ଓଡିଶା

ହାଉସଲିଫ୍ଟିଂ ଟେକ୍ନିକରେ ୫ ଫୁଟ ଉପରକୁ ଉଠାଯାଉଛି ଘର

ଭଞ୍ଜନଗର: ଅତ୍ୟାଧୁନିକ ହାଉସଲିଫ୍ଟିଂ ପ୍ରକ୍ରିୟାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବାଉଁଶଲୁଣ୍ଡି ବାଇପାସରେ ଥିବା ଜଣେ ବ୍ୟକ୍ତିଙ୍କ ଦୁଇ ମହଲା କଂକ୍ରିଟ୍ କୋଠା ଘରକୁ ୫ ଫୁଟ ଉଚ୍ଚ ଉପରକୁ ଉଠାଯାଉଛି। ମାନସ ରଞ୍ଜନ ପ୍ରଧାନଙ୍କ କୋଠା ଘରକୁ ଅଢେଇ ଫୁଟ ଉଚ୍ଚକୁ ଉଠାଗଲାଣି। ଆଉ କିଛି ଦିନ ମଧ୍ୟରେ ଆହୁରି ୨.୫ ଫୁଟ ଉଚ୍ଚ ଲିଫ୍ଟ କରାଯିବ। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଜିଲ୍ଲା ଅନ୍ତର୍ଗତ ଖିରି ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କମ୍ପାନୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛି। ଗଞ୍ଜାମ ଜିଲ୍ଲାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

ମାନସଙ୍କ ଘର ରାସ୍ତା ଠିକ୍ କଡ଼ରେ ରହିଛି। ମାତ୍ର ବାରମ୍ବାର ରାସ୍ତା ମରାମତି କାରଣରୁ ତାଙ୍କ ଘର ରାସ୍ତା ଠାରୁ ତଳୁଆ ହୋଇଗଲା। ବର୍ଷା ଦିନେ ନର୍ଦ୍ଦମା ପାଣି ଘରେ ପଶି କର୍ଦ୍ଦମାକ୍ତ ପରିବେଶ ସୃଷ୍ଟି କରୁଥିଲା। ଏହାର ପ୍ରତିକାର ନିମନ୍ତେ ମାନସ ଉତ୍ତର ପ୍ରଦେଶର ଉକ୍ତ କମ୍ପାନୀ ସହ ଆଲୋଚନା କରିଥିଲେ। ହାଉସ୍ ଲିଫ୍ଟିଙ୍ଗ୍ ପ୍ରକ୍ରିୟା ଦ୍ବାରା ଘର ଉପରକୁ ଉଠାଇବ କାମ ୨୦ ଦିନ ହେଲା ଆରମ୍ଭ ହୋଇଛି।

ଉକ୍ତ କମ୍ପାନୀ ତରଫରୁ କୁହାଯାଇଛି ଯେ ନିଜର କୋଠା ନଭାଙ୍ଗି ସେହି ସ୍ଥାନରେ ମାଟି ଖୋଳି ଘରକୁ ପୁରା ତଳୁ ୩ରୁ ୧୨ ଫୁଟ ଉଚ୍ଚକୁ ଉଠାଯାଇ ପାରିବ। ଏପରିକି ଘରକୁ ଅକ୍ଷୁର୍ଣ୍ଣ ଅବସ୍ଥାରେ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରିହେବ। ଦୁଇ ମହଲା କୋଠା ଅକ୍ଷୁର୍ଣ୍ଣ ଭାବେ ଉପରକୁ ଉଠୁଥିବା ବେଳେ ଯଦି କୋଠାର କିଛି ଅସୁବିଧା ହୁଏ ତେବେ କମ୍ପାନୀ ସମସ୍ତ କ୍ଷତିଭରଣା କରିବ ବୋଲି ଘର ମାଲିକ ମାନସ ରଞ୍ଜନ ପ୍ରଧାନ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button