ନୀତି

କାହିଁକି ସବୁଥର ଭଗବାନ, ଦେବକୀଙ୍କୁ ହିଁ ସବୁବେଳେ ନିଜ ମା ବନାନ୍ତି

ଆଜି ଆମେ କୃଷ୍ଣ ଙ୍କର ଏକ ଲୀଳା ବିଷୟରେ ଜାଣିବା । ଦିନେ ମାତା ଦେବକୀଙ୍କର ସୃତି ଶୁଣି ଭଗବାନ କୃଷ୍ଣ କହିଲେ ଦେବକୀ ଯେତେବେଳେ ତୁମର ପ୍ରଥମ ଜନ୍ମ ହୋଇଥିଲା ସେହି ସମୟରେ ତୁମର ନାମ ଥିଲା ପୃଶି ଓ ଏ ତୁମ ସ୍ୱାମୀ ବାସୁଦେବ ସୁତ୍ପା ନାମକ ପ୍ରଜାପତି ଥିଲେ । ତୁମେ ଦୁଇଜଣ ହୃଦୟରୁ ବହୁତ ଶୁଦ୍ଧ ଥିଲ ଯେତେବେଳେ ବ୍ରହ୍ମା ତୁମ ଦୁଇଜଣଙ୍କୁ ସନ୍ତାନ ଜନ୍ମ ଦେବାକୁ ଆଜ୍ଞା ଦେଲେ ସେତେବେଳେ ତୁମେ ଦୁଇଜଣ ଇନ୍ଦ୍ରିୟଙ୍କର ଦମନ କରି ଉତ୍କୃଷ୍ଟ ତପସ୍ୟା କରିଥିଲ ।

ତୁମେ ଦୁଇ ଜଣ ବାୟୁ, ବର୍ଷା, ଘାମ, ଶୀତ, ଉଷ୍ଣତା ଆଦି କାଳର ବିଭିନ୍ନ ଗୁଣକୁ ସହ୍ୟ କରିଥିଲ ଓ ପ୍ରାଣାୟମ ଦ୍ୱାରା ନିଜ ମନର ମଳିକୁ ଧୋଇଦେଲ । ତୁମେ କେତେବେଳେ ଶୁଖିଲା ପତ୍ର ଖାଇ ଦେଉଥିଲ ତ କେତେବେଳେ ପବନ ଖାଇକି ରହିଯାଉଥିଲ ତୁମର ଚିତ ବଡ ଶାନ୍ତ ଥିଲା ।

ଏହିଭଳି ତୁମେ ମୋଠାରୁ ଅଭିସ୍ଟ ବସ୍ତୁ ପ୍ରାପ୍ତ କରିବାର ଇଛାରେ ମୋର ଆରାଧନା କରିଥିଲ ଓ ମୋ ସହିତ ଚିତ୍ତ ଲାଗେଇ କି ଘୋର ତପସ୍ୟା କରି କରି ଦେବତାଙ୍କର ୧୨୦୦୦ ବର୍ଷ ବିତିଗଲା । ଏହି ସମୟରେ ମୁଁ ତୁମ ଦୁଇଜଣଙ୍କ ତପସ୍ୟାରେ ପ୍ରସନ୍ନ ହୋଇଗଲି କାହିଁକି ନା ତୁମେ ଦୁଇଜଣ ଶ୍ରଦ୍ଧା, ତପସ୍ୟା ଓ ପ୍ରେମ ମୟୀ ଭକ୍ତିରେ ନିଜ ହୃଦୟରେ ନିତ୍ୟ ନିରନ୍ତର ମୋର ଭାବନା କରିଥିଲ ସେହି ସମୟରେ ତୁମର ଅଭିଳାଷ ପୂର୍ଣ କରିବା ପାଇଁ ତୁମ ସାମ୍ନାରେ ପ୍ରକଟ ହେଲି ଓ ମୁଁ ଯତେବେଳେ ତୁମକୁ କହିଲି ତୁମର ଯାହା ଇଚ୍ଛା ମୋ ଠାରୁ ମାଗି ନିଅ । ସେହି ସମୟରେ ତୁମେ ଦୁଇଜଣ ମୋ ପରି ପିଲା ମାଗିଥିଲ ।

