ଦେଶ ବିଦେଶ

CJI Surya Kant: ରାହୁଲ-ଖଡ଼ଗେଙ୍କୁ ଭେଟିବାକୁ CJI ସୂର୍ଯ୍ୟକାନ୍ତଙ୍କ ମନା, କୋର୍ଟ ଯିବାକୁ ପରାମର୍ଶ

ରାହୁଲ ଗାନ୍ଧୀ ଓ ଖଡ଼ଗେଙ୍କୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟକାନ୍ତ । ନ୍ୟାୟିକ ପ୍ରକ୍ରିୟାରେ କୋର୍ଟ ଆସିବାକୁ ପରାମର୍ଶ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସାକ୍ଷାତ ପାଇଁ ଅନୁମତି ଦେବାକୁ ମନା କରିଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ସୂତ୍ର ଅନୁସାରେ, କଂଗ୍ରେସ ନେତାମାନେ ଉଠାଇବାକୁ ଚାହୁଁଥିବା ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ନ୍ୟାୟିକ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ CJI ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ଓ ଖଡ଼ଗେ ପ୍ରଧାନ ବିଚାରପତିଙ୍କୁ ଭେଟି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲେ ।

ତେବେ ବ୍ୟକ୍ତିଗତ ସାକ୍ଷାତ ବଦଳରେ ଆଇନଗତ ଉପାୟରେ ଏହି ପ୍ରସଙ୍ଗ ଉପସ୍ଥାପନ କରିବାକୁ ପ୍ରଧାନ ବିଚାରପତି ସ୍ପଷ୍ଟ କରିଥିବା ସୂତ୍ରରୁ ଜଣାପଡ଼ିଛି । ଏହା ସହିତ ସମାନ ପ୍ରସଙ୍ଗ ସମ୍ପର୍କିତ କେତେକ ମାମଲା ଆସନ୍ତା ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇସାରିଛି । ତେଣୁ ଏହିସବୁ ପ୍ରସଙ୍ଗରେ ନ୍ୟାୟିକ ଶୁଣାଣି ମାଧ୍ୟମରେ ନିଜର ଯୁକ୍ତି ରଖିବାର ସୁଯୋଗ ରହିଛି । ତେବେ CJIଙ୍କ ପକ୍ଷରୁ ଏହି ସୂଚନା ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତି ମିଳିଥିବା ଜଣାପଡ଼ିନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button