ବିଚାର

ଶ୍ରାବଣ ମାସରେ ଏହି କେତୋଟି ଜିନିଷ ଭୁଲରେବି କାହାକୁ ଦାନରେ ଦିଅନ୍ତୁ ନାହିଁ

ଶ୍ରାବଣ ମାସଟି ମହାଦେବ ଶିବଙ୍କର ଶକ୍ତିର ମାସ ଅଟେ । ଏହି ମାସରେ ଯଦି ବ୍ୟକ୍ତି ନିଜର କୌଣସିବି କାମକୁ ଛାଡ଼ି ଭଗବାନ ଶିବଙ୍କ ଆରାଧନା କରେ ତେବେ ଭଗବାନ ତା ଉପରେ ପ୍ରସନ୍ନ ହୁଅନ୍ତି ଏବଂ ସବୁ ପ୍ରକାରର ଖୁସି ଦେଇଥାନ୍ତି । ଏହାବ୍ୟତୀତ ଘର ଧନ ଧାନ୍ୟରେ ପୁରିଉଠେ । କିନ୍ତୁ ଏହି ଶ୍ରାବଣ ମାସରେ ଯଦି ଆପଣ କୌଣସି ବ୍ୟକ୍ତିକୁ ଏହି କିଛି ଜିନିଷ ଦାନ କରନ୍ତି ତେବେ ଘରକୁ ଧନ ଆସିବା ବଦଳରେ ଦାରିଦ୍ର୍ୟତା ଆସିବ । ତେଣୁ ଚାଲନ୍ତୁ ଜାଣିନେବା ସେହି ଜିନିଷ ଗୁଡ଼ିକ ବିଷୟରେ ।

ପ୍ରଥମତଃ ଭୁଲରେବି ଆପଣ ମହାଦେବ ଶିବଙ୍କ ସହିତ ଜଡ଼ିତ କୌଣସିବି ଜିନିଷ କାହାକୁ ଦାନରେ ଦିଅନ୍ତୁ ନାହିଁ । ଏହାଦ୍ବାରା ଭଗବାନଙ୍କର ଅପମାନ ହୋଇଥାଏ । ଯାହାଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମିଳିବା ପଟିବର୍ତ୍ତେ ଅଭିଶାପ ମିଳିଥାଏ । ଯେଉଁ କାରଣରୁ ଭବିଷ୍ୟତରେ ଭଗବାନ ଶିବଙ୍କ କୃପା କେବେ ପ୍ରାପ୍ତ ହୋଇପାରେ ନାହିଁ । ତେଣୁ ଶ୍ରାବଣ ମାସରେ ଯଦି କେହି ବ୍ୟକ୍ତି ଆପଣଙ୍କ ପାଖକୁ ଧାର ନେବା ଆସୁଛନ୍ତି ତେବେ ଦିଅନ୍ତୁ ନାହିଁ କିମ୍ବା ନିଜେ ମଧ୍ୟ କାହାଠାରୁ ଧାର ନିଅନ୍ତୁ ନାହିଁ । ଏପରି କୁହାଯାଏ ଯେ ଶ୍ରାବଣ ମାସରେ ଧାରରେ ଦିଆଯାଇଥିବା ଟଙ୍କା ଫେରି ଆସେ ନାହିଁ କିମ୍ବା ଆପଣ ନେଇଥିବା କରଜ ଧୀରେ ଧୀରେ ବୃଦ୍ଧି ହୋଇ ଚାଲିଥାଏ । ତେଣୁ ଏହି ଭୁଲ ଆଦୋୖ କରନ୍ତୁ ନାହିଁ ।

୨ . ଯେହେତୁ ଶ୍ରାବଣ ମାସରେ କ୍ଷୀର କିମ୍ବା ଦହିରେ ମହାଦେବଙ୍କ ଅଭିଷେକ କରାଯାଏ ତେଣୁ ଏହା ନିଶ୍ଚିତ ଭାବରେ ଭଗବାନ ଶିବଙ୍କ ସହ ଜଡ଼ିତ ଜିନିଷ ଅଟେ । ତେଣୁ ଯଦି କେହି ଆପଣଙ୍କ ଘରକୁ କ୍ଷୀର କିମ୍ବା ଦହି ନେବା ପାଇଁ ଆସୁଛନ୍ତି ତେବେ କାହାକୁ ଏହି ଦୁଇଟି ଜିନିଷ ଦିଅନ୍ତୁ ନାହିଁ । ନଚେତ ଘରେ ଦାରିଦ୍ର୍ୟତା ଦେଖା ଦେବା ନିଶ୍ଚିତ ଅଟେ । ପୁଣି ସାଧାରଣ ଭାବରେ ମଧ୍ୟ ସନ୍ଧ୍ୟା ସମୟରେ କୌଣସି ବ୍ୟକ୍ତିକୁ କ୍ଷୀର କିମ୍ବା ଦହି ଦେବା ଉଚିତ ନୁହେଁ । ଏହାବ୍ୟତୀତ ଆପଣ ମଧ୍ୟ କାହାଠାରୁ କ୍ଷୀର ଦହି ଆଣନ୍ତୁ ନାହିଁ ।

