ଓଡିଶା

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ ହେବାର ସମ୍ଭାବନା

ଭୁବନେଶ୍ୱର : ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନ ୫ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏଥିରେ ସଂରକ୍ଷଣ ଓ ନିଯୁକ୍ତି ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ବିଶେଷକରି ଓବିସି କୋଟା, ମେଡିକାଲ ଓ ଇଞ୍ଜିନିୟରିଂରେ ନାମଲେଖା ସଂରକ୍ଷଣକୁ ନେଇ ପ୍ରସ୍ତାବ ଉପସ୍ଥାପନ ହୋଇପାରେ । ସେହିପରି ନିଯୁକ୍ତିଭିତ୍ତିକ ବୟସସୀମା କୋହଳ କରାଯିବା ସମ୍ଭାବନା ରହିଛି ।

ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଥର ବୈଠକ ଭିନ୍ନ ଢଙ୍ଗରେ ବସିବ । କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କର ଗୁରୁତ୍ୱ ବଢ଼ିବ । ଅଫିସରମାନଙ୍କ କ୍ଷମତାକୁ ଗୌଣ କରାଯିବ । ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିଲେ ଅନ୍ୟ କୌଣସି ସଚିବ ବୈଠକ ଗୃହରେ ଉପସ୍ଥିତ ରହିବେ ନାହିଁ ।  ଆବଶ୍ୟକ ପଡ଼ିଲେ ହିଁ ସଚିବଙ୍କୁ କ୍ୟାବିନେଟ କକ୍ଷକୁ ଡକାଯିବ । ବିଭାଗର ପ୍ରସ୍ତାବ, ନିଷ୍ପତ୍ତି ଓ ଏହାର ଉଦ୍ଦେଶ୍ୟ ନେଇ ମନ୍ତ୍ରୀ ରଖିବେ ଉପସ୍ଥାପନ।  ଆବଶ୍ୟକସ୍ଥଳରେ ପଚାରିଲେ ହିଁ ସଚିବ ରଖିବେ ଉତ୍ତର। ପୂର୍ବ ସରକାର ସମୟରେ ଶାସନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ତୁଳନାରେ ଅଫିସରଙ୍କ ଗୁରୁତ୍ୱ ଅଧିକ ଥିଲା ।  ମାତ୍ର ରାଜ୍ୟରେ ସରକାର ବଦଳିବା ପରେ ଢାଞ୍ଚା ବଦଳୁଛି ।  ମୋହନ ସରକାରରେ ଅଫିସରଙ୍କ ତୁଳନାରେ ନିର୍ବାଚିତ ଜନପ୍ରତିନିଧି ଭାବେ ମନ୍ତ୍ରୀ ଓ ବିଧାୟକଙ୍କ ଗୁରୁତ୍ୱ ବଢ଼ିଛି ।  ଦିନ କେଇଟା ପରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ହେବ ।  ତେଣୁ କ୍ୟାବିନେଟରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button