Vastu Tips- ଏହି ଦିଗରେ ରଖନ୍ତୁ ଆଲମାରୀ, ମା’ ଲକ୍ଷ୍ମୀ କରିବେ କୃପା, ଏତେ ଟଙ୍କା ବର୍ଷିବ କି ସମ୍ଭାଳି ପାରିବେନି

ନମସ୍କାର ବନ୍ଧୁଗଣ ଆଜି କାଲି ନିଜର ଧନ, ସମ୍ପତ୍ତି, ଟଙ୍କା ଏବଂ ନିଜର ଅମୂଲ୍ୟ ସମ୍ପଦ କୁ ରଖିବା ପାଇଁ କୌଣସି ନା କୌଣସି ସ୍ଥାନ ରହିଥାଏ । କିମ୍ବା ଏସବୁ କୁ ଆଲମାରୀ କିମ୍ବା ଲକର ଭିତରେ ସୁରକ୍ଷିତ ରଖା ଯାଇଥାଏ । ପ୍ରତ୍ୟେକ ବ୍ୟକ୍ତି ଙ୍କର ଇଚ୍ଛା ଥାଏ କି ସେମାନଂକୁ କେବେବି ଧନର ଅଭାବ ନ ହେଉ । ସର୍ଵଦା ତାଙ୍କ ଘରେ ସୁଖ ସମୃଦ୍ଧି ଧନ ବଜାୟ ରହିଥାଉ । କିନ୍ତୁ କିଛି ଲୋକଙ୍କ ଅଜ୍ଞାନତା ଯୋଗୁଁ ସେମାନେ ନିଜର ଆଲମାରୀ ଏବଂ ତିଯୋରୀ କୁ ଭୁଲ ଦିଗ ରେ ରଖି ଦେଇଥାନ୍ତି । ଯାହା ଯୋଗୁଁ ସେମାନଙ୍କ ଘରେ ଧନ ର ଅଭାବ ଦେଖା ଯାଏ ଏବଂ ମହାଲକ୍ଷ୍ମୀ ସେ ଘରେ ବାସ କରନ୍ତି ନାହିଁ ।

ସୁଖ ସମୃଦ୍ଧି ଖୁସି ଆଦି ମଧ୍ୟ ରୁହେ ନାହିଁ । ଭୁଲ ଦିଗରେ ଆଲମାରୀ କିମ୍ବା ତିଯୋରୀ କୁ ରଖିବା ଦ୍ୱାରା ଆମର ଧନ ହ୍ରାସ ପାଇବାକୁ ଲାଗେ । ଏବଂ ଏହାର ପ୍ରଭାବ ଘରର ଆମଦାନୀ ଉପରେ ପଡ଼ିଥାଏ । ଯାହା ଦ୍ୱାରା ଘରର ସଦସ୍ୟ ମାନଂକୁ ଆର୍ଥିକ ଅସୁବିଧା ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଆଲମାରୀ କିମ୍ବା ତିଯୋରୀ କୁ ଠିକ ଦିଗ ରେ କିମ୍ବା ସଠିକ ସ୍ଥାନରେ ରଖାଯାଏ ତେବେ ଘରେ ଧନ ର ବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ଏବଂ ଶାନ୍ତି ଖୁସି ମଧ୍ୟ ମିଳିଥାଏ ।

ଏବଂ ମାତା ଲକ୍ଷ୍ମୀ ଙ୍କର ବାସ ରହିଥାଏ ଏବଂ ତା ସହିତ ତାଙ୍କ ଆଶୀର୍ବାଦ ମଧ୍ୟ ରହିଥାଏ । ଏବଂ ଧନ ର ହ୍ରାସ ମଧ୍ୟ ହୁଏ ନାହିଁ । ଘରର ସଦସ୍ୟ ମାନେ ମଧ୍ୟ ଖୁସି ରେ ଏବଂ ବିନା ଅଭାବ ଅନଟନ ରେ ରୁହନ୍ତି । ତେବେ ଆସନ୍ତୁ ଜାଣିନେବା ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କେଉଁ ଦିଗ ରେ ଆଲମାରୀ କୁ ରଖିବା ଉଚିତ ଏବଂ କେଉଁ ଠାରେ ରଖିବା ଅନୁଚିତ ଆସନ୍ତୁ ଜାଣିନେବା ।

