ସ୍ୱାସ୍ଥ୍ୟ

ଆପଣ ଜାଣିଛନ୍ତି କି, ଘିଅରେ ରହିଛି ଅନେକ ରୋଗର ପ୍ରତିରୋଧକ

ସକାଳେ ଶଯ୍ୟାତ୍ୟାଗ କଲା ପରେ କିଛି ଲୋକଙ୍କର ଅଭ୍ୟାସ ଥାଏ ଚା କିମ୍ବା କଫି ପିଇବା ଏବଂ ଆଉ କିଛି ଲୋକ ସିଧା ଜଳଖିଆ କରିବାକୁ ଉଚିତ ଭାବିଥାନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ ନିଜର ସ୍ୱାସ୍ଥ୍ୟକୁ ନେଇ ଖୁବ୍ ସଚେତନ ଥାନ୍ତି  ଏବଂ ସେମାନେ ସକାଳେ ଉଠିବା ପରେ ଗରମ ପାଣି ଓ ମହୁ ଖାଇଥାନ୍ତି । ବା ପ୍ରାକୃତିକ ହଳଦୀ ପାଣି ପିିିିଇଥାନ୍ତି ।

ହେଲେ ଆପଣ ଜାଣନ୍ତି, ସକାଳେ ଖାଲି ପେଟରେ ଘିଅ ଖାଇଲେ ଅନେକ ଫାଇଦା ମିଳିଥାଏ । ଏହା ମଧ୍ୟ ଏକ ଭଲ ଅଭ୍ୟାସ ଅଟେ । କିନ୍ତୁ ଲୋକେ ଏହା ପସନ୍ଦ କରିନଥାନ୍ତି । ଅନେକ ଅଧ୍ୟୟନ ଓ ଆମର ଆୟୁର୍ବେଦ ଅନୁସାରେ ସକାଳେ ଖାଲି ପେଟରେ ଜଳଖିଆ ପୂର୍ବରୁ ଘିଅର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ହୋଇଥାଏ ।  ଆସନ୍ତୁ ଜାଣିବା ଏ ବିଷୟରେ ।

 ଶରୀରର ସମସ୍ତ କୋଷିକାକୁ ମଜବୁତ୍ କରିଥାଏ 

 ଆୟୁର୍ବେଦ ଅନୁସାରେ ଘିଅ ଶରୀର ସବୁ କୋଷିକାକୁ ମଜବୁତ୍ ଦେଇଥାଏ । ଏଥିପାଇଁ ଏହାକୁ ରସ କୁହାଯାଏ । କହିରଖୁଛି ଯେ , ରାସ ଏକ ପ୍ରକାରର ନ୍ୟୁଟିଏଣ୍ଟ ଅଟେ , ଯାହା ଖାଲି ପେଟରେ ଖାଇବା ଦ୍ୱାରା ଶରୀରର କୋଷିକାକୁ ପାଳନ ପୋଷଣ କରିବାରେ ସାହାଯ୍ୟ କରିଥାଏ । ଏବଂ ପୁରା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିଥାଏ ।

 ତ୍ୱଚାରେ ଚମକ ଆଣେ 

 ଅଳ୍ପ ଘିଅ ସେବନ କରିବାରେ ଆପଣଙ୍କ କୋଷିକାଗୁଡିକ ପୁନର୍ଜୀବିତ ହୋଇଥାଏ । ତ୍ୱଚାରେ ପ୍ରାକୃତିକ ଚମକ ଦେଖାଦିଏ । ଘିଅ ଆପଣଙ୍କର ଚର୍ମର ନାଚୁରାଲ୍ କୋମଳତାକୁ ବଜାୟ ରଖେ । ଚର୍ମକୁ ଶୁଷ୍କତାରୁ ବଂଚାଇଥାଏ ।

ଗଣ୍ଠିଗୁଡିକୁ ଆରାମ ଦିଏ 

 ଘିଅକୁ ସେବନ କରିବାରେ ଆପଣଙ୍କ ଝଂଜାରେ ଯନ୍ତ୍ରଣା ଓ ଗଣ୍ଠି ଆଦିରେ ସମସ୍ୟା ଉପୁଜିନଥାଏ । କାରଣ ଘିଅ ଏକ ନାଚୁରାଲ୍ ଲୁବ୍ରିକାଣ୍ଟ ଭଳି କାମ କରିଥାଏ । ଘିଅରେ ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ଥାଏ । ଯାହା ଅଷ୍ଟିଓ-ପୋରୋସିସ୍ ହେବାର ସମ୍ଭାବନାକୁ କମ୍ କରିଥାଏ । ଏବଂ ଶରୀରର ହାଡକୁ ସୁସ୍ଥ ରଖିଥାଏ ।

ମସ୍ତିଷ୍କକୁ ବିକଶିତ କରିଥାଏ 

 ଯଦି ଆପଣ ଘିଅକୁ ସକାଳେ ଖାଲି ପେଟରେ ସେବନ କରୁଛନ୍ତି ତ ଆପଣଙ୍କର ମସ୍ତିଷ୍କର କୋଷିକାଗୁଡିକ ଆକ୍ଟିଭ୍ ହୁଏ । ଏବଂ ନର୍ଭ ମଧ୍ୟ ପ୍ରେରିତ ହୋଇଥାଏ । ଯେଉଁ କାରଣରୁ ଆପଣଙ୍କର ସ୍ମୃତିଶକ୍ତି ଓ ଶିଖିବାର କ୍ଷମତା ବଢିଯାଇଥାଏ । ଏହାର ସେବନ ଦ୍ୱାରା ଆପଣଙ୍କୁ ଅଲଜିମର ଭଳି ରୋଗ ହେବାର ସମ୍ଭାବନା କମିଯାଇଥାଏ ।

ଓଜନକୁ ନିୟନ୍ତ୍ରଣ କରେ 

ଲୋକଙ୍କ ମଧ୍ୟରେ ଏହା ଏକ ବଡ ଭ୍ରମ ଥାଏ କି ଘିଅର ବ୍ୟବହାର କରିବା ଦ୍ୱାରା ତାଙ୍କର ଓଜନ ବଢିଥାଏ । କିନ୍ତୁ ଆପଣ ଯଦି ଖାଲି ପେଟରେ ୫ରୁ ୧୦ ଏମଏଲ ଘିଅ ସେବନ କରିବେ ତ ଏହାଦ୍ୱାରା ଆପନଙ୍କର ମେଟାବୋଲିକ ରେଟ୍ ବଢିଥାଏ ।ଏବଂ ଆପଣଙ୍କର ଓଜନ କମ୍ ହୋଇଥାଏ ।

କେଶ ଝଡିବା ରୋକିଥାଏ

ସକାଳେ ଖାଲି ପେଟରେ ଘିଅ ସେବନ କରିବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଥାଏ । କାରଣ ଏଥିରୁ ପୁରା ନ୍ୟୁଟ୍ରିଏଣ୍ଟ ମିଳିଥାଏ । ଫଳରେ କେଶର କୋମଳତା , ଚମକତା ଆସିଥାଏ । ଏବଂ କେସ ଝଡିବା ରୋକିଥାଏ ।

କ୍ୟାନସର ରୋଗରୁ ମୁକ୍ତି ମିଳେ

ଘିଅରେ ଆଣ୍ଟି-କ୍ୟାନସର ଗୁଣ ରହିଛି । ଯାହା ଆପଣଙ୍କ ଶରୀରରେ କ୍ୟାନସର କୋଷକୁ ବଢିବାରେ ରୋକିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button