ଦେଶ ବିଦେଶ

ନେହେରୁଙ୍କ ଚିଠି ଫେରାଇବାକୁ ରାହୁଲଙ୍କୁ କହିଲା ପିଏମ୍‌ଏମ୍‌ଏଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (ପିଏମ୍‌ଏମ୍‌ଏଲ୍‌) ପକ୍ଷରୁ ଆନୁଷ୍ଠାନିକ ଭାବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଲିଖିତ ବ୍ୟକ୍ତିଗତ ଚିଠିକୁ ଫେରସ୍ତ ପାଇଁ ଅନୁରୋଧ କରାଯାଇଛି। ଯାହା ୨୦୦୮ ମସିହାରେ ୟୁପିଏ ଶାସନ ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିଲା। ପିଏମ୍‌ଏମ୍‌ଏଲ୍‌ ଏକ ଚିଠି ଲେଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଉକ୍ତ ଚିଠି ଫେରସ୍ତ କରିବାକୁ କହିଛି।

ଡିସେମ୍ବର ୧୦ ତାରିଖ ଦିନ ଏକ ଚିଠିରେ ପିଏମ୍‌ଏମ୍‌ଏଲ୍‌ ସଦସ୍ୟ ରିଜୱାନ କାଦ୍ରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ସୋନିଆ ଗାନ୍ଧୀଙ୍କ ମୂଳ ଚିଠି, ତାହାର ଫଟୋଗ୍ରାଫି କିମ୍ବା ଡିଜିଟାଲ କପି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ସେପ୍ଟେମ୍ବରରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଏହି ସମାନ ଅନୁରୋଧ କରାଯାଇଥିଲା।

ଜବାହରଲାଲ ନେହେରୁ ମେମୋରିଆଲ ଦ୍ୱାରା ନେହେରୁ ମେମୋରିଆଲ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (ବର୍ତ୍ତମାନ ପିଏମ୍‌ଏମ୍‌ଏଲ୍‌)ରେ ଏହାକୁ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା। ଯାହାକୁ କି ୨୦୦୮ ମସିହାରେ ସୋନିଆ ଗାନ୍ଧୀଙ୍କୁ ୫୧ଟି ବକ୍ସରେ ପ୍ୟାକ୍‌ କରାଯାଇ ପଠାଯାଇଥିଲା।

ପତ୍ରରେ କାଦ୍ରି ଉଲ୍ଲେଖ କରିଛନ୍ତି ଯେ ୧୯୭୧ ମସିହାରେ ଜବାରହାରଲାଲ୍‌ ନେହେରୁଙ୍କ ଝିଅ ଇନ୍ଦିରା ଗାନ୍ଧୀ ଏହି ବ୍ୟକ୍ତିଗତ ପତ୍ରକୁ ପିଏମ୍‌ଏମ୍‌ଏଲ୍‌କୁ ପ୍ରଦାନ କରିଥିଲେ। ଯେହେତୁ ନେହେରୁଙ୍କ ଅକ୍ଷର ଭାରତୀୟ ଇତିହାସର ଏକ ଅମୂଲ୍ୟ ସଂପଦ, ସେହି ଚିଠିକୁ ସଂଗ୍ରହାଳୟରେ ସାଇତିବା ପାଇଁ କାନ୍ଦ୍ରି ଫେରସ୍ତ ମାଗିଛନ୍ତି।

ଚିଠିରେ ଆହୁରି ବି ଦର୍ଶାଯାଇଛି ଯେ, ‘‘ଆମେ ବୁଝିପାରୁଛୁ ‌ଯେ ଏଭଳି କାଗଜପତ୍ର ନେହେରୁ ପରିବାର ପାଇଁ ଏକ ମହତ୍ବ ରଖେ; ତା ସତ୍ତ୍ବେ ବି ଏହି ଐତିହାସିକ ସାମଗ୍ରୀ ସାଇତା ‌ହୋଇ ରହିଲେ ଭବିଷ୍ୟତରେ ପଣ୍ଡିତ ତଥା ଅନୁସନ୍ଧାନକାରୀଙ୍କ ପାଇଁ ଅଧିକ ଲାଭଦାୟକ ହେବ ବୋଲି ପିଏମ୍‌ଏମ୍‌ଏଲ୍‌ ବିଶ୍ବାସ କ‌ରେ।’’

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button