ନୀତି

ଦୀର୍ଘ ଦିନ ହେବ ପେଟ ବିନ୍ଧୁଥିବା କଥା କହୁଥିଲେ ରୋଗୀ: ପେଟ ଭିତରୁ ଏତେ ସବୁ ଜିନିଷ ବାହାର କଲେ ଡାକ୍ତର – Utkal Mail


ମୋଗା: ପେଟବ୍ୟଥା ହେଉଥିବା ଜଣେ ରୋଗୀର ଅସ୍ତ୍ରୋପଚାର କରି ଗୁରୁବାର ଦିନ ପଞ୍ଜାବର ମୋଗାସ୍ଥିତ ଏକ ଡାକ୍ତରଖାନାର ଯାହା ବାହର କଲେ ତାହା ଦେଖି ଡାକ୍ତରମାନେ ମଧ୍ୟ ବିସ୍ମିତ ହୋଇଯାଇଛନ୍ତି।

ରୋଗୀ ପେଟରୁ ଡାକ୍ତରମାନେ ‘ଇୟର୍‌ଫୋନ୍‌’, ‘ଲକେଟ୍‌’, ‘ପେଚକଣ୍ଟା’ ଓ ‘ରାଖି’ ପ୍ରଭୃତି ଅନେକ ସାମଗ୍ରୀ ବାହାର କରିଛନ୍ତି ବୋଲି ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ଦୁଇ ଦିନ ହେବ ପେଟଟଣା ଓ ଜ୍ବରରେ ପୀଡ଼ିତ ହୋଇଥିବା ଉକ୍ତ ୪୦ ବର୍ଷିୟ ରୋଗୀଙ୍କୁ ମୋଗାସ୍ଥିତ ‘ମେଡିସିଟି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା। ପେଟ ବିନ୍ଧା ନ କମିବାରୁ, ବିନ୍ଧାର କାରଣ ଜାଣିବା ଲାଗି ଡାକ୍ତରମାନେ ‘ଏକ୍ସ-ରେ’ କରାଇଲେ। ଫଳାଫଳ ଯାହା ବାହାରିଲା, ସେଥିରେ ଡାକ୍ତରମାନେ ଆଚମ୍ବିତ ହୋଇଗଲେ।

Image Courtesy of Netdoctor

ପେଟରେ କେତେଗୁଡ଼ିଏ ଧାତବ ସାମଗ୍ରୀ ଥିବା ଜାଣି ସେ ସବୁ ବାହାର କରିବା ଲାଗି ଡାକ୍ତରମାନେ ଅସ୍ତ୍ରୋପଚାର କଲେ। ଦୀର୍ଘ ୩ ଘଣ୍ଟାକାଳ ଅସ୍ତ୍ରୋପଚାର କରି ସେମାନେ ତାଙ୍କ ପେଟରୁ ପ୍ରାୟ ଶତାଧିକ ସାମଗ୍ରୀ ବାହାର କରିବାରେ ସଫଳ ହୋଇଥିଲେ।

ସେମାନେ ବହାର କରିଥିବା ସାମଗ୍ରୀ ଭିତରେ ଅଛି, ‘ଇୟର୍‌ଫୋନ୍‌’, ‘ୱାସର୍‌’, ‘ନଟ୍‌-ବୋଲ୍‌ଟ୍‌’, ‘ତାର’, ‘ରାଖି’, ‘ଲକେଟ୍‌’, ‘ବୋତାମ’, ‘ରାପର୍‌’, ‘ମୁଣ୍ଡକଣ୍ଟା’, ‘ଜିପର୍‌ ଟ୍ୟାଗ୍‌’, ‘ବାଟି’ ଓ ‘ସେଫ୍‌ଟି ପିନ୍‌’ ଇତ୍ୟାଦି।

ହସ୍ପିଟାଲ୍‌ର ନିର୍ଦେଶକ ଡାକ୍ତର ଆଜ୍‌ମେର୍‌ କାଲ୍‌ରା କହିଛନ୍ତି, ଦୀର୍ଘ ୨ ବର୍ଷ ହେବ ସେ ବ୍ୟକ୍ତିଙ୍କର ପେଟ ବିନ୍ଧୁଥିଲା। ତାଙ୍କ ପେଟରୁ ସବୁ ସାମଗ୍ରୀ ବାହାର କରାଯାଇଥିଲେ ବି, ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ। କାରଣ, ଏତେ ସବୁ ଜିନିଷ ପେଟ ଭିତରେ ପଶି ରହି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିସାରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button