ଦେଶ ବିଦେଶ

ମହିଳାଙ୍କ ଠାରେ ଥିବା ଆବଶ୍ୟକ ଏହି ୪ ଗୁଣ! ସୁଖଃମୟ ଦାମ୍ପତ୍ୟ ଜୀବନ ସହିତ,ଅତୁଟ ରହିବ ସମ୍ପର୍କ…

ଏକ ପରିବାର ପାଇଁ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଯଥେଷ୍ଟ ଗୁରୁତ୍ୱ ଗ୍ରହଣ କରିଥାଏ। କିନ୍ତୁ, ବେଳେ ବେଳେ ମତଭେଦ ହେତୁ ଏହି ପ୍ରେମଭରା ସମ୍ପର୍କ ମଧ୍ୟ ଫିକା ପଡ଼ିଯାଏ। ଏପରି ପରିସ୍ଥିତିରେ ପତ୍ନୀଙ୍କ ପାଖରେ କିଛି ସ୍ୱତନ୍ତ୍ର ଗୁଣ ରହିବା ଦରକାର ଯାହାଫଳରେ ତାଙ୍କର ଦାମ୍ପତ୍ୟ ଜୀବନ ସୁଖଃମୟ ହୋଇପାରିବ। ବିବାହ କରିବାକୁ ଯାଉଥିଲେ କିମ୍ବା ବିବାହ କରି ସାରିଥିଲେ ହେଁ ଆପଣ ଏଥିପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁ।

Wife

୧. ମିଛ କୁହନ୍ତୁ ନାହିଁ:- ଅନ୍ୟ କୌଣସି ସମ୍ପର୍କ ଭଳି ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ମଧ୍ୟ ମିଛର କୌଣସି ସ୍ଥାନ ନାହିଁ। ଏହା ସମ୍ପର୍କର ମୂଳଦୁଆ ହଲାଇ ଦେଇପାରେ ତେଣୁ ଯଥାସମ୍ଭବ ମିଛ କହିବା ଠାରୁ ଦୂରେଇ ରୁହନ୍ତୁ।

୨. ସଚ୍ଚୋଟ ହୁଅନ୍ତୁ:- ମିଛ କହିବା ବଦଳରେ ଆପଣ ନିଜ ସାଥି ପ୍ରତି ଏବଂ ସମ୍ପର୍କ ପ୍ରତି ସଚ୍ଚୋଟ ହୋଇ ରୁହନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ନିବିଡ଼ ହୋଇ ରହିପାରିବ।

Care

୩. ନିଜ ଭୁଲ ସ୍ୱୀକାର କରନ୍ତୁ:- ସାଧାରଣତଃ ମହିଳାମାନେ ନିଜର ଭୁଲ ସ୍ୱୀକାର କରିବାକୁ ମନ ବଳାନ୍ତିନାହିଁ। ଏହା ବ୍ୟତୀତ ସେମାନେ ନିଜ ଭୁଲ ପାଇଁ ଅନ୍ୟକୁ ଦାୟୀ କରନ୍ତି। ତେଣୁ, ଯଥାଶୀଘ୍ର ନିଜ ଭୁଲ୍ ମାନିବା ସହିତ ଏହାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ।

୪. ଶୁଣିବାର ଅଭ୍ୟାସ:- ଯଦି ଆପଣଙ୍କ ସାଥି କିଛି କହୁଛନ୍ତି ତେବେ, ଧ୍ୟାନର ସହିତ ଏହାକୁ ଶୁଣନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ସମସ୍ୟାର ସମାଧାନ ଖୁବଶୀଘ୍ର ପ୍ରାପ୍ତ ହୋଇପାରିବ।

Related Articles

Leave a Reply

Your email address will not be published. Required fields are marked *

Back to top button