ଦେଶ ବିଦେଶ

ସ୍ତ୍ରୀ ମତେ ବାରମ୍ବାର ଦୁଷ୍କର୍ମ କରୁଛି ବୋଲି ଆଣିଲେ ଅଭିଯୋଗ ସ୍ବାମୀ, ସତ ଜାଣିଲେ ଉଡିଯିବ ଆପଣଙ୍କ ହୋସ

ସ୍ବାମୀ ଆଣିଲେ ସାଂଘାତିକ ଅଭିଯୋଗ ସ୍ତ୍ରୀ ଉପରେ, କହିଲେ ସେ ମତେ କରୁଛନ୍ତି ଦୁଷ୍କର୍ମ । ଏ କଥା ଶୁଣି ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥାଇପାରେ । କାରଣ ମ୍ୟାରିଟାଲ ରେପ୍ ବିଷୟରେ ଆପଣ ହୁଏତ ଜାଣିଥିବେ ଅର୍ଥାତ୍ ସ୍ବାମୀ ଯଦି ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ ସ୍ତ୍ରୀ ସହିତ ଶାରୀରିକ ସଂପର୍କ ରଖେ ତେବେ ଏହାକୁ ବୈାବାହିକ ଦୁଷ୍କର୍ମ ବୋଲି କୁହାଯାଏ । ଏଥିପାଇ ସ୍ତ୍ରୀ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିପାରିବେ ।

କିନ୍ତୁ ଏଠି ଯେଉଁ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ତାହା ସମ୍ପୂଣ୍ଣ ଓଲଟା । ଏଠି ସ୍ବାମୀ ଆଣିଛନ୍ତି ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ । ତାଙ୍କ କହିବା କଥା ହେଲା ତାଙ୍କ ସ୍ତ୍ରୀ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି । ତାଙ୍କର ଏମିତି ଅଭିଯୋଗକୁ ପୋଲିସ ଗୁରୁତ୍ୱ ନଦେବାରୁ ସେ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ।

ତାଙ୍କ ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ମୋ ସ୍ତ୍ରୀ ଦ୍ବାରା ମୁଁ ଦୁଷ୍କର୍ମର ଶିକାର ହୋଇଛି । ସେ ମତେ ବାରମ୍ଵାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଛନ୍ତି । ଏହି ଦମ୍ପତିଙ୍କ ବିବାହକୁ ଦୀର୍ଘ ଦଶ ବର୍ଷ ହୋଇଗଲାଣି ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ତ୍ରୀର ଅତୀତ ବିଷୟରେ ସେ ଅନ୍ଧାରରେ ଥିଲେ ।

ଏବେ ସେ ଜାଣିବାକୁ ପାଇଛନ୍ତି ଯେ ତାଙ୍କ ସ୍ତ୍ରୀର ଆଉ ଜଣେ ସ୍ବାମୀଙ୍କ ସମ୍ପର୍କରେ ଯେ କି ତାଙ୍କର ବିବାହ ପୂର୍ବରୁ ତାଙ୍କୁ ବିବାହ କରିଥିଲେ । ନିଜ ସ୍ତ୍ରୀର ଅତୀତ ବିଷୟରେ ନଜାଣି ସେ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଛନ୍ତି । ଆଉ ଦୁଇ ସନ୍ତାନଙ୍କ ଡିଏନଏ ରିପୋର୍ଟ ମଧ୍ୟ ଅଲଗା ଆସିଛି

Related Articles

Leave a Reply

Your email address will not be published. Required fields are marked *

Back to top button