୩ . ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ କିମ୍ବା ନିଜ ବନ୍ଧୁ ପରିଜନଙ୍କୁ ଘଡ଼ି ଉପହାର ଦେବାକୁ ଚାହୁଁଛନ୍ତି ତେବେ ଏହା କରନ୍ତୁ ନାହିଁ । କାରଣ ସମସ୍ତଙ୍କ ହାତରେ ଘଡ଼ି ସମୟର ପ୍ରତୀକ ଅଟେ ଏବଂ ସେହି ସମୟ ଅନୁସାରେ ମଣିଷର ଖରାପ ସମୟ ଏବଂ ଭଲ ସମୟ ଘଡ଼ି ଅନୁସାରେ ଚାଲିଥାଏ । ତେଣୁ ଯଦି ଆପଣ ନିଜ ପିନ୍ଧା ଘଡ଼ି କିମ୍ବା ବଜାରରୁ ନୂଆ ଘଡ଼ି କିଣି କାହାକୁ ଗିଫ୍ଟ କରନ୍ତି ତେବେ ଆପଣଙ୍କ ଭଲ ସମୟ ଚାଲୁଥିଲେ ସେହି ସମୟ ସେହି ବ୍ୟକ୍ତି ପାଖକୁ ଚାଲିଯିବ କିମ୍ବା ଯଦି ଆପଣଙ୍କର ଖରାପ ସମୟ ଚାଲୁଛି ତେବେ ସେହି ସମୟ ମଧ୍ୟ ଚାଲିଯିବ । ତେଣୁ ଏହାଦ୍ବାରା ଭଗବାନ ଶିବ ଯଦି ଆପଣଙ୍କ ପାଇଁ କିଛି କରନ୍ତି ତେବେ ତାହା ମଧ୍ୟ ସେହି ଘଡ଼ି ସହିତ ଆଉ କାହା ପାଖକୁ ଚାଲିଯାଇ ପାରେ ।

୪ . ଅନେକ ସମୟରେ ରୋଷେଇ ଘରେ କୌଣସି ଜିନିଷ ନଥିଲେ ସଙ୍ଗେ ସଙ୍ଗେ ମହିଳା ମାନେ ପଡ଼ୋଶୀଙ୍କ ଘରୁ ଧାର ନେଇ ଆସନ୍ତି । କିନ୍ତୁ ଏହା ଆଦୋୖ ଠିକ ନୁହେଁ । କ୍ଷୀର , ଦହି , ପିଆଜ ଏବଂ ରସୁଣ ଏହିସବୁ ଜିନିଷ ଘରର ସମୃଦ୍ଧି ଅଟେ । ଏହାକୁ ଯଦି ଆପଣ କାହାକୁ ଦିଅନ୍ତି କିମ୍ବା କାହାଠାରୁ ନିଅନ୍ତି ତେବେ ସମୃଦ୍ଧି ଉପରେ ପ୍ରଭାବ ପଡ଼ିଥାଏ ।

୫ . ଶ୍ରାବଣ ମାସରେ ଦାନ ଧର୍ମ କଲେ ଖୁବ ଭଲ ଫଳ ପ୍ରାପ୍ତି ହୋଇଥାଏ । କିନ୍ତୁ ଦାନ ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ଯଦି କୌଣସି ବ୍ୟକ୍ତିଙ୍କୁ ବସ୍ତ୍ର ଦାନ କରୁଛନ୍ତି ତେବେ କଳା ରଙ୍ଗର କିମ୍ବା ଧଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ ନାହିଁ । ବିଶେଷ କରି କୌଣସି ବିବାହିତା ମହିଳାଙ୍କୁ ଧଳା ବସ୍ତ୍ର ଧାରରେ ଦିଅନ୍ତୁ ନାହିଁ । ଏହାଦ୍ବାରା ସେହି ମହିଳାଙ୍କ ବୈବାହିକ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାବ୍ୟତୀତ ଯଦି ଆପଣ କଳା ବସ୍ତ୍ର କାହାକୁ ଦାନ କରୁଛନ୍ତି ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଦାରିଦ୍ର୍ୟତା ଆସିବା ନିଶ୍ଚିତ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button