ଧର୍ମ

ଶ୍ରୀକୃଷ୍ଣ କୁହନ୍ତି ପ୍ରତିଦିନ ଗାଈର ଏହି ଅଙ୍ଗ ଛୁଇଁବା ଦରିଦ୍ରତା ପାଖ ମଧ୍ୟ ମାଡି ନଥାଏ- Vastu Shastra

ଧର୍ମଗ୍ରନ୍ଥାନୁସାରେ ଗାଈ ଦେହରେ ସମସ୍ତ ଦେବଦେବୀ ବାସ କରନ୍ତି । ତେଣୁ ଗାଈର ପୂଜା କରିବା ଦ୍ୱାରା ସମସ୍ତ ଦେବଦେବୀଙ୍କ ପୂଜାର ଫଳ ପ୍ରାପ୍ତ ହୋଇଥାଏ । ଗାଈ ଠାରେ ସମସ୍ତ ନକ୍ଷତ୍ରଙ୍କ ପ୍ରଭାବ ପଡିଥାଏ ଓ ଗାଈର ପିଠିର ହାଡ଼ରେ ସୂର୍ଯ୍ୟକେତୁ ନାଡି ରହିଛି, ଯାହା ସୂର୍ଯ୍ୟକିରଣରେ ରକ୍ତରେ ସ୍ଵର୍ଣ୍ଣସାର ତିଆରି କରେ । ଏହି ସ୍ଵର୍ଣ୍ଣସାର ଗାଈ ଦୁଗ୍ଧର ବିଦ୍ୟମାନ ହୋଇଥାଏ, ଯାହା ମନୁଷ୍ୟ ପାଇଁ ଅମୃତ ସମାନ ଅଟେ ।

ତେବେ ଆଜି ଆମେ ଗୋମତାଙ୍କ ପୂଜା କଲେ ମନୁଷ୍ୟକୁ କେଉଁ ଫଳ ସବୁ ପ୍ରାପ୍ତ ହୁଏ, ଗୃହରୁ ବାସ୍ତୁ ଦୋଷ ଦୂର କରିବା ପାଇଁ କଣ ଉପାୟ କରିବା ଉଚିତ୍ ଓ ଗାଈର କେଉଁ ଅଙ୍ଗକୁ ସ୍ପର୍ଶ କରିବା ଶୁଭ ବୋଲି ଶାସ୍ତ୍ରରେ ଲେଖା ଯାଇଛି ତାହା ଆମେ ଆପଣଙ୍କୁ ଜଣାଇବୁ ।

ଶାସ୍ତ୍ରାନୁସାରେ ଗାଈ ଶରୀରରେ ୩୩ କୋଟି ଦେବାଦେବୀ ବାସ କରନ୍ତି । ଯେ କୌଣସି ଜାତକର ବ୍ୟକ୍ତି ମଧ୍ୟ ନିତ୍ୟ ଗାଈଙ୍କ ପୂଜା କଲେ ତାଙ୍କ ଉପରେ ସମସ୍ତ ଦେବାଦେବୀଙ୍କ କୃପା ବରଷି ଥାଏ । ଗୋମାତା କାମଧେନୁ ଅଟନ୍ତି, ତେଣୁ ଯେଉଁ ବ୍ୟକ୍ତି ଗାଈକୁ ମାତା ପରି ମାନି ତାଙ୍କର ପୂଜା କରନ୍ତି ଗୋମାତା ତାଙ୍କ ଉପରେ ଆସୁଥିବା ସମସ୍ତ ସଙ୍କଟ ହରଣ କରନ୍ତି । କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଗାଈ ଘରକୁ ଫେରିବା ସମୟରେ ତାଙ୍କ ଖୁରାରୁ ଯେଉଁ ଧୂଳି ଉଡ଼ିଥାଏ ତାହା ମନୁଷ୍ୟର ସମସ୍ତ ପାପ ଧୋଇ ଦେଇ ପାରେ

