ଦେଶ ବିଦେଶ

ସରକାର ଆଣିଲେ ନୂଆ ଯୋଜନା! ୪ ଛୁଆ ଜନ୍ମ କଲେ ମିଳିବ ୧ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହି ଯୋଜନା?

ମଧ୍ୟପ୍ରଦେଶରୁ ଆସିଛି ଏକ ଅଜବ ଖବର। ୪ ପିଲା ଜନ୍ମଦେଲେ ମିଳିବ ଲକ୍ଷେ ଟଙ୍କା। ଏପରି ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପର୍ଶୁରାମ କଲ୍ୟାଣ ବୋର୍ଡ ୪ଟି ସନ୍ତାନ ଜନ୍ମ ଦେଇଥିବା ବ୍ରାହ୍ମଣ ଦମ୍ପତିଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରି କହିଛି ଯେ ଯଦି ବ୍ରାହ୍ମଣମାନଙ୍କର କମ୍ ସନ୍ତାନ ଥାଏ, ତେବେ ଅଣହିନ୍ଦୁ ଦେଶକୁ ଦଖଲ କରିବେ।

ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ଲୋକ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି ଏବଂ ଅନେକ ଲୋକ ଏହାକୁ ସମାଲୋଚନା ମଧ୍ୟ କରୁଛନ୍ତି ।

 

ବାସ୍ତବରେ ଇନ୍ଦୋରର ପର୍ଶୁରାମ କଲ୍ୟାଣ ବୋର୍ଡ ଘୋଷଣା କରିଛି ଯେ ୪ଟି ସନ୍ତାନ ଥିବା ଯୁବ ଦମ୍ପତିଙ୍କୁ ୧ ଲକ୍ଷ ଟଙ୍କା ଦିଆଯିବ। ବ୍ରାହ୍ମଣ ସମାଜର ଯୁବକ ଓ ଯୁବତୀଙ୍କ ପାଇଁ ଏହି ଘୋଷଣା କରାଯାଇଛି। ସମାଜରେ ଅଧିକରୁ ଅଧିକ ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଭାଇରାଲ ଭିଡିଓବ୍ରାହ୍ମଣ ପରିଚୟ ସମ୍ମିଳନୀର ବୋଲି କୁହାଯାଉଛି।

ପର୍ଶୁରାମ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ବିଷ୍ଣୁ ରାଜୋରିଆ କହିଛନ୍ତି, ସମାଜର ଯୁବକମାନେ ଅତି କମରେ ୪ଟି ସନ୍ତାନ ଜନ୍ମ ଦିଅନ୍ତୁ, ନଚେତ୍ ବିଦ୍ରୋହୀମାନେ ଦେଶକୁ ଦଖଲ କରିପାରିବେ। ଯୁବପିଢ଼ିଙ୍କ ଠାରୁ ମୋର ଅନେକ ଆଶା ରହିଛି। ଆଗାମୀ ପିଢ଼ିର ସୁରକ୍ଷା ଆପଣଙ୍କ ହାତରେ ଅଛି ବୋଲି ଯୁବପିଢ଼ି ଧ୍ୟାନର ସହ ଶୁଣିବା ଦରକାର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button