ଜୀବନଶୈଳୀ

ବୋହୂର କଳା କାରନାମା : ୯୫ ବର୍ଷୀୟା ଶାଶୂକୁ କଲା ପଣବନ୍ଦୀ, ଶ୍ବଶୂର ଘର ଆଗରେ ନାଚାର ଥିଲା ପୁଅ

ବାପା ମାଆ ଛୁଆଟିକୁ ଛୋଟରୁ ବଡ କରିଥାନ୍ତି, ନିଜର ସାରା ଜୀବନର ଦୁଃଖକଷ୍ଟକୁ ଛାତି ତଳେ ଲୁଚାଇ ରଖି ଦୁନିଆର ସବୁ ସୁଖ ସୁବିଧା ଦେବା ପାଇଁ ଆପ୍ରାଣ ଚେଷ୍ଟା ଚଲାଇଥାନ୍ତି । ତେବେ ପରବର୍ତ୍ତୀ ସମୟରେ ସେହି ଛୁଆ ଯଦି ବାପା ମାଆଙ୍କ ପାଇଁ ତା ମନରେ ଟିକେ ସ୍ନେହ ଶ୍ରଦ୍ଧା ନରଖିବ, ତାଙ୍କ ଭଲମନ୍ଦ ନବୁଝିବ ତେବେ ଛୁଆ ଜନ୍ମ କରିବା କଣ ଏକ ଅପରାଧ ବୋଲି ବିବେଚିତ ହବନି?

oldସମସ୍ତେ କୁହନ୍ତୁ ଝିଅମାନେ ପୁଅମାନଙ୍କଠାରୁ ବେଶି ସହନଶୀଳ ଏବଂ ବୁଦ୍ଧିମତୀ ହୋଇଥାନ୍ତି । ଦୁଇଟି କୁଳକୁ ରକ୍ଷା କରିଥାନ୍ତି । ହେଲେ ଆଜି ଏମିତି ଏକ ଘଟଣା ପଦାକୁ ଆସିଛି ଯାହା ସଭ୍ଯ ସମାଜକୁ ନିହାତି ଭାବେ ଲଜ୍ଜିତ କରିବ । ଦିଲ୍ଲୀରେ ଏମିତି ଜଣେ ବୋହୂଙ୍କ କଥା ଆମେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବୋହୂ ଜଣଙ୍କ ତାଙ୍କ ୯୫ ବର୍ଷୀୟ ଶାଶୂଙ୍କୁ ପଣବନ୍ଦୀ କରି ରଖିବା ସହ ତାଙ୍କୁ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିବା ଭଳି ଘଟଣା ସାମ୍ନାକୁ ଆସିଛି।

ପରିତାପର ବିଷୟ ହେଉଛି, ପୁଅ ମଧ୍ୟ ନିଜ ମା’ଙ୍କୁ ଉଦ୍ଧାର କରିବାକୁ ଚାହୁଁଥିଲେ ତେବେ ପତ୍ନୀ ଏବଂ ଶ୍ବଶୂର ଘର ଲୋକଙ୍କ ଆଗରେ ଏକ ପ୍ରକାରର ନାଚାର ପାଲଟି ଯାଇଥିଲେ। ଯେତେବେଳେ ପରିସ୍ଥିତି ଅଧିକ ବିଗିଡି ଗଲା ସେତେବେଳେ ପୁଅ ଜଣଙ୍କ ଦିଲ୍ଲୀ ମହିଳା କମିଶନଙ୍କ ହେଲପ୍‌ ଲାଇନ୍‌କୁ ଫୋନ୍‌ କରି ଘଟଣା ସମ୍ପର୍କରେ ସବୁ କଥା କହିଥିଲେ ।

ସେ କହିଥିଲେ ମୋ ମାଆ ସଂପୂର୍ଣ୍ଣ ଭାବେ ଶଯ୍ୟାଶାୟୀ ହୋଇଥିବାରୁ, ସେମାନେ ତାକୁ ନାନା ପ୍ରକାରର କଷ୍ଟ ଦେଇ ଚାଲିଛନ୍ତି। ପତ୍ନୀଙ୍କ ସହ ବିବାଦ ରହିଥିବାରୁ ଦୀର୍ଘ ୩ ମାସ ହେଲା ମୋ ମାଆକୁ ମୁଁ ଦେଖିନି। ମୁଁ ମାଆକୁ ଦେଖିବାକୁ ବାରମ୍ବାର କହୁଥିଲେ ମଧ୍ଯ ମୋ ପତ୍ନୀ ଦେଖା କରିବାକୁ ଦେଉ ନାହାନ୍ତି ।

a1ଏହି ଫୋନ୍‌ କଲ୍‌ ପାଇବା ପରେ ଦିଲ୍ଲୀ ମହିଳା କମିଶନର ଏକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ମହିଳା କମିଶନର ଟିମ୍‌କୁ ବୋହୂ ଜଣଙ୍କ ଭିତରକୁ ଛାଡ଼ି ନଥିଲେ। ତେବେ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ସେମାନେ ଭିତରକୁ ଛାଡ଼ିବାକୁ ରାଜି ହୋଇଥିଲେ। କିନ୍ତୁ ବୃଦ୍ଧାଙ୍କୁ ସେ ଆଉ ତାଙ୍କ ପାଖରେ ରଖିବେ ନାହିଁ ବୋଲି ସର୍ତ୍ତ ରଖିଲେ। ପୁଅ ଜଣଙ୍କ ଏହି ପ୍ରସ୍ତାବରେ ରାଜି ହେବା ସହ ଲିଖିତ ଭାବେ ଦେବା ପରେ ନିଜ ମାଆକୁ ଦେଖିଥିଲେ।

ତେବେ ଯେଉଁଭଳି ଭାବେ ମାଆ ଜଣଙ୍କ ଚଟାଣରେ ଶୋଇ ରହିଥିଲେ, ତାଙ୍କୁ ଦେଖି କେବଳ ପୁଅ ନୁହନ୍ତି ବରଂ ମହିଳା କମିଶନ୍ ଟିମ୍‌ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବୃଦ୍ଧା ଜଣଙ୍କ ଜ୍ୱରରେ କମ୍ପୁଥିବା ବେଳେ ତାଙ୍କ ଉପରେ କେବଳ ଏକ ପତଳା ଚଦର ପଡ଼ିଥିଲା। ପୁଅ ଜଣଙ୍କ ତୁରନ୍ତ ଆମ୍ବୁଲାନ୍ସ ଡାକି ନିଜ ମା’ଙ୍କୁ ହସ୍ପିଟାଲ୍‌ ନେଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେ ଦୀର୍ଘଦିନ ହସ୍ପିଟାଲ୍‌ରେ ରହିବେ ବୋଲି ଡାକ୍ତରମାନେ କହିଛନ୍ତି। ଏଭଳି ଘଟଣା ସମଗ୍ର ଦିଲ୍ଲୀରେ ଆଲୋଡ଼ନ ସୃଷ୍ଟି କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button