ସେହି ସମୟ ପର୍ଯ୍ୟନ୍ତ ତୁମର କୌଣସି ସନ୍ତାନ ନଥିଲା, ଏଥିପାଇଁ ମୋ ମାୟାରେ ମୋହିତ ହୋଇ ତୁମେ ଦୁଇ ଜଣ ମୋକ୍ଷ ମାଗିଲ ନାହିଁ । ଆଉ ତୁମକୁ ମୋ ଭଳି ପୁତ୍ର ହେବାର ବରଦାନ ମିଳିଗଲା ଆଉ ମୁଁ ସେଠାରୁ ଚାଲିଗଲି । ତୁମେ ସଫଳ ମନରତ ହୋଇ ବିଷୟଙ୍କର ଭୋଗ କରିବାକୁ ଲାଗିଲ । ମୁଁ ଦେଖିଲି କି ସଂସାର ଶୀଳ ସ୍ଵଭାଵ ଉଦାରତା ଓ ଅନ୍ୟ ଗୁଣର ମୋ ଭଳି ଅନ୍ୟ କେହି ନାହିଁ ଏଥିପାଇଁ ମୁଁ ହିଁ ତୁମ ଦୁଇ ଜଣଙ୍କ ପୁତ୍ର ହେଲି । ସେହି ସମୟରେ ମୁଁ ପୁଶ୍ରୀ ଗର୍ବ ନାମରେ ପରିଚିତ ହେଲି । ଦ୍ୱିତୀୟ ଜନ୍ମରେ ତୁମେ ହେଲ ଆଦିତି ଓ ବାସୁଦେବ ହେଲେ କଶ୍ୟପ ।

ସେହି ସମୟରେ ମୁଁ ତୁମ ପୁତ୍ର ଉପେନ୍ଦ୍ର ନାମରେ ବିଖ୍ୟାତ ହେଲି, ଶରୀର ଛୋଟ ହେବା କାରଣରୁ ଲୋକମାନେ ମତେ ବାମନ ବୋଲି ଡାକିଲେ । ତୁମର ତୃତୀୟ ଜନ୍ମରେ ବି ମୁଁ ତୁମର ପୁତ୍ର ହୋଇ ଜନ୍ମ ନେଲି । ମୋର ବାଣି ସବୁବେଳେ ସତ ହୋଇଥାଏ ସେଥିପାଇଁ ମୁଁ ତୁମକୁ ମୋର ଏହି ରୂପ ଦେଖେଇ ଦେଲି କାହିଁକି ନା ତୁମକୁ ମୋର ପୂର୍ବ ଅବତାର ଗୁଡିକ ସ୍ମରଣ ହୋଇଯିବ ଯଦି ମୁଁ ଏମିତି କରିନଥାନ୍ତି ତେବେ କେବଳ ମନୁଷ୍ୟ ଶରୀରରେ ମୋର ପରିଚୟ ହୋଇପାରି ନଥାନ୍ତା ।

ଭଗବାନ ଏହା ଭାବିଲେକି ମୁଁ ତ ଏମାନଙ୍କ ମୋର ଶୁଦୃଶ୍ୟ ପୁତ୍ର ବରଦାନ ଦେଲି କିନ୍ତୁ ଏହାକୁ ମୁଁ ପୂରଣ କରିପାରିବି ନାହିଁ କାହିଁକି ନା ମୋ ଭଳି ଏମିତି କେହି ନାହାନ୍ତି । କାହାକୁ କୌଣସି ବସ୍ତୁ ଦେବାର ଶପଥ କରି ତାକୁ ପୂରଣ କରି ନପାରିଲେ ସେହି ସମାନରେ ୩ ଗୁଣ ବସ୍ତୁ ଦେବାକୁ ପଡିଥାଏ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button