ମନୋରଞ୍ଜନ

‘ବିଗବସ’ରେ ଅଙ୍କିତାଙ୍କ ଅତୀତକୁ ନେଇ ପ୍ରଶ୍ନ ଆସିଲେ ଏଭଳି ଭା‌ବେ ସାମ୍ନା କରିବି’: ଭିକ୍କି ଜୈନ – Utkal Mail


ନୂଆଦିଲ୍ଲୀ: ଭିକ୍କି ଜୈନ ଓ ଅଙ୍କିତା ଲୋଖଣ୍ଡେଙ୍କୁ ବିବାହ ପରେ ଦ୍ବିତୀୟ ଥର କୌଣସି ରିୟଲିଟି ସୋ’ରେ ଦେଖିବାକୁ ମିଳିବ। ଏହି ରିୟଲିଟି ସୋ’ ପୂର୍ବରୁ ଦୁହିଁଙ୍କୁ ସ୍ମାର୍ଟ ଯୋଡ଼ିରେ ଦେଖିବାକୁ ମିଳିଥିଲା।

‘ବିଗବସ-୧୭’ରେ ଚଳିତ ଥର ନାମୀଦାମୀ ଦମ୍ପତି ଭାଗ ନେଇଛନ୍ତି। ବିଗବସରେ ପ୍ରବେଶ ପୂର୍ବରୁ ଭିକ୍କି ତାଙ୍କ ଉତ୍ସାହକୁ ସେୟାର କରି କହିଥିଲେ, ‘ବିଗବସକୁ ନେଇ ମୋ ଉତ୍ସାହ ପର୍ଯ୍ୟାୟ କ୍ରମେ ବଦଳୁଛି। ଯେତେବେଳେ ସୋ’ ପାଇଁ ରାଜି ହୋଇଗଲି ଭିନ୍ନ ପ୍ରକାର ଅନୁଭବ ଥିଲା ପୁଣି କଣ୍ଟ୍ରାକ୍ଟ ସାଇନ କରିବା ପରେ ଏହି ଅନୁଭବ ବଦଳି ଯାଇଥିଲା। ଚିନ୍ତା ବଢ଼ି ଯାଇଥିଲା। ଏବେ ଯାହାବି ହୋଇଯାଉ ସୋ’କୁ ତ ଯିବାକୁ ପଡ଼ିବ। ନଦୀରେ ଯେତେବେଳେ ଡେଇଁ ସାରିଛି ପହଁରା ଜାଣିଥିଲେ ପହଁରିବି ନଚେତ ବୁଡ଼ିବା ଛଡ଼ା ଆଉ କିଛି ଉପାୟ ନାହିଁ।’

ତେବେ ସୋ’ରେ ଅଙ୍କିତାଙ୍କ ଅତିତକୁ ନେଇ ଯଦି କୌଣସି ପ୍ରଶ୍ନ ଉଠେ ତେବେ ଆପଣ କ’ଣ କରିବେ ବୋଲି ପ୍ରଶ୍ନର ଉତ୍ତର ଦେଇ ଭିକ୍କି କହିଥିଲେ, ‘ଦେଖନ୍ତୁ ମୋ ସ୍ତ୍ରୀ ଜ‌ଣେ ସେଲିବ୍ରିଟି। ତେଣୁ ଯାହାବି ଘଟିବ ସମସ୍ତେ ଜାଣିବେ। ଆଉ ନିକଟ ଅତିତରେ ଯାହାବି ଘଟିଛି ସମସ୍ତେ ଜାଣିଛନ୍ତି।

ଅଙ୍କିତାଙ୍କୁ ନେଇ ଯେଉଁ ବି ପରିସ୍ଥିତି ଆସିଛି ଆମେ ମିଶି କି ସାମ୍ନା କରିଛୁ। ମୁଁ ଅଙ୍କିତାଙ୍କୁ ତରବର ହୋଇ ବିବାହ କରି ନାହିଁ। ପ୍ରଥମେ ଆମେ ଦୁହେଁ ବନ୍ଧୁ ହେଲୁ, ତା’ପରେ ଭଲ ବନ୍ଧୁ ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଲୁ। ତେଣୁ ମୁଁ କହିବି ଆଗକୁ ଯାହାବି ଅଙ୍କିତାଙ୍କ ଅତିତ ଜୀବନକୁ ନେଇ ପ୍ରଶ୍ନ ଆସିବ ମୁଁ ସାମ୍ନା କରିବି। କାରଣ ମୁଁ ଜାଣିଛି ଅଙ୍କିତା ଠିକ ଓ ମୁଁ ବି ଠିକ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button