ବିଚାର

Vastu Tips: ନିଜ ରୋଷେଇ ଘରକୁ ଏମିତି ସଜାନ୍ତୁ, ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରକୁ କେବେବି ଆସିବନି ଦରିଦ୍ରତା

ଅନେକ ସମୟରେ ସବୁ ଠିକ ଥାଇ ମଧ୍ୟ ଆମ ଜୀବନରେ ନାନା ପ୍ରକାରର ସମସ୍ଯା ଲାଗି ରହିଥାଏ । ଆମେ ବୁଝି ପାରି ନଥାଉ କି କେଉଁ କାରଣରୁ ଆମ ଜୀବନରେ ସମସ୍ଯା ଦେଖା ଦେଉଛି । ଏହା ଆମ ଘରର ବସ୍ତୁ ଦୋଷ ଯୋଗୁଁ ମଧ୍ୟ ହେଉଥାଇ ପାରେ । ତେଣୁ ଘରର ବାସ୍ତୁ ଦୋଷକୁ ଠିକ କରିବା ନିହାତି ଆବଶ୍ୟକ । ବିଶେଷ କରି ରୋଷେଇ ଘରର ବାସ୍ତୁ ଅନୁସାରେ କିପରି ସଜାଇଲେ ମା ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ସର୍ବଦା ରହିଥାଏ, ଆସନ୍ତୁ ଜାଣିବା ।

ପ୍ରଥମ କଥା ହେଉଛି ରୋଷେଇ କରିବା ପାଇଁ ବ୍ୟବହାର କରୁଥିବା ଚୁଲା, ଗ୍ଯାସ, ହିଟର ଓ ଷ୍ଟୋଭ ଆଦିକୁ ଘରର ଆଗ୍ନେୟ କୋଣରେ ରଖିବା ଉଚିତ । ଯଦି ଭୁଲ ବଶତଃ ଏହି ସବୁ ରୋଷେଇରେ ବ୍ଯବହ୍ରୁତ ସାମଗ୍ରୀକୁ ଐଶନ୍ୟ କୋଣରେ ରଖୁଛନ୍ତି ତେବେ ଅର୍ଥ ହାନି ଭଳି ସମସ୍ଯା ଦେଖା ଦେବା ସହ ସନ୍ତାନ ପୀଡା ମଧ୍ୟ ଦେଖା ଦେଇଥାଏ । ତେଣୁ ମନେରଖନ୍ତୁ ଆପଣଙ୍କ ଏହି ସବୁ ରୋଷେଇ କରିବା ଜିନିଷ ଗୁଡିକୁ ଆଗ୍ନେୟ କୋଣରେ ବା ପୂର୍ବ-ଦକ୍ଷିଣ କୋଣରେ ରଖିବେ ।

ଯଦି ଆପଣଙ୍କ ରୋଷେଇ ଘରର ଆଗ୍ନେୟ କୋଣରେ ଏହି ସମସ୍ତ ଜିନିଷ ରଖିବାକୁ ସ୍ଥାନ ନଥିବ ତେବେ ଆପଣ ଯେଉଁ ସ୍ଲାବ ଉପରେ ଗ୍ଯାସ। ଷ୍ଟୋଭ ଆଦି ରଖୁଛନ୍ତି ତା’ର ଠିକ ତଳେ ଏକ ତମ୍ବା ପାତ୍ରରେ ପାଣି ଭରି କରି ରଖି ଦିଅନ୍ତୁ ଏବଂ ପ୍ରତିଦିନ ସନ୍ଧ୍ୟା ସମୟରେ ସେହି ତମ୍ବା ପତ୍ରରେ ଥିବା ଜଳକୁ ଆପଣ ପରିବର୍ତ୍ତନ କରନ୍ତୁ ।

ଏପରି କରିବା ଦ୍ଵାରା ଆପଣଙ୍କ ବାସ୍ତୁଦୋଷ ଦୂର ହୋଇଯିବ । ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଅତ୍ୟନ୍ତ ଆବଶ୍ୟକ । ପ୍ରତିଦିନ ରୋଷେଇ କରିବା ପୂର୍ବରୁ ଏବଂ ରୋଷେଇ କରିବା ପରେ ଆପଣ ରୋଷେଇ ଘରକୁ ଭଲ ଭାବେ ପରିଷ୍କାର କରି ଦିଅନ୍ତୁ । ଯଦି ରୋଷେଇ ଘରେ କୌଣସି ଷ୍ଟାଣ୍ଡ ବା ଥାକ ରଖିବାକୁ ଚାହାନ୍ତି ତେବେ ଏହାକୁ ଆପଣ ରୋଷେଇ ଘରର ଦକ୍ଷିଣ- ପଶ୍ଚିମ କାନ୍ଥରେ ରଖନ୍ତୁ । ଏହା ଆପଣଙ୍କ ପାଇଁ ଶୁଭପ୍ରଦ ହେବ ।

ରୋଷେଇ ଘରେ ଆପଣ ଯାହା ବି ବୋତଲ କିମ୍ବା ଜାର୍ ରୋଷେଇ ସାମଗ୍ରୀ ରଖିବା ପାଇଁ ବ୍ୟବହାର କରୁଛନ୍ତି ତେବେ ତାକୁ କେବେବି ଖାଲି ରଖନ୍ତୁ ନାହିଁ । ସବୁବେଳେ ସେଗୁଡିକରେ ଜିନିଷ ଭର୍ତ୍ତି କରି ରଖନ୍ତୁ ବା ଶେଷ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ । କିଛି ନହେଲେ ଖାଲି ବୋତଲରେ ଆପଣ ମୁଠାଏ ଚାଉଳ ଭରି କରି ରଖିପାରିବେ ।

କାରଣ ରୋଷେଇ ଘରେ ଖାଲି ବୋତଲ ବା ଜାର୍ ରଖିବା ଅଶୁଭ ହୋଇଥାଏ ଓ ବାସ୍ତୁଦୋଷର ଏକ ପ୍ରଧାନ କାରଣ ହୋଇଥାଏ । ରୋଷେଇରେ ବ୍ୟବହୃତ ହେଉଥିବା ଖାଦ୍ଯ ସାମଗ୍ରୀ ସବୁକୁ ବାଇବ କୋଣରେ ରଖିବା ଉଚିତ । ବସ୍ତୁ ଅନୁସାରେ ଏହାଦ୍ବାର ହଜମକ୍ରିୟା ଭଲ ହୋଇଥାଏ ଓ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହାସହ ଆପଣଙ୍କ ଘରେ କେବେବି ଅନ୍ନର ଅଭାବ ରହିବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button