ବଜରଙ୍ଗବଲିଙ୍କ କୃପା ପ୍ରାପ୍ତ କରିବା ପାଇଁ କରନ୍ତୁ ଏହି ସହଜ ଉପାୟ, ସଙ୍କଟ ହେବ ଦୂର, ମିଳିବ ସୁଖ ସମୃଦ୍ଧି
ବନ୍ଧୁଗଣ ଧାର୍ମିକ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କର ଜନ୍ମ ହୋଇଥିଲା ଏଥିପାଇଁ ମଙ୍ଗଳବାର ଦିନଟି ମହାବଳି ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହି ଦିନ ହନୁମାନଙ୍କର ବିଶେଷ ପୂଜା କରା ଯାଇଥାଏ । ଏମିତି ଲୋକେ ମାନନ୍ତି କି ମଙ୍ଗଳବାର ଦିନ ଯଦି ଭଗବାନ ହନୁମାନଙ୍କର ପୂଜା କରାଯାଏ ତେବେ ସେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି ଓ ବ୍ୟକ୍ତିର ସବୁ ମନୋକାମନା ପୂର୍ଣ୍ଣ କରନ୍ତି । ପ୍ରତ୍ୟେକ ବ୍ୟକ୍ତି ଚାହେଁ କି ବଜରଙ୍ଗବଲି ତାଙ୍କ ଉପରେ ନିଜର କୃପାଦୃଷ୍ଟି ରଖନ୍ତୁ ଓ ସେମାନଙ୍କ ଜୀବନରେ ଆସୁଥିବା ସବୁ ସଙ୍କଟକୁ ଦୂର କରନ୍ତୁ ।
ଯଦି ଆପଣ ବି ମହାବଳି ହନୁମାନଙ୍କର କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସହଜ ଉପାୟ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ମଙ୍ଗଳବାର ଦିନ କରିବାକୁ ପଡିବ । ଯଦି ଆପଣ ଏହି ଉପାୟକୁ କରନ୍ତି ତେବେ ଏଥିରୁ ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ ହେବ ଓ ସହଜରେ ଆପଣ ସମସ୍ୟାରୁ ମୁକ୍ତି ପାଇପାରିବେ ।
ଆସନ୍ତୁ ଜାଣିବା ଏହି ସବୁ ଉପାୟ କଣ ?
୧. ଏହି ଉପାୟ କରିବା ପାଇଁ ଆପଣ ମଙ୍ଗଳବାର ଦିନ ସକାଳେ ସ୍ନାନ କରିବା ପରେ ବର ଗଛର ଏକ ପତ୍ର ଆଣନ୍ତୁ ଓ ଏହି ପତ୍ରକୁ ଭଲ ଭାବେ ସଫା ପାଣିରେ ଧୋଇ ନିଅନ୍ତୁ । ଧୋଇବା ପରେ ଏହି ପତ୍ରକୁ କିଛି ସମୟ ପାଇଁ ହନୁମାନଙ୍କ ପ୍ରତିମା ସାମ୍ନାରେ ରଖନ୍ତୁ ଓ ଏହା ପରେ ଏହି ପତ୍ରର ଉପରେ ଶ୍ରୀ ରାମ ଲେଖନ୍ତୁ । ଯେବେ ଆପଣ ଏହି ସବୁ କାର୍ଯ୍ୟ କରିନେବେ ଏହା ପରେ ଏହି ପତ୍ରକୁ ଆପଣ ନିଜ ପର୍ସରେ ରଖନ୍ତୁ। ଯଦି ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କର ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିବ ନାହିଁ ଓ ଆପଣଙ୍କ ଘର ପରିବାରର ଉନ୍ନତି ହେବ । ଯେବେ ଏହି ପତ୍ର ପୁରା ଶୁଖିଯିବ ତେବେ ଆପଣ ଏହାକୁ ନଦୀରେ ପ୍ରବାହିତ କରିଦେବେ ଓ ଏହି ପ୍ରକାରେ ଆଉ ଏକ ପତ୍ର ଅଭିମନ୍ତ୍ରିତ କରି ପାଖରେ ରଖି ପାରନ୍ତି ।
୨। ଆପଣ ସକାଳେ ଉଠି ସର୍ବପ୍ରଥମେ ସ୍ନାନ ଓ ନିତ୍ୟ କର୍ମ ସାରି ସଫା ବସ୍ତ୍ର ପିନ୍ଧନ୍ତୁ । ଏହା ପରେ ନିଜର ମାତା, ପିତା, ଗୁରୁ, ଇଷ୍ଟ ଓ କୁଳଦେବତାଙ୍କୁ ନମସ୍କାର କରି କୁଶର ଆସନ ଗ୍ରହଣ କରନ୍ତୁ ଓ ଏହା ପରେ ଆପଣ ହନୁମାନଙ୍କର ପ୍ରତିମା ସାମ୍ନାରେ ନିମ୍ନରେ ଦିଆଯାଇଥିବା ମନ୍ତ୍ରର ଜପ କରନ୍ତୁ ।
“ଓଁ ନମୋଃ ହନୁମନ୍ତେ ରୂଦ୍ରାବତାରାୟ ସର୍ବଶତୃ ସଂହାରାଣାୟ ସର୍ବରୋଗ ହରାୟ ସର୍ବବସିକରଣାୟ ରାମଦୂତାୟ ସ୍ଵାହା”
ଯଦି ଆପଣ ଏହି ମନ୍ତ୍ରର ଜପ କରନ୍ତି ତେବେ ଏଥିରୁ ଆପଣଙ୍କୁ ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ଆପଣ ମନ୍ତ୍ରର ଜପ କରିବା ପାଇଁ ରୁଦ୍ରାକ୍ଷ ମାଳା ର ପ୍ରୟୋଗ ମଧ୍ୟ କରିପାରନ୍ତି ।