ସ୍ୱାସ୍ଥ୍ୟ

ମାନସିକ ଦୁର୍ବଳତା ଏବଂ ଚିନ୍ତା ଦୂର କରେ କଳାରାଶି, ଜାଣନ୍ତୁ ଏହାର ଆଉ କ’ଣ ରହିଛି ଫାଇଦା

ରାଶି ଖାଇବା ଶରୀର ପାଇଁ ବହୁତ ଲାଭଦାୟକ। ରାଶିକୁ ଶୀତଦିନେ ଖାଇବା ଉଚିତ, ଗରମ ଦିନରେ ରାଶି ଖାଇବା ଉଚିତ ନୁହେଁ। ଆପଣ କେବଳ ଧଳା ରାଶି ନୁହେଁ ବରଂ କଳା ରାଶି ମଧ୍ୟ ଖାଇବା ଉଚିତ। ଏହାକୁ ଖାଇବା ଦ୍ୱାରା ଶରୀରକୁ କ୍ୟାଲସିୟମ, ଆଇରନ, ଆକ୍‌ଜଲିକ ଏସିଡ, ଆମିନୋ ଏସିଡ, ପ୍ରୋଟିନ, ଭିଟାମିନ ବି, ସି ତଥା ଇ ର ପ୍ରଚୁର ମାତ୍ରା ମିଳିଥାଏ । କଳା ରାଶି ଧଳା ରାଶି ତୁଳନାରେ ବେଶୀ ଫାଇଦା ଦେଇଥାଏ। ଆସନ୍ତୁ ଜାଣିବା ଶରୀର ପାଇଁ କ’ଣ ଲାଭ ଦେଇଥାଏ କଳା ରାଶି।

– କଳା ରାଶି ସେବନ କରିବା ଦ୍ୱାରା ମାନସିକ ଦୁର୍ବଳତା ଏବଂ ଚିନ୍ତା ଦୂର ହୋଇଥାଏ। ଶରୀରକୁ ଶକ୍ତି ମିଳିଥାଏ। କଠିନ ଶାରୀରିକ ପରିଶ୍ରମ କରିବା ସମୟରେ ନିଶ୍ୱାସ ଫୁଲିବା ଏବଂ ବୃଦ୍ଧାବସ୍ଥା ଶୀଘ୍ର ଆସେନାହିଁ।

black sesame seeds

– ପ୍ରତିଦିନ ଦୁଇ ଚାମଚ କଳାରାଶି ଚୋବାଇ ଖାଇବା ପରେ ଥଣ୍ଡା ପାଣି ପିଅନ୍ତୁ। ଏପରି ନିୟମିତ କଲେ କୋଷ୍ଠକାଠିନ୍ୟ ରୋଗ ଦୂର ହୁଏ।

– ପ୍ରତିଦିନ ସକାଳୁ କଳାରାଶି ଚୋବାଇବା ଦ୍ୱାରା ଦାନ୍ତ ଏବଂ ମାଢି ସୁସ୍ଥ ରହିଥାଏ। ଏହାଛଡା କଳାରାଶି ଖାଇଲେ କାଶରୁ ମୁକ୍ତି ମିଳିଥାଏ। ଏଥିପାଇଁ ଅଦା ଚା’ରେ ଦୁଇ ଗ୍ରାମ ରାଶି ମିଶାଇ ଫୁଟାଇ ପିଅନ୍ତୁ।

oil

– ରାଶିତେଲରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଯାହା ମଧୁମେହ ରୋଗୀଙ୍କ ପାଇଁ ଔଷଧ ରୂପେ କାମ କରିଥାଏ।

– ରାଶି, ସୁଣ୍ଠି, ମେଥି ଏବଂ ଅଶ୍ୱଗନ୍ଧାକୁ ସମାନ ମାତ୍ରାରେ ମିଶାଇ ଚୂର୍ଣ୍ଣ ବନାଇଦିଅନ୍ତୁ। ଏବେ ଏହାକୁ ପ୍ରତିଦିନ ସକାଳେ ଖାଇବା ଦ୍ୱାରା ଆର୍ଥାଇଟିସ୍‌ ଭଳି ସମସ୍ୟା ଠିକ୍‌ ହୋଇପାରେ।

laddo

– ରାଶି ତେଲ କେଶ ପାଇଁ ଉତ୍ତମ। ଏହାକୁ ଲଗାଇଲେ କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇପାରିବେ।

– ପିଲାଙ୍କୁ ଯଦି ରାତିରେ ବାରମ୍ବାର ପରିସ୍ରା ଲାଗୁଥାଏ, ତେବେ କଳା ରାଶିରେ ଲଡୁ ପ୍ରସ୍ତୁତ କରି ଖାଇବାକୁ ଦିଅନ୍ତୁ ସମସ୍ୟା ଦୂର ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button