ରାଶିଫଳ

ଜୀବନରେ ଆସିବ ଅଶାନ୍ତି, ବଦଳିଲା ଗ୍ରହଙ୍କ ସ୍ଥିତି, ଏହି ୬ ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ, ହାତରୁ ଚାଲିଯିବ ଧନ

ଆମେ ଅନେକ ସମୟରେ ଖୁବ୍ ଆଗ୍ରହ ଥାଆନ୍ତି ନିଜ ରାଶି ବିଷୟରେ ଜାଣିବା ପାଇଁ। କିପରି କଟିବ ଆମର ଆଗାମୀ ଦିନ,କଣ ରହିବ ଆମର ସଫଳତାର ଫଳ। ଏପରି ଅନେକ ପ୍ରଶ୍ନ ଆମ ମନକୁ ଆସିଥାଏ। ସାଧାରଣତଃ ହିନ୍ଦୁ ଧର୍ମାବଲମ୍ବୀ ଲୋକମାନଙ୍କର ଏକ ପ୍ରଗାଢ଼ ବିଶ୍ୱାସ ରହି ଆସିଛି ଜ୍ୟୋତିଷ ଶାସ୍ତ୍ରକୁ ନେଇ। ବେଳେ ବେଳେ ଏହି ଗଣନା ଆମ ଆଗାମୀ ଦିନ ପାଇଁ କେବେ ସୁଖ ଆଣିଥାଏ ତ କେବେ ଆମକୁ ଦୁଃଖକୁ ଠେଲି ଦେଇଥାଏ। ଆଗାମୀ ଦିନ ୬ଟି ରାଶିଙ୍କ ଜୀବନରେ ଅସୁବିଧା ଆଣିପାରେ। ସେହି ରାଶି ଗୁଡିକ ହେଲା – ମେଷ, ମିଥୁନ, କନ୍ୟା, ତୁଳା, ଧନୁ, ମୀନ।

ମେଷ :

ଏହି ରାଶିର ଲୋକମାନଙ୍କ ପାଇଁ ଆଗାମୀ ସପ୍ତାହଟି ସଫଳତା ଓ ବିଫଳତାର ମିଶ୍ରଣ ଅଟେ। କେତେ ଗୁଡିଏ କ୍ଷେତ୍ର ରହିଛି ଯେଉଁଥିରେ ଆପଣ ବେଶ୍ ଭଲ ପ୍ରଦର୍ଶନ କରିପାରିବେ। ହେଲେ ଆଉ କିଛି କ୍ଷେତ୍ର ଯେପରିକି ଶିକ୍ଷା ଆଦି କ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ। ତେଣୁ ଶିକ୍ଷା ଏବଂ ବ୍ୟକ୍ତିଗତ ଦିଗରେ ମନୋନିବେଶ କରନ୍ତୁ।

ମିଥୁନ :

ଏହି ସପ୍ତାହ ଟି ମିଥୁନ ରାଶିର ଲୋକମାନଙ୍କ ପାଇଁ ଏତେ ଫଳପ୍ରଦ ନୁହେଁ। ବିଶେଷ ସଫଳତା ମିଳିବ ନାହିଁ। କାର୍ଯ୍ୟରେ ଅଧିକ ବାଧା ସୃଷ୍ଟି ହୋଇପାରେ। ଯେଉଁଥିପାଇଁ ମନ ବିଚଳିତ ରହିବ। ହେଲେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ମାତ୍ର ଯଦି ପାରୁଛନ୍ତି ଏହି ସପ୍ତାହରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

କନ୍ୟା:

କନ୍ୟା ରାଶିର ଲୋକମାନଙ୍କ ପାଇଁ ମଧ୍ୟ ଏହି ଦିନ ଗୁଡ଼ିକ ଭଲ ନ ରହିପାରେ। ଅନେକ କ୍ଷେତ୍ରରେ ସମସ୍ୟା ଉପୁଜିପାରେ।ନିଜ ଦାମ୍ପତ୍ୟ ଜୀବନ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ। ସମସ୍ୟା ଗୁଡ଼ିକୁ ଅଧିକ ଗୁରୁତ୍ଵ ଭାବେ ନିଅନ୍ତୁ ନାହିଁ ନଚେତ ଅଧିକ ଅସୁବିଧାରେ ପଡିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଓ କରୁଥିବା କାର୍ଯ୍ୟ ପ୍ରତି ଅଧିକ ସଚେତନ ରୁହନ୍ତୁ।

ତୁଳା:

ତୁଳା ରାଶିର ଲୋକମାନଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ।ସେମାନେ କାର୍ଯ୍ୟ, ସମ୍ପର୍କ କିମ୍ବା ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାରରେ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେବ। ମନ ବ୍ୟତିବ୍ୟସ୍ତ ରହିବ। ଆୟ କମ୍ ଏବଂ ବ୍ୟୟ ଅଧିକ ରହିବ।

ଧନୁ:

ଧନୁ ରାଶିର ଲୋକଙ୍କ ପାଇଁ ଏହି ଦିନ ଗୁଡ଼ିକରେ ସମାନତା ରହିବ।ବେଶୀ ସଫଳତା ଏବଂ ବିଫଳତା ମିଳିବ ନାହିଁ। ହେଲେ ସାବଧାନର ସହ କାମ କରନ୍ତୁ। ଦୀର୍ଘ ସମୟ ଯାତ୍ରାର ସମ୍ଭାବନା ରହିଛି। ଯାତ୍ରା ଲାଭଦାୟକ ହୋଇପାରେ। ଯାନବାହନ ବିଶେଷ କରି ଚଳାନ୍ତୁ ନାହିଁ ଦୁର୍ଘଟଣା ଘଟିପାରେ।

ମୀନ:

ଏହି ରାଶିର ଲୋକମାନଙ୍କ ପାଇଁ ସପ୍ତାହ ଟି ଅତ୍ୟନ୍ତ ସଂଘର୍ଷମୟ ରହିଛି। ମନ ଓ ଶରୀର ବିଚଳିତ ରହିବ। କାର୍ଯ୍ୟ କ୍ଷେତ୍ରରେ ବିଫଳତା ହେବେ। ବ୍ୟକ୍ତିଗତ ଜୀବନରେ କଳହ ସୃଷ୍ଟି ହୋଇପାରେ। ନିଜର ବାକ୍ ଶକ୍ତିକୁ ସଂଯମରେ ରଖନ୍ତୁ ନଚେତ୍ ହଇରାଣରେ ପଡିପାରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button