ମନୋରଞ୍ଜନ

Sania Mirzaଙ୍କ ଲାଇଫଷ୍ଟାଇଲ, ଇନକମ, ଘର, ପରିବାର ଓ ଦେଖନ୍ତୁ କେତେ ସମ୍ପତ୍ତିର ମାଲିକାଣୀ ସେ ?

ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜର ଜୋସ ଓ ପରିଶ୍ରମ ରେ ନିଜକୁ ଦୁନିଆ ଆଗରେ ପ୍ରମାଣିତ କରିଛନ୍ତି । ଏହି ଭଳି ଏକ ସଫଳ ଝିଅ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେତେବେଳେ ସେ ନିଜର ଇଚ୍ଛା ପୂରଣ କରିବା ପାଇଁ ବାହାରକୁ ଆସିଥିଲା ସେତେବେଳେ ଅନେକ ଲୋକ ତାଙ୍କୁ କହିଥିଲେ ତୁ ଖରାରେ ଗଲେ କଳା ପଡି ଯିବୁ କିଛି ଜଣ କହିଥିଲେ ଝିଅ ପିଲା ଅଧିକ ସମୟ ବାହାରେ ରହିବା ଭଲ ନୁହେଁ ।

ଅନେକ ଧର୍ମ ଗୁରୁ ମାନେ ତାଙ୍କ ଡ୍ରେସ କୁ ନେଇକି ଅନେକ କଥା କହିଥିଲେ । ମାତ୍ର ସେ କାହାର କଥା ନ ଶୁଣିକି ନିଜର କାମରେ ନିଜକୁ ବ୍ୟସ୍ତ ରଖି ଆଜି ନିଜକୁ ଏକ ସଫଳ ଖେଳାଳି ଭାବେ ପରିଣତ କରି ପାରିଛି । ଆଜି ଆମେ କହିବାକୁ ଯାଉଛୁ ଟେନିସ ଖେଳାଳି ସାନିଆ ମିରଜାଙ୍କ ସମ୍ବନ୍ଧରେ ।

ଯିଏ ଭାରତ ପାଇଁ ଏକ ଗୌରବ ଆଣି ଦେଇଛନ୍ତି ଓ ବିଶ୍ବରେ ନିଜର ନାମ କରିବାରେ ସଫଳ ହୋଇ ଛନ୍ତି । ସାନିଆ ମିରଜାଙ୍କ ପୁରା ନାମ ସାନିଆ ମିର୍ଜା ମଲିକ ଓ ଏହାଙ୍କ ଡାକ ନାମ ସାମ ଅଟେ । ସାନିଆ ୧୫ ନଭେମ୍ବର ୧୯୮୬ ରେ ହୋଇଥିଲା । ସେ ହାଇଦ୍ରାବାଦ ରେ ଜନ୍ମ ଗ୍ରହଣ କରିଥିଲେ ।

ସେ ନିଜର ଟେନିସ ଖେଲୀବା ୬ ବର୍ଷ ବୟସରୁ ଆରମ୍ଭ କରିଥିଲେ ଓ ତାଙ୍କୁ ଖେଳାଇବା ପାଇଁ କୋଚ ତାଙ୍କ ପିତା ଥିଲେ , ସେ ନିଜର ପାଠ ପଢା ହାଇଦ୍ରାବାଦ ରେ ସେସ କରିଥିଲେ । ସାଣ୍ଟ ମାରି ରୁ ସେ ନିଜର ଉଚ୍ଚ ପାଠ ପଢା ସାରିବା ପରେ । ଡକ୍ଟର ଅଫ ଲେଟର ରୁ ନିଜର ସ୍ନାତକ ପାଇ ଥିଲେ ।

ତାଙ୍କର କାମ ହେଉଛି ଟେନିସ ଖେଲୀବା । ନିଜ ପିତାଙ୍କ ଠାରୁ ଶିଖିବା ପରେ ସାନିଆ ୧୦ ଟି ଶିଂଗଲ ଓ ୧୩ ଟି ଡବଲ ଟାଇଟଲ ଜିତି ଥିଲେ । ଏହା ପରେ ସେ ଆନେକ ଖେଳ ଖେଳି ଥିଲେ ମାତ୍ର ୨୦୦୮ ତାଙ୍କ ପାଇଁ କଷ୍ଟ ଦାୟକ ଥିଲା କାରଣ ସେ ଏଥର ସବୁ ଠାରୁ ବଡ ଖେଳାଳି ଙ୍କ ସହ ଖେଲୀବା ପାଇଁ ଯାଉଥିଲେ ।

ସେ ନିଜର ସାହାସ ଓ ଧାର୍ଯ୍ୟ ରଖିକି ଖେଳି ଚାଲିଲେ । ଏହା ସଭିଙ୍କୁ ଚକିତ କରିଥିଲା କି ସେ ସବୁଙ୍କୁ ପରାସ୍ତ କରି ନିଜେ ବିଜେତା ହୋଇ ଥିଲେ , ଏହା ପରେ ୨୦୧୨ ଏହାଙ୍କ ପାଇଁ କଷ୍ଟ ଦାୟକ ଦିନ ଥିଲା ଯାହା ଦ୍ଵାରା ତାଙ୍କ ସହ ଏକ ଦୁଘଟଣା ହୋଇଥିଲା ।

ଏହା ପାଇ ତାଙ୍କୁ ଫ୍ରେଞ୍ଚ ଅପେନ୍ ଟୁର୍ନାମେଣ୍ଟ ରୁ ବାହାର କରାଯାଇ ଥିଲା । ଏହା ପରେ ସେ ପୁଣି ଫେରି ଥିଲେ ଏସିଆ କପ ପାଇଁ , ୨୦୦୫ ରୁ ୨୦୧୬ ଯାଏ ଅଧିକ ରୁ ଅଧିକ ମ୍ଯାଚ ଜିତିଥିଲେ ସେ । ତାଙ୍କୁ ୱାର୍ଲ୍ଡ ନମ୍ବର ୱାନ ଏବଂ ଓମେନ ମେଜର ଡବଲ ର ଉପାଧି ମିଳିଥିଲା ।

୨୦୧୯ ରେ ଯାଏ ସେ ଏଭଳି ନିଜକୁ ଆଗକୁ ରଖି ଥିଲେ ଓ ଏହା ପରେ ଏକ ବର୍ଷ ପାଇଁ ସେ ବିରତି ନେଇଥିଲେ । ଏହା ପରେ ସେ ପୁଣି ୨୦୨୦ ରେ ନିଜ କାମକୁ ଫେରି ଆସିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button