ଓଡିଶା

Hulk Gibbon: ନନ୍ଦନକାନନ ଖୁଆଡରୁ ଖସି ଆସିଲା ହୁଲକ୍ ଗିବନ୍ , ପପର୍ଯ୍ୟଟକମାନେ ଦେଖି କର୍ମଚାରୀଙ୍କୁ ଖବର ଦେଇଥିଲେ

ଖୁଆଡ଼ରୁ ଖସି ଆସିଲା ହୁଲକ୍ ଗିବନ୍ । ନନ୍ଦନକାନନ ଖୁଆଡରୁ ଖସି ବାହାରକୁ ଆସିଗଲା ହୁଲକ୍ ଗିବନ୍ । ଖୁଆଡ଼ରୁ ଖସି ଆସି ଏକ ବଡ ଗଛ ଉପରେ ବସି ରହିଥିଲା ଗିବନ୍ । ପର୍ଯ୍ୟଟକମାନେ ଦେଖି ନନ୍ଦନକାନନ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ଟ୍ରାଙ୍କୁଲାଇଜ ଟିମ୍ କୁ ଦେଖି ଖୁଆଡ ଭିତରକୁ ପଶି ଯାଇଥିଲା । ନନ୍ଦନକାନନ ଖୁଆଡରୁ ବାହାରକୁ ଚମ୍ପଟ ମାରିଲା ହୁଲକ୍ ଗିବନ୍। ଗୋଟିଏ ଅଣ୍ଡିରା ହୁଲକ ଗିବନ ଖୁଆଡ଼ ମଧ୍ୟରୁ ବାହାରକୁ ଚମ୍ପଟ ମାରି ଚାଲି ଆସିଛି। ନନ୍ଦନକାନନରେ ଜନ୍ତୁ ମାନଙ୍କ ପାଇଁ ଏତେ ସୁରକ୍ଷିତ ଓ ଆବଦ୍ଧ ଖୁଆଡ଼ ନିର୍ମାଣ ସତ୍ବେ କିପରି ଏଭଳି ଘାଟନ ଘଟୁଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଖବର ପାଇ ଜନ୍ତୁ ବିଭାଗର କର୍ମଚାରୀ ଓ ରେଞ୍ଜର ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ଖୁଆଡ଼ ବାହାରୁ ହୁଲକ ଗିବନକୁ ଭିତରକୁ ଫେରାଇ ଆଣିବାରେ ସମର୍ଥ ହୋଇଥିଲେ । ଫଳରେ ଦୀର୍ଘ ସମୟ ଯାଏ ପର୍ଯ୍ୟଟକଙ୍କୁ ହୁଲକ ଗିବନ ଦେଖିବାକୁ ବଞ୍ଚିତ ହୋଇଥିଲେ । ଗିବନଟି ଖୁଆଡ଼ ମଧ୍ୟରେ ଥିବା ଗଛର ଡାଳରୁ ଡେଇଁ ବାହାରକୁ ଆସି ଯାଇଥିଲା । ତେବେ ଖୁଆଡ଼ ମଧ୍ୟରେ ଏତେ ବଡ଼ ବଡ଼ ଗଛ କଣ ପାଇଁ ରଖାଯାଇଛି । ଯଦି ଅଛି ତେବେ ତାକୁ ସମୟ ସମୟ ମଧ୍ୟରେ କଣ ପାଇଁ ଡାଳ କଟା ଯାଉନାହିଁ । ଯେଉଁଥି ପାଇଁ ଆଜି ଏପରି ଘଟଣା ଘଟିଛି । ହୁଲକ ଗିବନଟି ଯଦି ଖୁଆଡ଼ ବାହାରକୁ ଅନ୍ୟତ୍ର କେଉଁ ଆଡେ ଚାଲି ଯାଇଥାନ୍ତା । ତେବେ ତାକୁ ଧରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଥାନ୍ତା । ଗିବନ ଖୁଆଡ଼ରୁ ଖସି ଯିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button