ଯଦି କେଉଁ ବ୍ୟକ୍ତି ସ୍ଵଭାବରେ କ୍ରୋଧୀ, ପାଠରେ ଅସଫଳ କିମ୍ବା କଥା କହିବାରେ ଅସମର୍ଥ ଅଟନ୍ତି ତେବେ ସେହି ବ୍ୟକ୍ତି ଗାଈକୁ ସବୁଜ ଚାରା ନିଶ୍ଚୟ ଖୁଆଇବା ଉଚିତ୍ । ଏହା ଦ୍ବାରା ଭୂତ ଗ୍ରହ ଦଶା ଦୂର ହେବା ସହ ସମସ୍ତ ଅସୁବିଧା ଦୂର ହୋଇଥାଏ । ଗାଈ ଦାନ କରିବା ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ଫଳଦାୟକ ବୋଲି କୁହା ଯାଇଛି । ଯଦି ମଙ୍ଗଳ ଦଶା ଖରାପ ଅଛି ତେବେ କୌଣସି ବ୍ରାହ୍ମଣଙ୍କୁ ଅଥବା ଗରିବ ବ୍ୟକ୍ତିଙ୍କୁ ଗୋଦାନ ଅବଶ୍ୟ କରନ୍ତୁ ।

 

ଯଦି ନବଗ୍ରହ ଶାନ୍ତି କିମ୍ବା ଶନିଙ୍କ ଦଶା ଠିକ୍ କରିବାକୁ ଅଛି ତେବେ କାଳି ଗାଈର ଦାନ ଅବଶ୍ୟ କରନ୍ତୁ । ଏହା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳେ ଓ ଶନିଙ୍କ କୃପାରେ ସବୁ ଠିକ୍ ହୋଇଯାଏ । ଅନେକ ଚେଷ୍ଟା କରିବା ପରେ ମଧ୍ୟ ଯଦି କୌଣସି କାମ ସଂପୂର୍ଣ୍ଣ ହୋଇ ପାରୁ ନାହିଁ ତେବେ ଗୋମାତାଙ୍କୁ ରୋଟି ଖୁଆଇ ତାଙ୍କ କାନରେ ନିଜ ମନୋସ୍କାମନା ନିଶ୍ଚୟ କୁହନ୍ତୁ । ଗୋମାତାଙ୍କୁ ନିୟମିତ ପୂଜା କଲେ ମା ଲକ୍ଷ୍ମୀ ଅତ୍ୟନ୍ତ ସନ୍ତୁଷ୍ଟ ହୁଅନ୍ତି ଓ ଘରର ଆର୍ଥିକ ସ୍ଥିତି ମଜବୁତ୍ ହୋଇଥାଏ ।

 

ଖରା ଦିନେ ଦ୍ଵାର ପାଖକୁ ଆସିଥିବା ଗୋମାତାଙ୍କୁ ଅବଶ୍ୟ ଜଳ ପାନ କରାନ୍ତୁ । ଏହା ଦ୍ବାରା ସମସ୍ତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ଶୀତ ଦିନେ ଗୋମାତାଙ୍କୁ ଗୁଡ଼ ଖୁଆନ୍ତୁ, କିନ୍ତୁ ଖରା ଦିନେ ଖୁଆନ୍ତୁ ନାହିଁ । ପିତୃଦୋଷ ଦୂର କରିବାକୁ ଚାହୁଁଥିଲେ ଅମାବାସ୍ୟା ଦିନ ଗୋମାତାଙ୍କୁ ଗୁଡ଼, ରୋଟି ଓ ଚାରା ଖୁଆନ୍ତୁ । ଗୋମାତାଙ୍କ ପିଠିରେ ଥିବା କୁବ୍ଜାରେ ଏକ ସୁର୍ଯ୍ୟକେତୁ ନାଡି ରହିଛି, ପ୍ରତିଦିନ ସକାଳେ ଏହି କୁବ୍ଜାରେ ହାତ ଫେରିବା ଦ୍ଵାରା ମନୁଷ୍ୟର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଗୋମାତାଙ୍କୁ ପୂଜା କରୁଥିବା ବ୍ୟକ୍ତି ମୃତ୍ୟୁ ପରେ ବୈତରଣୀ ଗୋମାତାଙ୍କ ଲାଞ୍ଜ ଧରି ନର୍କକୁ ମଧ୍ୟ ପାର କରି ଦେଇ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button