ଜୀବନଶୈଳୀ

ଅଧା ନିଦ ହୋଇଥାଏ ଅନେକ ରୋଗର କାରଣ, ଜାଣନ୍ତୁ କଣ

ବ୍ୟସ୍ତବହୁଳ ଜୀବନରେ ଚିନ୍ତା ଏବଂ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ମୋବାଇଲର ବ୍ୟବହାର ଦ୍ବାରା ଲୋକଙ୍କ ଶୋଇବା ସମୟ ଧିରେଧିରେ କମ ହେବାରେ ଲାଗିଛି। ଶରୀର ଏକ ମେସିନ ଭଳି ଏଣୁ ଏହାକୁ ସଠିକ୍ ଭାବେ କାର‌୍ୟ୍ୟରତ କରାଇବା ପାଇଁ ଶରୀରକୁ ସଠିକ୍ ପରିମାଣର ନିଦ ଆବଶ୍ୟକ ହୋଇଥାଏ। ଅଧା-ଖଣ୍ଡିଆ ନିଦ ଦ୍ବାରା ଶରୀର ଥକା ଅନୁଭୁତ କରିବା ସହ ବିଭିନ୍ନ ପ୍ରକାରର ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ। ଆଜି ଆମେ ଏପରି କିଛି ରୋଗ ବିଷୟରେ କହିବାକୁ ଯାଉଛୁ ଯାହାର କାରଣ ଅଧା ନିଦ।

କେତେ ଘଣ୍ଟା ଶୋଇବା ଜରୁରୀ

ବୟସ ହିସାବରେ ସମସ୍ତ ବ୍ୟକ୍ତିଙ୍କ ଶୋଇବା ସମୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ବିଶେଷଜ୍ଞଙ୍କ ମୁତାବକ, ପ୍ରତ୍ୟୋକ ବ୍ୟକ୍ତିଙ୍କୁ ଦୈନିକ କମ ସେ କମ୍ ୮-୯ ଘଣ୍ଟା ଶୋଇବା ଆବଶ୍ୟକ। ସେହିପରି ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ୧ଘଣ୍ଟା ଅଧିକ ଶୋଇବା ଦରକାର।

sleep

କଣ ହୋଇଥାଏ ଅସୁବିଧା

-ପୁରା ନିଦରେ ନଶୋଇଲେ ତାହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଯାହା ଦ୍ବାରା ମସ୍ତିଷ୍କ ସଠିକ୍ ଭାବେ କାମ କରିନଥିବା ବେଳେ, ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଦେଇଥାଏ। ସେହିପରି ନିଦ ପୁରା ହେଲେ ମସ୍ତିଷ୍କ ତନ୍ଦରୁସ୍ତ ଲାଗିବା ସହ ସମସ୍ତ କାମ କରିବାରେ ଫୁର୍ତ୍ତି ଲାଗିଥାଏ।

-ନିଦ ପୁରା ହୋଇନଥିଲେ ମଧୁମେହର ସମସ୍ୟା ଦେଖାଦେଇଥାଏ। କାରଣ କମ ନିଦ ଦ୍ବାରା ଜଙ୍କ ଫୁଡ ଖାଇବାକୁ ଇଛା ହୋଇଥାଏ। ଯାହାଫଳରେ ମଧୁମେହ ଏବଂ ରକ୍ତଚାପ ବଢ଼ିବାର ସମ୍ଭାବନା ବଢ଼ି ଯାଇଥାଏ।

sleep

-ଶୋଇବା ସମୟରେ ଶରୀରରେ ଜରୁରୀ ହରମୋନ ସ୍ରାବ ହୋଇଥାଏ ଯାହା ଭୋକ, ମେଟାବୋଲିଜିମ୍ ଏବଂ ଉର୍ଜା ଜାତ କରିବାରେ ସହାୟକ ହୋଇଥାଏ। ଏଣୁ ସଂପୂର୍ଣ୍ଣ ନିଦ ନହେବା ଦ୍ବାରା ଶରୀରରେ ହରମୋନ ବିଗିଡିବାର ସମ୍ଭାବନା ରହିଥାଏ।

-କିଛି ରିସର୍ଚ୍ଚରୁ ଜଣାପଡିଛି ନିଦ ପୁରା ନହେବା ଦ୍ବାରା ବ୍ରେଷ୍ଟ କ୍ୟାନ୍ସର ଏବଂ ହାର୍ଟ ଆଟାକର ଅଧିକ ସମ୍ଭାବନା ରହିଥାଏ। କମ୍ ନିଦ ଦ୍ବାରା ଶରୀରରେ ଥିବା କୋଷ ଗୁଡିକୁ କ୍ଷତି ପହଞ୍ଚାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button