ସ୍ୱାସ୍ଥ୍ୟ

ଛୋଟ ପିଲାଙ୍କ ତଣ୍ଟିରେ ଅଟକିଥିବା ପଇସା କିପରି କାଢିବେ, ଜାଣିରଖନ୍ତୁ ଘରୋଇ ଟିପ୍ସ

ଛୋଟ ଶିଶୁ କିଛି ବି ଜିନିଷ ପାଇଲେ ହଠାତ୍‌ ତାକୁ ପାଟିରେ ଭର୍ତ୍ତି କରିଦିଏ। ଆପଣ ଛୋଟବେଳେ ନିଶ୍ଚିତ ପଇସା ଗିଳିଦେଇଥିବେ। ଏପରି ଆପଣଙ୍କ ସହିତ ନିଶ୍ଚିତ ଘଟିଥିବ। ଏପରି ସ୍ଥଳେ ତଣ୍ଟିରେ ପଇସାଟି ଲାଖି ରହିଯାଏ। ଏପରି ସ୍ଥିତିରେ ଛୋଟପିଲାଙ୍କ ଜୀବନ ଉପରେ ବିପଦ ରହିଥାଏ। ତେଣୁ ସେମାନଙ୍କୁ ଡାକ୍ତରଖାନା ନେବାକୁ ପଡିଥାଏ। କିନ୍ତୁ ଆପଣ ଘରୋଇ ଉପାୟରେ ଆପଣ ପିଲାଙ୍କ ମୁହଁରୁ ଅଟକିଥିବା ପଇସା କିମ୍ବା ଅନ୍ୟ ବସ୍ତୁ ବାହାର କରିପାରିବେ। ଆସନ୍ତୁ ଜାଣିବା କେଉଁ ଉପାୟ ଆପଣାଇବେ …

swallow

 

– ଯଦି ଏପରିକିଛି ଘଟେ, ପ୍ରଥମେ ଆପଣ ପିଲାକୁ ଆଗକୁ ନୁଆଁଇ ଛାତିକୁ ହାତରେ ଜୋରରେ ଚାପ ପକାନ୍ତୁ ଏବଂ ଅନ୍ୟ ହାତରେ ପିଠିକୁ ୫ରୁ ୬ ଥର ବାଡାନ୍ତୁ। ଏହି ପ୍ରକ୍ରିୟା ୨ ରୁ ୩ ଥର କରନ୍ତୁ। ଏପରି କଲେ ଛାତିରେ କଫ ଜମାଟ ବାନ୍ଧିବ ଏବଂ ପଇସା ବାହାରିଯିବ।

– ଗଳାରେ ପଇସା ଅଟକିଥିବା ପିଲାର ପେଟର ଉପରି ଭାଗରେ ଦୁଇ ହାତରେ ଜୋରରେ ଧରନ୍ତୁ ଏବଂ ହଠାତ୍‌ ଚାପ ପକାନ୍ତୁ। ଏପରିକଲେ ନିଶ୍ୱାସ ତଳକୁ ନ ଆସି ଉପରକୁ ଯିବ। ଫଳରେ ଫସିଥିବା ଜିନିଷ ବାହାରି ଆସିବ।

coin

– ତଣ୍ଟିରେ ପଇସା ଅଟକିଯିବା ଫଳରେ ଜୋରରେ କାଶ ହୋଇଥାଏ। ବାରମ୍ବାର କାଶ ହେବା ସହ ଅଟକିଥିବା ବସ୍ତୁ ମଧ୍ୟ ବାହାରିଯାଏ।

– ଯଦି ଅଟକିଥିବା ପଇସା ନ ବାହାରି ପିଲା ନୀଳ ପଡିବା ଆରମ୍ଭ ହୁଏ, ତେବେ ତୁରନ୍ତୁ ତାକୁ ଡାକ୍ତର ପାଖକୁ ନେଇଯାଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button