ସ୍ୱାସ୍ଥ୍ୟ

ଅଣ୍ଟା ଏବଂ ପିଠି ଯନ୍ତ୍ରଣା ଦୂର କରିବାକୁ ଚାହୁଁଛନ୍ତି, ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତିଦେବ ଗୁଆ

ଆଜିକାଲି ସମସ୍ତଙ୍କ ପାଇଁ ମୁଣ୍ଡବିଥ୍ୟାର କାରଣ ପାଲଟିଛି ଅଣ୍ଟା ଏବଂ ପିଠି ଯନ୍ତ୍ରଣା। ଦୀର୍ଘ ସମୟ ଧରି ଅଫିସ କିମ୍ବା ବ୍ୟବସାୟ କ୍ଷେତ୍ରରେ କାମ କରିବା ଦ୍ୱାରା ପ୍ରାୟତଃ ସମସ୍ତେ ଏହି ସମସ୍ୟାରେ ଗତି କରୁଛନ୍ତି। ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଗୁଆର ଏହି ଉପାୟ ଏବଂ ଦୂର କରନ୍ତୁ ଆପଣଙ୍କ ସମସ୍ୟା। ଗୁଆ ସମସ୍ତଙ୍କ ଘରେ ଅତି ସହଜରେ ମିଳିଯାଏ। ପାନ ଖାଉଥିବା ଲୋକ ଗୁଆ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ଏଥିପାଇଁ ଆମେ ଗୁଆକୁ କୌଣସି ପାନମସଲା ଯୁକ୍ତ ଜିନିଷ ବୋଲି ଭାବିଥାଉ। ସାଧାରଣତଃ ଗୁଆକୁ ନେଇ ଆମ ସମସ୍ତଙ୍କ ମନରେ ଏପରି ଧାରଣା ରହିଛି। କିନ୍ତୁ ଆପଣ କ’ଣ ଜାଣନ୍ତି କି, ଗୁଆମଧ୍ୟ ଆପଣଙ୍କର ଅନେକ ରୋଗରୁ ରକ୍ଷା କରିଥାଏ। ଗୁଆରେ ଏଲକୋଲାଇଡ, ଇକୋଲିନ, ଅରୋକାଇନ, କୋଲାଇନ, ଗ୍ଵାକୋଲାଇନ, ଟନିନ ଭଳି ପୋଷକ ତତ୍ତ୍ୱ ରହିଛି। ଯାହା ଶରୀରର ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହାର କ’ଣ ରହିଛି ଔଷଧୀୟ ଗୁଣ।

– ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଦୂର କରିବା ପାଇଁ ଏହା ବେଶ ଲାଭଦାୟକ। ଏଥିପାଇଁ ଗୁଆ ଗଛର କଅଁଳ ପତ୍ର ଆଣି ସେଥିରୁ ରସ କାଢି ଏହା ସହିତ ଏସେନସିଆଲ ଅଏଲ ସହିତ ମିଶାନ୍ତୁ। ଏବେ ଏଥିରେ ଏକ କପଡା ଭିଜାଇ ପିଠି ଏବଂ ଅଣ୍ଟାରେ ଗୁଡାଇ ରଖନ୍ତୁ। ଏପରି ଅଧଘଣ୍ଟା ରଖିବା ଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିଥାଏ।

55

 

– ଗୁଆକୁ ଗୁଜୁରାତି ଏବଂ ଖସଖସ ସହିତ ଖାଇବା ଦ୍ୱାରା ପେଟଜନିତ ଯନ୍ତ୍ରଣା କମ୍‌ ହୋଥାଏ। ଗ୍ୟାସ, ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ଦିଏ।

– ଗୁଆ ଗଛର କଅଁଳ ପତ୍ର ରସ ପିଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳେ। ଏଥିରେ ଥିବା ଲେକ୍ସଟିଭ ନାମକ ତତ୍ତ୍ୱ ପେଟ ସଫା କରିବାରେ ସହାୟକ ହୋଇଥାଏ।

– ଏହି ପତ୍ର ରସରେ କ୍ଷୀର ଏବଂ ଚିନି ମିଶାଇ ପିଇବା ଦ୍ୱାରା ପରିସ୍ରାଜନିତ ଅସୁବିଧା ଦୂର ହୋଇଥାଏ।

– ଯଦି ଆପଣଙ୍କୁ କୌଣସି ବିଷାକ୍ତ ଜନ୍ତୁ କାମୁଡିବା ଦ୍ୱାରା ସେହି ସ୍ଥାନ ଫୁଲିଥାଏ ତେବେ ଗୁଆକୁ ଘୋରି ଏହାର ପେଷ୍ଟ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିବ।

12

 

– ନିୟମିତ ଭାବେ ଗୁଆ ଖାଇବା ଦ୍ୱାରା ମାଂସପେଶୀ ସଙ୍କୁଚନ ଦୂର ହୋଇଥାଏ। ଫଳରେ ହାର୍ଟଆଟାର୍କ ହେବାର ସମ୍ଭାବନା କମ୍‌ ରହିଥାଏ।

– ରାତିରେ ଶୋଇବା ସମୟରେ ଗୁଆ ଖାଇଲେ ନିଦ ଭଲ ଆସେ ଏବଂ ଏକାଗ୍ର ଶକ୍ତି ବୃଦ୍ଧି ହୋଇଥାଏ।

– ଝାଡା ହେଉଥିଲେ ଅଳ୍ପ ଗୁଆ ଖାଇବା ଦ୍ୱାରା ମଧ୍ୟ ଲାଭ ମିଳିଥାଏ। ଏହା ମଧ୍ୟ ଶରୀରରୁ ପାଣିର ଅଭାବ ଦୂର କରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button