ଓଡିଶା

ଅଧରାତିରେ କଣ ପାଇଁ ଝିଅ ବାପାକୁ କଲା ମେସେଜ “ଏବେ ଆଉ ସହି ହେଉ ନାହିଁ”- କଣ ଥିଲା କାରଣ

କୁହା ଯାଏ ଯେ ଝିଅ ବାପା ସମ୍ପର୍କ ବହୁତ ସ୍ନେହପୂର୍ଣ ହୋଇଥାଏ, ଝିଅକୁ କିଛି ହେଲେ ସେ ପ୍ରଥମେ ନିଜ ମା ବାପାଙ୍କ ମଧ୍ୟରୁ ନିଜ ବାପାକୁ କହିଥାଏ ପ୍ରାୟତଃ ସବୁ ଝିଅ ନିଜ ବାପା ହୃଦୟର ବହୁତ ପାଖରେ ରୁହନ୍ତି ତେବେ ପଞ୍ଜାବ ଏହି ଝିଅ ଏହି କଥା ଦେଖେଇଛନ୍ତି । ଏହି ଝିଅ ସହ ହେଲା ଏମିତି କିଛି ଯାହା ଠାରୁ ହାର ମାନି ସେ ନିଜ ପିତାଙ୍କୁ ମେସେଜ କଲେ ଓ ତା ପରେ ଆତ୍ମହତ୍ୟା କରି ନେଲେ । ତେବେ ଆସନ୍ତୁ ଜାଣିବା କଣ ପାଇଁ ଗୋଟେ ଝିଅ ସହି ପାରିଲା ନାହିଁ ଓ କଣ ଥିଲା ଯାହା ପାଇଁ ସେ ଆତ୍ମହତ୍ୟା କରିବା ପାଇଁ ମଜବୁର ହେଲା ।

ଆତ୍ମହତ୍ୟା ଆଗରୁ ଶ୍ଵଶୁର ଘର ଲୋକଙ୍କ ଉପରେ ଲଗେଇଲେ ସଙ୍ଗିନ ଅଭିଯୋଗ :

ଗୁରଜିତ ନାମକ ଗୋଟେ ମହିଳା ଆତ୍ମହତ୍ୟା ଆଗରୁ ନିଜ ପିତା ଗୁରୁଚରଣ ସିଂହକୁ ମେସେଜ କରି କହିଥିଲେ “ଡେଡି ମୁଁ ଆଉ ସହି ପାରୁନାହିଁ ଓ ଏହା ମଧ୍ୟରେ ଯଦି ମତେ କିଛି ବି ହେଲା ତେବେ ଏହାର ଦୋଷୀ ମୋ ଶାଶୁ ହରଦୀପ କୋର ହେବେ, ଗୁରଜିତ ମେସେଜ ରେ ଲେଖିଲେ ଏହା ମୁଁ ମୋ ହୋଶ ରେ ମେସେଜ କରୁଛି ।

”କୁହା ଯାଉଛି ଯେ ଗୁରଜିତ ବିବାହ ହରଦୀପ କୋର ପୁଅ ଲଖବିନ୍ଦର ସିଂହ ସହ ହୋଇଥିଲା ଯିଏ ଦୁବାଇ ରେ ମେକେନିକ କାମ କରନ୍ତି । ସବୁ ଝିଅଙ୍କ ବିବାହ ଆଗରୁ ଗୋଟେ ସ୍ଵପ୍ନ ଥାଏ ଯେ ତାଙ୍କ ସ୍ଵାମୀ ସହ ତାଙ୍କ ଶ୍ଵଶୁରଘର ଲୋକ ମଧ୍ୟ ଏମିତି ମିଳନ୍ତୁ ଯାହା ସହ ସେ ନିଜ ଦୁଃଖ ସୁଖ ବାଣ୍ଟି ପାରୁ ଓ ସେ ତାକୁ ନିଜ ଝିଅ ଭଳି ରଖନ୍ତୁ କିନ୍ତୁ ଗୁରଜିତ ଭାଗ୍ୟରେ ଏମିତି ଶାଶୁଘର ନଥିଲା ।

ଏହି କାରଣ ପାଇଁ ଝିଅ କଲେ ଆତ୍ମହତ୍ୟା :

ଗୁରଜିତ ମେସେଜ ପାଇଲା ପରେ ବାପା ଗୁରୁଚରଣ ତୁରନ୍ତ ଝିଅ ଶାଶୂଘରେ ପହଞ୍ଚିଲେ କିନ୍ତୁ ସେ ପର୍ଜନ୍ତ ଝିଅ ମୃତ୍ୟୁ ହୋଇ ଯାଇଥିଲା । ଗୁରୁଚରଣ ସିଂହ ଗୁରଜିତ ମୃତ୍ୟୁ ପାଇଁ ତା ସାସୁଘର ଲୋକଙ୍କୁ ନିଜ ଝିଅ ମୃତ୍ୟୁ ଦୋଷୀ କହିଲେ ତାଙ୍କ ଅନୁଯାଇ ଝିଅ ସାସୁ ହରଦୀପ କୋର ଓ ଶ୍ଵଶୁର ହରଜିନ୍ଦର ସିଂହ ବିବାହ କିଛି ଦିନ ପର ଠାରୁ ତାଙ୍କ ଝିଅ ଗୁରଜିତ ଉପରେ ଜଉତୁକ ପାଇଁ ପ୍ରତାରଣା କରୁଥିଲେ । କିନ୍ତୁ ଯେତେବେଳେ ସହିବା ସୀମା ପାର ହୋଇଗଲା ତେବେ ଗୁରଜିତ ଆତ୍ମହତ୍ୟା କଲେ ଯାହା ତାଙ୍କୁ ସବୁଠାରୁ ସହଜ ଲାଗିଲା । ବାପା ଅଭିଯୋଗ ଦ୍ଵାରା ପୋଲିସ ହରଦୀପ ଓ ହରଜିନ୍ଦର କୁ ଗିରଫତାର କରି ନେଇ ଯାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button