ଦେଶ ବିଦେଶ

ଜରୁରୀ ଅବତରଣ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଗୁଜରାଟ: ପୋରବନ୍ଦର ଉପକୂଳ ଆରବ ସାଗରରେ ଆହତଙ୍କୁ ଉଦ୍ଧାର କରିବାକୁ ଯାଇଥିବା କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ୟାଙ୍କରରୁ ଆହତ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟରକୁ ନିୟୋଜିତ କରାଯାଇଥିଲା। ଉଦ୍ଧାର ପାଇଁ ଯିବାବେଳେ ଜରୁରୀ ଅବତରଣ କରିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ହେଲିପକ୍ଟର ଦୁର୍ଘଟଣା ଯୋଗୁଁଁ ଦୁଇ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ନିଖୋଜ ଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି।

ନିଖୋଜ ତିନି ଜଣଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ସୂଚନା ଅନୁସାରେ ଗୁଜରାଟ ବନ୍ୟା ସମୟରେ ୬୭ଜଣଙ୍କୁ ଉଦ୍ଧାର କରିଥିଲା ଏହି ହେଲିକପ୍ଟର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button