ଦେଶ ବିଦେଶ

ଏହି 10 ଟି ଦେଶରେ ମିଳେ ବିଶ୍ଵର ସବୁଠୁ ଅଧିକ ଦରମା, ଏମାନଙ୍କ ଦରମା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ଆଜି ଆମେ ଆପଣଙ୍କୁ ଏପରି ଦଶଟି ଦେଶ ବିଷୟରେ କହିବୁ ଯେଉଁ ଦେଶମାନେ ବିଶ୍ଵର ସବୁଠୁ ଅଧିକ ଦରମା ଦେଇଥାନ୍ତି । ଏହି ଦେଶମାନଙ୍କ ଲିଷ୍ଟ ଆମେ ଆପଣଙ୍କୁ ଦଶମରୁ ପ୍ରଥମ କ୍ରମାନ୍ଵୟରେ ଜଣାଇବୁ । ଏହିସବୁ ତଥ୍ୟ ବିଶ୍ଵର ବଡ ବଡ ରିସର୍ଚ୍ଚ ସଂସ୍ଥା ମାନଙ୍କ ଦ୍ଵାରା ପ୍ରକାଶିତ କରାଯାଇଛି । ଏହା ସବୁ ସେହି ଦେଶର ସବୁ ଚାକିରିର ଆଭରେଜ ଦରମା ଅଟେ । ସେହି ସବୁ ମୁଦ୍ରା ଭାରତୀୟ ମୁଦ୍ରା ହିସାବରେ କେତେ ତାହା ଆମେ ଏଠାରେ କହୁଛୁ ।

ଦଶମରେ ହେଉଛି ନରୱେ । ନରୱେରେ ଗୋଟିଏ ଘଣ୍ଟା କାମ ପାଇଁ ୬୮୯-/ ଟଙ୍କା ମିଳିଥାଏ । ଯାହା ବର୍ଷକୁ ପ୍ରାୟ ୪୧ ଲକ୍ଷ ୨୦ ହଜାର ଟଙ୍କା ଦରମା ହୋଇଥାଏ । ନବମ ସ୍ଥାନରେ ଅଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୭୦୦ ଟଙ୍କା । ତେଣୁ ସେଠାକାର ଲୋକଙ୍କୁ ବର୍ଷକୁ ପ୍ରାୟ ୪୧ ଲକ୍ଷ ୪୯ ହଜାର ଟଙ୍କା ଦରମା ମିଳିଥାଏ ।

ଅଷ୍ଟମ ସ୍ଥାନରେ ରହିଛି ବେଲଜିୟମ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ଲୋକଙ୍କୁ ୭୦୭/- ଟଙ୍କା ମିଳିଥାଏ । ଯାହାଦ୍ଵାରା ବର୍ଷକୁ ପ୍ରାୟ ୪୨ ଲକ୍ଷ ୪୦ ହଜାର ଟଙ୍କା ଦରମା ମିଳିଥାଏ । ସପ୍ତମ ସ୍ଥାନରେ ଅଛି ଜର୍ମାନୀ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୮୦୦/- ଟଙ୍କା । ଯାହା ବର୍ଷକୁ ୪୨ ଲକ୍ଷ ୭୧ ହଜାର ଟଙ୍କା ଦରମା ହୋଇଥାଏ ।

ଷଷ୍ଠ ସ୍ଥାନରେ ଅଛି ନେଦରଲାଣ୍ଡ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୭୦୦/- ଟଙ୍କା । ଯାହା ବର୍ଷକୁ ୪୩ ଲକ୍ଷ ୧୩ ହଜାର ଟଙ୍କା ଦରମା ଅଟେ । ପଞ୍ଚମ ସ୍ଥାନରେ ଅଛି ଡେନମାର୍କ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୬୫୦ ଟଙ୍କା । ଏହା ବର୍ଷକୁ ପ୍ରାୟ ୪୩ ଲକ୍ଷ ୫୯ ହଜାର ଟଙ୍କା ଦରମା ହୋଇଥାଏ ।

ଚତୁର୍ଥ ସ୍ଥାନରେ ରହିଛି ଯେଉଁଠି ବିଶ୍ଵରେ ଚତୁର୍ଥ ଅଧିକ ଦରମା ମିଳିଥାଏ । ଆମେରିକାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳିଥାଏ ୫୦୭/- ଟଙ୍କା । ଯାହା ବର୍ଷକୁ ପ୍ରାୟ ୫୦ ଲକ୍ଷ ୨୧ ହଜାର ଟଙ୍କା ଦରମା ମିଳିଥାଏ ।

ବିଶ୍ଵର ସବୁଠୁ ଅଧିକ ଦରମା ଦେଉଥିବା ଦେଶଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି ସୁଇଜରଲ୍ୟାଣ୍ଡ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୭୦୧/- ଟଙ୍କା । ଏହି ଦେଶ ବର୍ଷକୁ ପ୍ରାୟ ୫୦ ଲକ୍ଷ ୭୭ ହଜାର ଟଙ୍କା ଦରମା ଦେଇଥାଏ । ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି ଆଇସଲ୍ୟାଣ୍ଡ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳିଥୱେ ପ୍ରାୟ ୭୦୦/- ଟଙ୍କା ।

ଏହା ବର୍ଷକୁ ସର୍ବାଧିକ ପ୍ରାୟ ୫୧ ଲକ୍ଷ ୮୭ ହଜାର ଟଙ୍କା ଦରମା ଦେଇଥାଏ । ତେବେ ବିଶ୍ବରେ ସବୁଠୁ ଅଧିକ ଦରମା ଦେଉଥିବା ଦେଶଙ୍କ ତାଲିକାରେ ସବୁଠୁ ପ୍ରଥମେ ଆସୁଛି ଲେକ୍ସାମ୍ୱୋର୍ଗ । ଯାହା ଗୋଟିଏ ଘଣ୍ଟା କାମ ପାଇଁ ୧୦୦୦/- ଟଙ୍କା ଦେଇଥାଏ । ଏହା ବର୍ଷକୁ ପ୍ରାୟ ୫୨ ଲକ୍ଷ ୩୮ ହଜାର ଟଙ୍କା ଦରମା ଦେଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button