ବିଚାର

Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଘରର ଏହି ୫ଟି ଜିନିଷ କେବେ ବି ଅନ୍ୟ କାହାକୁ ଦେବେ ନାହିଁ, ମାଡି ଆସେ ଭୟଙ୍କର ଦରିଦ୍ରତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଦାନ କରିବା ଦ୍ୱାରା ଅନେକ ସମସ୍ୟା ରୁ ମୁକ୍ତି ମିଳିଥାଏ ଏବଂ ଦାନ କରିବା ହେଉଛି ସବୁଠାରୁ ପୂଣ୍ୟ ର କାମ। ଦାନ କରିବା ଦ୍ୱାରା ମନୁଷ୍ୟ ପୂଣ୍ୟ ର ଅଧିକାରୀ ହୋଇଥାଏ ଏବଂ ମନୁଷ୍ୟ ଜୀବନ ର ଦୁଃଖ କଷ୍ଟ ଦାନ କରିବା ଦ୍ୱାରା ଦୂର ହୋଇଥାଏ। କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜଣିଛନ୍ତି ଯେ, କିଛି ଜିନିଷ ଏଭଳି ମଧ୍ୟ ରହିଛି ଯାହାକୁ ଦାନ କରିବା ଦ୍ଵାରା ପୂଣ୍ୟ ତ ଦୂରର କଥା ମନୁଷ୍ୟ ପାପର ଭାଗିଦାରୀ ହୋଇଥାଏ ଏବଂ ସେହି ଜିନିଷ ଦାନ କରିବା ଦ୍ୱାରା ମାତା ଲଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଯାହା ଫଳରେ ଆପଣଂକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି ୫ଟି ବସ୍ତୁ ସମ୍ବନ୍ଧରେ ଯାହାକୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଂକୁ ଆର୍ଥିକ ପରିସ୍ଥିତି ର ସମ୍ନା କରିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି ‘ଆଭୂଷଣ’। ବନ୍ଧୁଗଣ ଆଭୂଷଣ ହେଉଛି ମାତା ଲଷ୍ମୀ ଙ୍କ ଆଶୀର୍ବାଦ।ଯେବେବି କୌଣସି ବିବାହିତା ମହିଳା ଆଭୂଷଣ ପରିଧାନ କରିଥାଏ ପ୍ରଥମେ ମାତା ଲଷ୍ମୀ ଙ୍କ ଉପାସନା କରିଥାଏ ଏବଂ ଆଭୂଷଣ କୁ ପରିଧାନ କରିଥାଏ। ଯଦି ଆପଣ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ଆପଣଙ୍କ ଆଭୂଷଣ ଦାନ ସ୍ୱରୂପ ଦେବେ ତେବେ ମାତା ଲଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେବେ ଏବଂ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିବ।ଖାସ କରୁ ବିବାହିତା ମହିଳା ମାନେ ନିଜ ମଙ୍ଗଳସୁତ୍ର, ପାଉଁଜି ଏବଂ ଗୋଡ଼ମୁଦି ଅନ୍ୟ କାହାକୁ ଦାନ କରିବା ଉଚିତ ନୁହେଁ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି ‘ଝାଡ଼ୁ’। ବନ୍ଧୁଗଣ କେବେବି କୌଣସି ବ୍ୟକ୍ତି ଙ୍କୁ ଝାଡ଼ୁ ଦାନ କରନ୍ତୁ ନାହିଁ।ଝାଡୁ ହେଉଛି ମାତା ଲକ୍ଷ୍ମୀ ଙ୍କ ପ୍ରିୟ ଜିନିଷ। ଘରର ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ କେବେବି ଘରେ ବାସ କରନ୍ତି ନାହିଁ। ଯେଉଁ କାରଣ ରୁ ଘରେ ଧନ ର ଘୋର ଅଭାବ ହୋଇଥାଏ ଏବଂ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିଥାଏ।ତେଣୁ କେବେବି ଭୁଲ ରେ ମଧ୍ୟ ଅନ୍ୟ କୌଣସି ବ୍ୟକ୍ତି ଘରର ଝାଡୁ ମାଗିଲେ ଦିଅନ୍ତୁ ନାହିଁ।

୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ସନ୍ଧ୍ୟା ସମୟରେ କୌଣସି ଧଳା ଖାଦ୍ୟ ପଦାର୍ଥ’। ବନ୍ଧୁଗଣ କେବେବି ଭୁଲ ରେ ମଧ୍ୟ ସନ୍ଧ୍ୟା ସମୟରେ କୌଣସି ବ୍ୟକ୍ତି ଙ୍କୁ କ୍ଷୀର, ଚାଉଳ, ନଡ଼ିଆ ଭଳି ଧଳା ଖାଦ୍ୟ ପଦାର୍ଥ କେବେବି ଦାନ କରନ୍ତୁ ନାହିଁ। କାରଣ ଧଳା ଜିନିଷ ଦ୍ୱାରା ନଜର ଲାଗି ଯାଇଥାଏ। ଯଦି କୌଣସି ବ୍ୟକ୍ତି ଙ୍କୁ ଏହି ଜିନିଷ ର ଅତ୍ୟାବଶ୍ୟକ ରହିଛି ତେବେ ବଜାର ରୁ କିଣି ତାଙ୍କୁ ଦିଅନ୍ତୁ। କିନ୍ତୁ କେବେବି ଘରର ରୋଷେଇ ଘରୁ ଏହି ଖାଦ୍ୟ ପଦାର୍ଥ ଦାନ କରନ୍ତୁ ନାହିଁ।

୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ‘ପଇସା’। ବନ୍ଧୁଗଣ କେବେବି କୌଣସି ବ୍ୟକ୍ତି ଙ୍କୁ ପଇସା ଦାନ କରନ୍ତୁ ନାହିଁ। କାରଣ ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି ଏବଂ ଘରେ ଥିବା ପଇସା ତଥା ଧନକୁ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ଦାନ କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଏକାଦଶୀ ଦିନ କେବେବି ଭୁଲ ରେ ମଧ୍ୟ କୌଣସି ବ୍ୟକ୍ତି ଙ୍କୁ ପଇସା ଦାନ କରନ୍ତୁ ନାହିଁ ନଚେତ ମାତା ଲକ୍ଷ୍ମୀ ଘରେ ବାସ କରିବେ ନାହିଁ ଏବଂ ଘରେ ଆର୍ଥିକ ସମସ୍ୟା ଉତ୍ପନ୍ନ ହେବ।

୫. ବନ୍ଧୁଗଣ ପଞ୍ଚମ ଜିନିଷ ଟି ହେଉଛି, ‘ରୋଷେଇ ଘରର ସାମଗ୍ରୀ’। ବନ୍ଧୁଗଣ କେବେବି କୌଣସି ବ୍ୟକ୍ତି ଙ୍କୁ ନିଜ ଘରେ ଥିବା ବେଳେଣା ପେଡ଼ି, ତାୱା ଆଦି ଦାନ କରନ୍ତୁ ନାହିଁ। କାରଣ ଏଥିରେ ଘରର ଖାଦ୍ୟ ମାତା ଲକ୍ଷ୍ମୀ ଙ୍କ ନାମରେ ତିଆରି ହୋଇଥାଏ। ଯଦି ଆପଣ ଏହାକୁ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କୁ ଏହା ଅପ୍ରିୟ ହୋଇଥାଏ। ତେଣୁ ଭୁଲ ରେ ମଧ୍ୟ ଏହାକୁ ଦାନ କରନ୍ତୁ ନାହିଁ।

ତେବେ ବନ୍ଧୁଗଣ ଏହି ୫ଟି ଜିନିଷ ର ଦାନ କେବେବି କୌଣସି ବ୍ୟକ୍ତି ଙ୍କୁ କରନ୍ତୁ ନାହିଁ।ନଚେତ ବିଭିନ୍ନ ପ୍ରକାର ସମସ୍ୟା ତଥା ବିପଦ ର ସାମ୍ନା କରିବାର ସମ୍ଭାବନା ରହିଥାଏ। ତେଣୁ ଯେତେ ଦୂର ସମ୍ଭବ ଏହି ୫ଟି ବସ୍ତୁ ର ଦାନ କେବେବି କୌଣସି ବ୍ୟକ୍ତି ଙ୍କୁ କରନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button