ସ୍ୱାସ୍ଥ୍ୟ

ଜାଣନ୍ତୁ ଆତର ବିଭିନ୍ନ ଜଣାଅଜଣା ଉପକାରୀତା, ହୃଦରୋଗ ସହ କ୍ୟାନ୍ସର ଆଦି ଅନେକ ରୋଗକୁ କରେ ଦୂର

ଆତ ପ୍ରାୟ ସବୁଠାରେ ମିଳିଥିବା ବେଳେ ଏହା ଖାଇବାକୁ ମଧ୍ୟ ଖୁବ୍ ସୁଆଦିଆ ଲାଗିଥାଏ। ତେବେ ଆତ ଫଳ ପାଟିକୁ ଯେପରି ସ୍ୱାଦିଷ୍ଟ ଠିକ୍ ସେହିପରି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ଏହାର ସେବନ ଅନେକ ରୋଗ ଦୂର କରିଥାଏ। ଆଜି ଆମେ ଆତ ସମ୍ବନ୍ଧୀୟ ବିଭିନ୍ନ ଜରୁରୀ କଥା କହିବାକୁ ଯାଉଛୁ।

-ମ୍ୟାଗ୍ନେସିଅମରେ ଭରପୂର ହୋଇଥିବା ଆତରେ ହୃଦରୋଗ ସହ ଲଢ଼ିବାର କ୍ଷମତା ରହିଥାଏ। ଏହା ଛଡ଼ା ଏଥିରେ ରହିଥିବା ଭିଟାମିନ୍ ବି-୬ ଯୋଗୁଁ ବ୍ୟକ୍ତି ଶରୀରର ହୋମୋସିଷ୍ଟାଇନ୍ ,ଏମିନୋ ଏସିଡ୍ ଭଳି ସମସ୍ୟା ମଧ୍ୟ ନିୟନ୍ତ୍ରିତ ରୁହେ।

custard-(2)

-ବିଶେଷଜ୍ଞଙ୍କ ଅନୁସାରେ ଆତର ସେବନ ଖଣ୍ଡିଆକୁ ଶୀଘ୍ର ସୁଖାଇବା ସହ ତାହାକୁ ଠିକ୍ କରିବାରେ ଲାଭଦାୟକ ହୋଇଥାଏ। ଏହା ତ୍ୱଚା କୋଷିକାକୁ ପୁଣିଥରେ ବିକଶିତ କରିବା ସହିତ ଦରଦ ଜନିତ ସମସ୍ୟାକୁ ବି ତୂରନ୍ତ ଦୂର କରେ। ତେବେ ଆତ ରେ ମଧ୍ୟ ଆଣ୍ଟି-ବ୍ୟାକ୍ଟେରିଅଲ୍ ଗୁଣ ନିହିତ ରହିଥାଏ।

– ଆତରେ କପର୍ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ। ଆତ ପାଚନ କ୍ରିୟା ସଂପାଦନ କରି ହଜମ କରାଇବାରେ ଖୁବ ସହାୟକ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପାଣି ସହିତ ଆତ ପାଉଡ଼ରକୁ ମିଶାଇ ଖାଇବା ଦ୍ୱାରା ଏହା ଡାଇରିଆକୁ ଦୂର କରିଥାଏ ।

-Custard-Apples

– ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ଆତପତ୍ରର ସେବନ ସ୍ତନ କର୍କଟ ଲାଗି ଉପକାରୀ ହୋଇଥାଏ। କାରଣ ଏଥିରେ ଭରି ରହିଥିବା ଆଣ୍ଟି-ଅକ୍ସିଡେଣ୍ଟ ଯୋଗୁଁ ଏହା କୋଷିକାକୁ ମଜବୁତ କରିବା ସହ ଶରୀରର କୌଣସି କ୍ଷତି ହେବାକୁ ଦେଇନଥାଏ।

– ଆତରେ ଭିଟାମିନ୍-ଏ ଥିବା ଯୋଗୁଁ ଏହା ଉଭୟ ତ୍ୱଚା ଏବଂ କେଶ ପାଇଁ ଉପାଦେୟ ହୋଇଥାଏ।

Custard-Apple 2

– ବିଶେଷଜ୍ଞମାନେ ସପ୍ତାହକୁ ଥରୁଟିଏ ଏହାର ବ୍ୟବହାର ପାଇଁ ପରାମର୍ଶ ଦେଇଥିବାବେଳେ,ଏହାର ସେବନ ଉଭୟ ମାଢ଼ି ଓ ଦାନ୍ତକୁ ମଜ୍ଭୁତ କରିବାରେ ମଧ୍ୟ ସାହଯ୍ୟ କରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button