ନୀତି

Vastu Tips- ଶ୍ଵେତ ଅରଖ ଚେରରେ ଏହି ଉପାୟ କରି ଦେଖନ୍ତୁ, ଏମିତି ଚମତ୍କାର ହେବ ଯେ ଆପଣ କେବେ ସ୍ଵପ୍ନରେ ବି ଭାବି ନଥିବେ

ଆପଣ ଯଦି ଅରଖ ଗଛ ଦେଖିଥିବେ ତେବେ ଜାଣିଥିବେ କି ଦୁଇ ପ୍ରକାରର ଅରଖ ଗଛ ରହିଥାଏ । ଗୋଟିଏ ହେଉଛି ଶ୍ଵେତ ବା ଧଳା ଅରଖ ଏବଂ ଅନ୍ଯଟି ନୀଳ ଅରଖ । ନୀଳ ଅରକ୍ଷଟି ଭଗବାନ ଶିବଙ୍କର ଅତିପ୍ରିୟ ଅଟେ । ଏହି ଅରଖକୁ ବିଶେଷ କରି ସୋମବାର ଏବଂ ଶନିବାର ଦିନ ଶିବଲିଙ୍ଗରେ ଅର୍ପଣ କରିବା ଦ୍ଵାରା ଭଗବାନ ଶିବଙ୍କ ଆଶୀର୍ବାଦ ନିଶ୍ଚିତ ରୂପେ ଲାଭ ହୋଇଥାଏ । ଶ୍ଵେତ ଅରଖଟି ବହୁତ କମ୍ ମାତ୍ରାରେ ଦେଖିବାକୁ ମିଳିଥାଏ । ଶାସ୍ତ୍ରରେ ଏହି ଶ୍ଵେତ ଅରଖକୁ ଭଗବାନ ଗଣେଶଙ୍କ ଅବତାର ବୋଲି ମାନାଯାଇଛି ।

ଶ୍ଵେତ ଅରଖର ଚେର ଯଦି ଆପଣ ସଂଗ୍ରହ କରିପାରିବେ ତେବେ ଆପଣଙ୍କର ବହୁ ସମସ୍ୟାର ଅନ୍ତ ହୋଇପାରିବ । ଶ୍ଵେତ ଅରଖ ଚେର ୧୨ ବର୍ଷ ପରେ ଆପେ ଆପେ ଭଗବାନ ଗଣେଶଙ୍କ ରୂପ ଧାରଣ କରିନିଏ । ଆପଣ ନିଜ ବାଡିରେ ଏହିପରି ଅନେକ ବର୍ଷରୁ ଥିବା ଶ୍ଵେତ ଅରଖ ଗଛକୁ ଓପାଡି ଦେଖିଲେ ଜାଣିପାରିବେ କି ଏହା କିପରି ଆପେ ଆପେ ଭଗବାନ ଗଣେଶଙ୍କ ରୂପରେ ପରିଣତ ହୋଇଯାଇଛି ।

ସେଥିପାଇଁ ଏହି ଶ୍ଵେତ ଅରଖ ଗଛ ଭଗବାନ ଗଣେଶଙ୍କ ପ୍ରତିବିମ୍ବ ବ ପ୍ରତିମୂର୍ତ୍ତି ବୋଲି ମାନା ଯାଇଥାଏ । ତେଣୁ ଏହି ଗଛ ବହୁତ ବିରଳ ଏବଂ ମୂଲ୍ଯବାନ ବୋଲି ମାନାଯାଏ । ଆପଣ ଯଦି ଏହି ଶ୍ଵେତ ଅରଖ ଗଛ କେଉଁ ସ୍ଥାନରେ ଦେଖନ୍ତି ତେବେ ତାକୁ ନିଶ୍ଚୟ ସଂଗ୍ରହ କରନ୍ତୁ । ଏହାଦ୍ବାରା ଆପଣଙ୍କ ସବୁ ସମସ୍ୟାର ସମାଧାନ ଘଟିପାରିବ ।

ଯେକୌଣସି ମାସର ଶୁକ୍ଲପକ୍ଷ ଶୁକ୍ରବାର ଦିନ ଚେର ଖଣ୍ଡେ ଆଣି ଏହାକୁ ଭଲ ଭାବେ ସଫା କରି ଗଙ୍ଗା ଜଳରେ ଧୋଇ ଶୁଦ୍ଧ କରି ଦିଅନ୍ତୁ । ଏହି ଚେରକୁ ପଞ୍ଚାମୃତ ଓ ଗଙ୍ଗା ଜଳରେ ସ୍ନାନ କରେଇ ସେଥିରେ ଧୂପ ଦୀପ ଓ ଫୁଲ, ଚନ୍ଦନ ଆଦି ଦେଇ ପୂଜା କରିବେ ।

ଏହାପରେ ଆପଣ ଏହି ଶ୍ଵେତ ଅରଖ ଚେରକୁ ଏକ ଲାଲ କପଡାରେ ବାନ୍ଧି ଆପଣଙ୍କ ଘର ଅଫିସରେ ଟଙ୍କା ପଇସା ଓ ସୁନା ଅଳଙ୍କାର ରଖୁଥିବା ସ୍ଥାନ ତଥା ଟ୍ରେଜେରୀରେ ରଖିଦେବେ । ଦେଖିବେ ଏହା କରିବା ଦ୍ଵାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ତ୍ତହା ଆଶୀର୍ବାଦ ଆପଣଙ୍କ ଉପରେ ଭରପୁର ମାତ୍ରାରେ ରହିବ ।

ଆପଣଙ୍କ ଘରେ ଥିବା ସମସ୍ତ ଆର୍ଥିକ ସମସ୍ଯା ଓ ରୋଜଗାରରେ ଉପୁଜୁଥିବା ବାଧାବିଧ୍ନ ସବୁ ଦୂର ହୋଇଯିବ । ଦେଖିବେ ଆପଣ ଧନ ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ । ସେହିପରି ଶୁକ୍ଲପକ୍ଷର ଶନିବାର ଦିନ ଆପଣ ଏହି ଶ୍ଵେତ ଅରଖ ଗଛକୁ ଆଣି ବିଧିବଦ୍ଧ ଭାବେ ପୂଜା କରି ଯଦି ଏକ କଳା କପଡାରେ ବାନ୍ଧି ଆପଣଙ୍କ ଘରର ମୁଖଦ୍ଵାରରେ ବାନ୍ଧନ୍ତି ତେବେ ଆପଣଙ୍କ ଘର ପ୍ରତି କୌଣସି କୁଦୃଷ୍ଟି ରହିବ ନାହିଁ । ଏହାସହ ଘରର ସମସ୍ତ ବାସ୍ତୁଦୋଷ ମଧ୍ୟ ଦୂର ହୋଇଯିବ ।

ଯଦି କୌଣସି କାରଣ ବଶତଃ ଆପଣଙ୍କ ନୂଆ ଘର କାର୍ଯ୍ୟ ସମ୍ପନ୍ନ ହୋଇପାରୁ ନାହିଁ ତେବେ ସେହି ଅର୍ଦ୍ଧନିର୍ମିତ ଘରେ ଯଦି ଏହି ଶ୍ଵେତ ଅରକ୍ଷ ଚେରକୁ ବାନ୍ଧୁଛନ୍ତି ତେବେ ଦେଖିବେ ସେହି ଘର କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ ହୋଇଯିବ । ଏହାସହ ଏହି ଚେର ସନ୍ତାନ ଉତ୍ପତ୍ତି କରିବାରେ ସାହାଯ୍ୟ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button