ବିଚାର

ଆପଣଙ୍କ ଶରୀରରେ ରହିଯାଇଛି କି କୌଣସି ପୋଡା ଦାଗ , ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଶରୀରର ତ୍ବଚ୍ଚାକୁ ନେଇ ସମସ୍ତେ ଚିନ୍ତିତଥାନ୍ତି। କୌଣସି ଦୁର୍ଘଟଣା କାରଣରୁ ଲୋକମାନଙ୍କର ତ୍ବଚ୍ଚା ଜଳିଯାଇଥାଏ। ଜଳିବା କାରଣରୁ ଏହାର ଦାଗ କେତେଥର ଶରୀରରେ ରହିଯାଇଥାଏ। ଏହି ଦାଗ କାରଣରୁ ଲୋକମାନଙ୍କୁ ଲଜ୍ଜିତ ହେବାର ସାମ୍ନା କରିବାକୁ ପଡ଼ିଥାଏ। ଯେ କୌଣସି ବ୍ୟକ୍ତି ଚେହେରାକୁ ଦେଖି ଆକର୍ଷଣ ହେବାପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରିଥାନ୍ତି। ପୋଡ଼ାଦାଗ ହଟାଇବା ପାଇଁ ଲୋକମାନେ ଅନେକ ବ୍ୟୁଟି ପ୍ରଡ଼କ୍ଟ ବ୍ୟବହାର କରିବା ସହିତ ଔଷଧ ସେବନ କରିଥାନ୍ତି। କିନ୍ତୁ କେତେଥର ଏହାର ବ୍ୟବହାର କରିବା ପରେ ମଧ୍ୟ କୌଣସି ଲାଭ ହୋଇନଥାଏ ଏବଂ ଶରୀରରୁ ଦାଗ ହଟିନଥାଏ। ଏଥିପାଇଁ ଆପଣ କିଛି ଘରୋଇ ଉପଚାର ବ୍ଯବହାର କରିପାରିବେ।

ଏହି ସବୁ ଉପଚାର ଆପଣଙ୍କର ଦାଗ କମାଇବାରେ ସାହାଯ୍ୟ କରିଥାଏ :

ମହୁ :

honeyମହୁରେ ଭିଟାମିନ-ସି, ମିନେରଲ୍ସ ଏବଂ ସେଲେନିୟମ ରହିଥାଏ । ଯାହା ଆପଣଙ୍କ ଶରୀରର ଦାଗ ସହଜରେ କମାଇଥାଏ। ଜଳିଥିବା ଯାଗାରେ ମହୁ ଲଗାଇ ୧୫ରୁ ୨୦ ମିନିଟ ରଖିବା ପରେ ଧୋଇଦିଅନ୍ତୁ।

ଚନ୍ଦନ ପାଉଡ଼ର :

chandanଚନ୍ଦନ ପାଉଡ଼ରେ ଆଣ୍ଟିଅକ୍ସିଡ଼େଣ୍ଟ ଏବଂ ଆଣ୍ଟି-ଇଫ୍ଲୋମେଟ୍ରି ଗୁଣ ରହିଥାଏ , ଯାହା ଜଳିଥିବା ଦାଗକୁ ସହଜରେ କମାଇଥାଏ। ଚନ୍ଦନ ପାଉଡ଼ରକୁ ପାଣିରେ ମିଶାଇ ଜଳିଥିବା ଯାଗାରେ ଲଗାନ୍ତୁ ଏବଂ ଏହାକୁ ଶୁଖିବା ପାଇଁ କିଛି ସମୟ ଛାଡ଼ିଦିଅନ୍ତୁ। ଏହାପରେ ଏହାକୁ ଭଲଭାବେ ଧୋଇଦିଅନ୍ତୁ।

କଦଳୀର ଚୋପା :

bananapeelକଦଳୀର ଚୋପା ଜଳିଥିବା ଦାଗକୁ କମାଇବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ପୋଟାସିୟମ ରହିଥାଏ ଯାହା ବହୁତ ପ୍ରଭାବ ପକାଇଥାଏ। କଦଳୀର ଚୋପାକୁ କିଛି ସମୟ ଜଳିଥିବା ଯାଗାରେ ଘଷିବା ପରେ ଧୋଇଦିଅନ୍ତୁ।

ହଳଦୀ :

turmeric powerହଳଦୀରେ ପୋଟାସିୟମ, ଜିଙ୍କ, ଆଇରନ ଏବଂ ଭିଟାମିନ-ସି ରହିଥାଏ ଯାହା ଜଳିଥିବା ଦାଗକୁ କମାଇବାରେ ସାହାଯ୍ୟ କରିଥାଏ। ହଳଦୀର ପେଷ୍ଟ ପ୍ରସ୍ତୁତ କରି ଏହାକୁ ଜଳିଥିବା ଦାଗରେ ଲଗାଇ ୧୦ ମିନିଟ୍‌ ପର୍ଯ୍ଯନ୍ତ ରଖନ୍ତୁ। ଏହାପରେ ସେହି ଯାଗକୁ ଭଲଭାବେ ଧୋଇଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button