ବାସ୍ତୁ ଶାସ୍ତ୍ର ଅନୁସାର ଘରର ଉତ୍ତର ଦିଗରେ ଗହଣା, ଟଙ୍କା, ମୂଲ୍ୟବାନ ଜିନିଷ କୁ ଆଲମାରୀ କିମ୍ବା ତିଯୋରୀ କୁ ରଖିବା ପାଇଁ ବହୁତ ଶୁଭ ସ୍ଥାନ କୁହା ଯାଇଛି । କାରଣ ଏହି ଦିଗର ସ୍ୱାମୀ ହେଉଛନ୍ତି ଧନ ର ଦେଵତା କୁବେର । ସେଥି ପାଇଁ ଏହି ସ୍ଥାନରେ ଧନ ଏବଂ ମୂଲ୍ୟବାନ ପଦାର୍ଥ ରଖିବା ର ସବୁଠାରୁ ଶ୍ରେଷ୍ଠ ଏବଂ ଶୁଭ ସ୍ଥାନ । ଏହି ସ୍ଥାନରେ ରଖା ଯାଇଥିବା ଧନ ଏବଂ ସୁନା ସର୍ଵଦା ବୃଦ୍ଧି ହୋଇ ଥାଏ ।

ସେଥିପାଇଁ ଆମକୁ ସର୍ଵଦା ଆମର ଗହଣା, ଟଙ୍କା ଏବଂ ମୂଲ୍ୟବାନ ପଦାର୍ଥ କୁ ଏହି ଉତ୍ତର ଦିଗରେ ହିଁ ରଖିବା ଉଚିତ । ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ରହିଥାଏ ଏବଂ ତାଙ୍କ ଆଶୀର୍ବାଦ ଯୋଗୁଁ ଆପଣଙ୍କ ଘରେ ସର୍ଵଦା ସୁଖ ଶାନ୍ତି ବଜାୟ ରହିଥାଏ । କିନ୍ତୁ ଏହି ଦିଗରେ ଧନ ରଖିବା ସମୟରେ କିଛି କଥା ପ୍ରତି ଗୁରୁତ୍ୱ ଦେବା ଉଚିତ । ଯେତେବେଳେ ବି ତିଯୋରୀ କିମ୍ବା ଆଲମାରୀ ରଖିବା ବେଳେ ସର୍ଵଦା ଦକ୍ଷିଣ ଦିଗର କାନ୍ଥ ରେ ଲଗାଇ ରଖନ୍ତୁ ।

ଏହି ପ୍ରି କରିବା ଦ୍ୱାରା ଆଲମାରୀ କିମ୍ବା ତିଯୋରୀ ର ମୁହଁ ଉତ୍ତର ଦିଗରେ ଖୋଲିବ । ଯାହା ଉପରେ ଧନ ର ଦେଵତା କୁବେର ଙ୍କ ସିଧା ଦୃଷ୍ଟି ପଡିବାରୁ କେହି ରୋକି ପାରିବେ ନାହିଁ । ତାହା ସର୍ଵଦା ଧନ ଧାନ୍ୟ ରେ ଭରି ରହିବ । ସୁଖ ସମୃଦ୍ଧି ଶାନ୍ତି ବଜାୟ ରହିବ । ଏବଂ ଟଙ୍କା ପଇସା ଆଦି ର ବୃଦ୍ଧି ହେବ । ଏହା ଛଡା କେବେବି ଦକ୍ଷିଣ ଦିଗ କୁ ମୁହଁ କରି ଆଲମାରୀ ରଖିବା ଉଚିତ ନୁହେଁ ଏହା ଦ୍ୱାରା ଧନ ର ବୃଦ୍ଧି ହୁଏ ନାହିଁ ଏବଂ ଅଭାବ ଅନଟନ ଦେଖା ଯାଏ ।



