ଜୀବନଶୈଳୀ

ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ ନୀତା ଅମ୍ବାନୀ ମାସାଚୁସେଟ୍ସର ଗଭର୍ଣ୍ଣରଙ୍କ ଦ୍ୱାରା ସମ୍ମାନିତ

ଡେସ୍କ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସର ଗଭର୍ଣ୍ଣର ମୌରା ହେଲି ସମ୍ମାନଜନକ ଗଭର୍ଣ୍ଣର ପ୍ରଶଂସାପତ୍ରରେ ସମ୍ମାନିତ କରିଛନ୍ତି। ଏହି ପ୍ରଶଂସାପତ୍ରରେ ନୀତା ଅମ୍ବାନୀଙ୍କୁ ଜଣେ ଦୂରଦର୍ଶୀ ନେତ୍ରୀ, ସମାଜସେବୀ ଏବଂ ପ୍ରକୃତ ବିଶ୍ୱ ପରିବର୍ତ୍ତନକାରୀ ଭାବରେ ସ୍ୱୀକୃତି ଦିଆଯାଇଛି।

ଶିକ୍ଷା, ସ୍ୱାସ୍ଥ୍ୟସେବା, କ୍ରୀଡ଼ା, କଳା, ସଂସ୍କୃତି ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ପରିବର୍ତନକାରୀ କାର୍ଯ୍ୟ ପାଇଁ ନୀତା ଅମ୍ବାନୀଙ୍କୁ ଆଜୀବନ ସମର୍ପଣ ପାଇଁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ନୀତା ଅମ୍ବାନୀ ଭାରତ ଏବଂ ଭାରତ ବାହାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛନ୍ତି। ଏହି ଅବସରରେ ବୋଷ୍ଟନରେ ନୀତା ଅମ୍ବାନୀ ହାତତିଆରି ବନାରସୀ ଶାଢୀ ପିନ୍ଧିଥିଲେ। ନିକଟରେ ମଧ୍ୟ ନୀତା ଅମ୍ବାନୀଙ୍କୁ ଇଣ୍ଡିଆ ବିଜନେସ୍ ଲିଡର ଆୱାର୍ଡସର ୨୦ତମ ସଂସ୍କରଣରେ ‘ବ୍ରାଣ୍ଡ ଇଣ୍ଡିଆର ଉତ୍କୃଷ୍ଟ ଅବଦାନ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button