ଜୀବନଶୈଳୀ

ଗର୍ଭବତୀ ମହିଳାଙ୍କ ପାଇଁ ମାଠିଆ ପାଣି ଅମୃତ, ଜାଣନ୍ତୁ ଆଉ କ’ଣ ରହିଛି ଫାଇଦା

କୁହାଯାଏ, ଗରିବ ଲୋକଙ୍କ ଫ୍ରିଜ୍‌ ମାଠିଆ। ଆପଣମାନେ ଥଣ୍ଡା ପାଣି ପିଇବା ପାଇଁ ଫ୍ରିଜ୍‌ ଉପରେ ନିର୍ଭର କରନ୍ତି। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ ମାଠିଆ ବା ସୁରେଇ ଉପରେ ନିର୍ଭର କରନ୍ତି। ଏହି ପାଣି କେବଳ ଥଣ୍ଡା ନୁହେଁ, ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ। ଏମିତିରେ ମାଠିଆ ପାଣି ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ଆୟୁର୍ବେଦ ଅନୁସାରେ ମାଠିଆ ପାଣି ଶୀତଳ, ହାଲ୍‌କା, ସ୍ୱଚ୍ଛ ଏବଂ ଅମୃତ ସମାନ ହୋଇଥାଏ। ଏହି ପାଣି ପିଇଲେ ଶରୀରର ଗତିଶୀଳତା ବଜାୟ ରହିବା ସହିତ ଶୀତଳତା ପ୍ରଦାନ କରିଥାଏ। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଉପଯୋଗିତା…

water

– ମାଠିଆରେ ମାଟିର କୀଟାଣୁ ଥାନ୍ତି, ଯାହା ପାଣିକୁ ଦୂଷିତ କରୁଥିବା ପଦାର୍ଥକୁ ସଫା କରିଦିଅନ୍ତି।

– ମାଠିଆ ପାଣି p h ସ୍ତରକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ।

– ତଣ୍ଟି, ଭୋଜନ ନଳୀ ଏବଂ ପେଟର ଜ୍ୱଳନ ଦୂର କରେ ମାଠିଆ ପାଣି।

pot water

– ସକାଳୁ ଖାଲି ପେଟରେ ମାଠିଆ ପାଣି ପିଇଲେ ହୃଦୟ ଏବଂ ଆଖି ସୁସ୍ଥ ରହିଥାଏ।

– ଗର୍ଭବତୀ ମହିଳାମାନେ ଫ୍ରିଜ୍‌ ପାଣି ପିଇବା ପରିବର୍ତ୍ତେ ମାଠିଆ ପାଣି ପିଇବା ଲାଭଦାୟକ।

– ମାଠିଆ ପାଣି ପିଇଲେ ବାତ ଦୋଷ ମଧ୍ୟ ଦୂର ହୋଇଥାଏ।

– ଏହାଛଡା ମାଠିଆ ପାଣି କୋଷ୍ଠକାଠିନ୍ୟ ଏବଂ ତଣ୍ଟି ଖରାପ ସମସ୍ୟାରୁ ରକ୍ଷା କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button