କୌଣସି ସମ୍ପର୍କକୁ ଭାଙ୍ଗି ଦେଇଥାଏ ତ ଆଉ କୌଣସି ସମ୍ପର୍କକୁ ଦୃଢ କରି ଦେଇ ଥାଏ । ପରସ୍ପରର ଜନ୍ମ ଦିନରେ କିମ୍ବା ବିବାହ ବାର୍ଷିକରେ କେବଳ ଉପହାର ଦେବା ନେବା, କିଛି ବି ଚିନ୍ତା ନ କରି ଉଭୟ ପୁରୁଷ କିମ୍ବା ନାରୀ ପରସ୍ପରକୁ କେବଳ ଉପହାର ଦେଇଥାନ୍ତି, ଏହା ସହିତ ସେମାନେ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ କି ସେହି ଉପହାର ତାଙ୍କୁ ଭଲ ଲାଗିବ ନା ନାହିଁ । ଉପହାର ଦେବା ନେବା ଏକ ଫର୍ମଲିଟି ହୋଇ ରହିଯାଇଛି । ଏହି ସବୁ ସେତେବେଳେ ହୋଇଥାଏ ଯେତେବେଳେ ତାଙ୍କ ଭିତରେ ଥିବା ଭଲ ପାଇବା କମ ହୋଇ ଯାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button