ବିଚାର

ମଙ୍ଗଳବାର କିମ୍ବା ଶନିବାର ଦିନ ଚୁପଚାପ ଏଠାରେ ବାନ୍ଧି ଦିଅନ୍ତୁ କଳାସୁତା, ଆଉ ତା’ପରେ ଯାହା ହେବେ ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ, ବଦଳିଯିବ ଭାଗ୍ୟ

ମଣିଷ ଜୀବନରେ ଯେତେ କଠିନ ପରିଶ୍ରମ କରିଲେ ମଧ୍ୟ ସଫଳତା ହାସଲ ହୁଏ ନାହି । ଏହା ଦ୍ଵାରା ଜୀବନରେ ଅନେକ ସମସ୍ଯା ସୃଷ୍ଟି ହେବା ସହ ଦାମ୍ପତ୍ୟ ଜୀବନରେ ସମସ୍ୟା ଓ ଟଙ୍କାର ଅଭାବ ଦେଖାଯାଏ । ଏହାର କାରଣ ହୋଇଥାଏ କି ଆମ ଉପରେ ଖରାପ ଶକ୍ତିର ନଜର ରହିଛି ଯାହା ଦ୍ଵାରା ଆମେ ଜୀବନରେ ଆଗକୁ ବଢିପାରି ନ ଥାଉ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଜୀବନରେ ଥିବା ନାକାରାତ୍ମକ ଶକ୍ତି ଦୂର ହେବା ସହ କାହାରି ନଜର ଲାଗିବ ନାହି ।

ଏଥିପାଇଁ ଆବଶ୍ୟକ ରହିଛି କଳା ସୂତା ଯାହା ପୁରାତନ କାଳରୁ ବ୍ୟବହାର କରାଯାଉଛି । ବାସ୍ତବରେ ଆମ ଶରୀରର ୫ଟି ତତ୍ତ୍ଵରେ ତିଆରି ହୋଇଛି ଯଥା ବାୟୁ, ଜଳ, ବାୟୁ, ପୃଥୁବୀ ଓ ଆକାଶ । ଏମାନଙ୍କ ଠାରୁ ମିଳୁଥିବା ଊର୍ଜା ଆମ ଶରୀରରେ ସାକାରାତ୍ମକ ମିଳିଥାଏ । ଖରାପ ଦ୍ରୁଷ୍ଟିରି ବଞ୍ଚିବା ପାଇଁ କଳାସୂତା ଲଗାଯାଏ । ଏହାକୁ ଅଲଗା ଅଲଗା ଉପାୟରେ ବ୍ୟବହାର କରିଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଘରର ଗୁରୁଜନ ମାନେ ଛୋଟ ପିଲାଙ୍କ ଠାରେ କଳା ଟୀକା ଓ ବିବାହ ସମୟରେ ବର କନ୍ୟାଙ୍କୁ କଳା ଟୀକା ଲଗାଯାଏ ଖରାପ ନଜର ନ ଲାଗିବା ପାଇଁ ।

ଆପଣଙ୍କୁ ଶନି ମନ୍ଦିର ବା ହନୁମାନ ମନ୍ଦିର କଳାସୂତା ନେଇ ଯାଆନ୍ତୁ । ଯଦି ଆପଣ ଶନି ମନ୍ଦିର ଯାଉଛନ୍ତି ତେବେ ସୋରିଷ ତେଲରେ କଳାସୂତାକୁ ଅଳ୍ପ ବୁଡାଇ ଦିଅନ୍ତୁ । ଯଦି ଆପଣ ହନୁମାନ ମନ୍ଦିର ଯାଉଛନ୍ତି ତେବେ ହନୁମାନଙ୍କ ସିନ୍ଦୁର କଳାସୂତାରେ ଲଗାନ୍ତୁ । ଏହା ପରେ ୭ଟି ଗଣ୍ଠି କଳାସୂତାରେ ପକାଇବାକୁ ପଡିବ । ପ୍ରତେକ ଗଣ୍ଠି ପକାଇବା ସମୟରେ ଆପଣଙ୍କର ସମସ୍ଯା ଭଗବାନଙ୍କୁ କହିବା ଉଚିତ । ଆପଣଙ୍କର ଧନ ଜନିତ ସମସ୍ୟା, ସନ୍ତାନ ସହ ଜଡିତ ସମସ୍ଯା ବା ପାରିବାରିକ ସମସ୍ଯା ବିଷୟରେ କହିପାରିବେ ।

ଏହା ପରେ ଭଗବାନଙ୍କ ଚରଣରେ ଦୀପ ଜଳାଇ ମନ୍ତ୍ର ଜପ କରନ୍ତୁ । ହନୁମାନ ମନ୍ଦିରକୁ ଯାଉଥିଲେ ଆପଣଙ୍କୁ ହନୁମାନ ଚାଳିଶା ପାଠ କରିବାକୁ ହେବ । କଳାସୂତାକୁ ଦୀପ ଚାରିପଟେ ୭ ଥର ବୁଲାଇ ଦିଅନ୍ତୁ । ଏହି ସମୟରେ ଓମ ସନିଶ୍ଚରାୟ ନମହ ବା ହନୁମାନୟ ନମହ ମନ୍ତ୍ର ୭ ଥର ଜପ କରିବାକୁ ହେବ । ଏହି କ୍ରିୟା କରିବା ସମୟରେ ଆପଣ କାହା ସହ କଥା ହୁଅନ୍ତୁ ନାହି । ଘରକୁ ଯିବା ପରେ ଆପଣ କଳାସୂତାକୁ ମାତ୍ର ଗୋଟେ ଦିନ ପାଇଁ ଘରର ପୂଜା ଘରେ ରଖି ଯେଉଁ ବ୍ୟକ୍ତିଙ୍କ ପାଇଁ ଏହି ଉପାୟ କରୁଛନ୍ତି ତାଙ୍କ ହାତରେ ବାନ୍ଧି ଦିଅନ୍ତୁ ।

କଳାସୂତା ବାନ୍ଧିବା ସମୟରେ ଅନ୍ୟ କୌଣସି ସୂତା ବାନ୍ଧନ୍ତୁ ନାହି । ଶନି ଦୋଷରୁ ବଞ୍ଚିବା ପାଇଁ କଳାସୂତା ବାନ୍ଧିବା ଉଚିତ । ଯଦି ଆପଣ ଚାହିଁବେ ଘରର ମୁଖ୍ୟ ଦାବରରେ କଳାସୁତା ବାନ୍ଧିଲେ ଖରାପ ଶକ୍ତିର ପ୍ରବେଶ ହେବ ନାହି । ଦାଂପତ୍ଯ ଜୀବନରେ କଳହ ଲାଗି ରହୁଥିଲେ ଏହିଭଳି ଉପାୟ କରି କଳାସୂତା ରଖିଲେ ଏହା ଦୂର ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button