ଦେଶ ବିଦେଶ

ଚେନ୍ନାଇ ଏୟାର ଶୋ’ରେ ଅଘଟଣ: ୫ ଦର୍ଶକ ମୃତ, ୧୦୦ରୁ ଅଧିକ ଅସୁସ୍ଥ

ମାଜ ଡିଜିଟାଲ ଡେସ୍କ: ଚେନ୍ନାଇର ମରିନା ବିଚ୍‌ରେ ଏୟାର ଶୋ’ ବେଳେ ଅଘଟଣ ଘଟିଛି। ଶୋ’ ଦେଖିବା ଲାଗି ବହୁ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇଥିବାବେଳେ ସକାଳୁ ଗୁଳୁଗୁଳି ଗରମ ଯୋଗୁ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇବାରୁ ୫ ଦର୍ଶକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୧୦୦ରୁ ଅଧିକ ଦର୍ଶକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରବିବାର ମରିନା ବିଚରେ ଏୟାର ଶୋ’ ହେବାର ଥିଲା। ଏଥିପାଇଁ ସକାଳ ପ୍ରାୟ ୮ଟାରୁ ଦର୍ଶକଙ୍କ ଭିଡ଼ ଜମିଥିଲା। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା ଏୟାର ଶୋ’। ଏହା ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଶୋ’ ଦେଖିବାକୁ ୧୫ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ଜମିଥିଲା, ଯେଉଁଥିପାଇଁ ପ୍ରବଳ ଗରମ ଗୁଳୁଗୁଳିରେ ଦର୍ଶକମାନେ ଅସୁସ୍ଥ ହୋଇପଡ଼ିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button