ଦେଶ ବିଦେଶ

ବିଲକିସ ମାମଲାରେ କେନ୍ଦ୍ର ଓ ରାଜ୍ୟକୁ ନୋଟିସ

ନୂଆଦିଲ୍ଲୀ: ବିଲକିସ ବାନୁ ଗଣଦୁର୍ଷ୍ମକାରୀ୧୧ ଦୋଷୀଙ୍କୁ ଛାଡିଦେବା ମାମଲାରେ ସୁପ୍ରିମକୋର୍ଟ ଗୁଜୁରାଟ ସରକାର ଓ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ୨ ସପ୍ତାହ ପରେ ମାମଲାର ଶୁଣାଣି କରାଯିବ। ଏହି ସମୟ ମଧ୍ୟରେ ଦୋଷୀମାନଙ୍କୁ ବି ପକ୍ଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ କର୍ମୀ ସୁଭାଷିନୀ ଅଲିଙ୍କ ସମେତ ୪ ଜଣଙ୍କ ଦ୍ବାରା ଗୁଜୁରାଟ ସରକାରର ଆଦେଶ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଦାୟର ଯାଚିକା ଅପିଲ କରାଯାଇଥିଲା। ଗୁରୁବାର ଦିନ ମୁଖ୍ୟବିଚାରପତି ଜଷ୍ଟିସ ଏନ ଭି ରମଣା, ଜଷ୍ଟିସ ଅଜୟ ରସ୍ତୋଗୀ, ବିକ୍ରିମ ନାତଙ୍କ ଖଣ୍ଡପୀଠ ମାମଲାରେ ନୋଟିସ କରିଛନ୍ତି।

୨୦୦୨ରେ ହୋଇଥିବା ବିଲକିସ ବାନୁ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ସମସ୍ତ ୧୧ ଦୋଷୀଙ୍କୁ ଗୁଜୁରାଟ ସରକାର ଅଗଷ୍ଟ ୧୫ ତାରିଖରେ ମୁକ୍ତ କରିଦେଇଥିଲେ। ଏହାକୁ ନେଇ ସାରା ଦେଶରେ ସମାଲୋଚନାର ସରବ୍ୟ ହୋଇଥିଲା କେନ୍ଦ୍ର ଓ ରାଜ୍ୟ ସରକାର। ସିପିଏମ, ଟିଏମସି, କଂଗ୍ରେସ ପରି ପ୍ରାୟ ସମସ୍ତ ବିରୋଧୀ ଦଳ ଏହାର ଘୋର ବିରୋଧ କରିଥିଲେ। ଏହାକୁ ନେଇ ସିପିଅଏମ ନେତା ସୁଭାଷିନୀ ଅଲ୍ଲୀ, ସାମାଜିକ କର୍ମୀ ରୁପରେଖା ବର୍ମା, ରେବତୀ ଲାଲ ଓ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ଦ୍ବାରା ଭିନ୍ନ ଭିନ୍ନ ଯାଚିକା ଦାୟର କରାଯାଇଥିଲା। ଯାଚିକାରେ ଗୁଜୁରାଟ ସରକାରର ଆଦେଶ ରଦ୍ଦ କରିବାକୁ ଅପିଲ କରାଯାଇଥିଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ।

ତେବେ ମାମଲାର ଅନ୍ୟତମ ଦୋଷୀ ରାଧେଶ୍ୟାମଙ୍କ ଓକିଲ ଋଷି ମଲ୍‌ହୋତ୍ରା ଯାଚିକାର ବିରୋଧ କରିଛନ୍ତି। ମଲହୋତ୍ରା କହିଛନ୍ତି କି, ଯାଚିକାକର୍ତ୍ତାଙ୍କର ମାମଲାରେ କୌଣସି ସମ୍ବନ୍ଧ ନାହିଁ। ଯାଚିକାକର୍ତ୍ତା ଯେଉଁ ଲୋକମାନଙ୍କୁ ପୁନଶ୍ଚ ଜେଲକୁ ପଠାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ପକ୍ଷ ରଖିବାକୁ ଦେଇ ନାହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button