ଧର୍ମ

କାହିଁକି ହିନ୍ଦୁ ଧର୍ମରେ ସମାନ ଗୋତ୍ରରେ ବିବାହ କରିବା ଉଚିତ ନୁହେଁ, ଜାଣନ୍ତୁ ଏହାପଛର ଧାର୍ମିକ ମହତ୍ୱ

ଆପଣ ଦେଖିଥିବେ ପୁଅକୁ ଝିଅ ଏବଂ ଝିଅକୁ ପୁଅ ପସନ୍ଦ ଆସିଥାଏ କିନ୍ତୁ ପରେ ଗୋତ୍ର ପାଖରେ ଆସି ଅଟକି ଯାଇଥାଏ ,କାରଣ ଆମ ଦୁଇ ଜଣଙ୍କ ଭିତରେ ମିଶି ଯାଇଥାଏ ଯେଉଁ କାରଣରୁ ତାଙ୍କର ବିବାହ ହୋଇପାରେ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ କି ଏମିତି କାହିଁକି ହୋଇଥାଏ ,କଣ ପାଇଁ ଗୋତ୍ର ଦେଖି ବିବାହ କରାଯାଇ ଥାଏ ଏବଂ ଗୋଟିଏ ଗୋତ୍ରରେ ବିବାହ କଲେ କଣ ହୋଇଥାଏ ? ତାହେଲେ ଚାଲନ୍ତୁ ଜାଣିବା ବିବାହରେ କଣ ମହତ୍ଵ ଅଟେ ଦୁଇଟି ସମାନ ଗୋତ୍ରର ଏବଂ ଦୁଇଟି ଅଲଗା ଅଲଗା ଗୋତ୍ରର ।

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ଗୋତ୍ର ମିଶାଇବା ବହୁତ ଜରୁରୀ ହୋଇଥାଏ କାରଣ ସମାନ ଗୋତ୍ର ଥିବା ଜଣେ ପୁଅ ଏବଂ ଝିଅର ବିବାହ କେବେ ହୋଇପାରେ ନାହିଁ ,କାରଣ ସନାତନ ଧର୍ମ ଅନୁସାରେ ଦୁଇଜଣ ଭାଇ ଭଉଣୀ ହୋଇଥାନ୍ତି ଏଥିପାଇଁ ସ୍ଵାମୀ ସ୍ତ୍ରୀ ହୋଇପାରିବେ ନାହିଁ । ଏମିତିରେ ଏକା ଗୋତ୍ରରେ ବିବାହ ନ କରିବା ପାଇଁ ବହୁତ କାରଣ ଅଛି, ଯାହା ଭିତରୁ ଗୋଟିଏ ଏହା କି ଯଦି ସମାନ ଗୋତ୍ର ଥିବା ପୁଅ ଝିଅଙ୍କର ବିବାହ ହୋଇଯାଏ ତାହେଲେ ତାଙ୍କ ସନ୍ତାନ କେବେବି ନର୍ମାଲ ହୋଇନଥାଏ ସେ ସବୁବେଳେ ବିକୃତ ହୋଇଥାନ୍ତି ।

ଜଣେ ଝିଅ ଓ ପୁଅଙ୍କ ବିବାହ ପୂର୍ବରୁ ତିନୋଟି ଗୋତ୍ର ଏମିତି ଅଟେ ଯାହାକୁ ଧ୍ୟାନରେ ରଖି ବିବାହ ସ୍ଥିର କରାଯାଇ ଥାଏ । ପ୍ରଥମ ଗୋତ୍ର, ବିବାହ କରୁଥିବା ପୁଅ ବା ଝିଅଙ୍କର, ଦ୍ଵିତୀୟ ତାଙ୍କ ବାପା ମାଆଙ୍କର ଓ ତୃତୀୟ ଗୋତ୍ର ତାଙ୍କ ଜେଜେମା’ଙ୍କର ଦେଖା ଯାଇଥାଏ । ଯଦି ଏହି ତିନୋଟି ଭିତରୁ କୌଣସି ବି ଗୋତ୍ର ପୁଅ ବା ଝିଅର ପରିବାର ବା ତାଙ୍କ ସହିତ ମିଶିଥାଏ ତାହେଲେ ସେହି ଦୁଇଜଣଙ୍କର ବିବାହ କରାଯାଇ ନଥାଏ ।

ସନାତନ ଧର୍ମ ଅନୁସାରେ ୭ ପୀଢି ପରେ ଗୋତ୍ର ବଦଳି ଯାଇଥାଏ ଓ ଯଦି ଜଣେ ପୁଅ ଏବଂ ଜଣେ ଝିଅ ସାତ ଗୋତ୍ର ପରେ ସେହି ଗୋତ୍ରକୁ ପୁଣି ଥରେ ରଖନ୍ତି ତାହେଲେ ସେହି ଗୋତ୍ରରେ ସେହି ଦୁଇଜଣଙ୍କର ବିବାହ ହୋଇପାରେ । କିଛି ଲୋକ ଏହି କଥାକୁ ମାନିବା ପାଇଁ ମନା କରିଥାନ୍ତି । ଯଦି ବିଦ୍ଵାନ ମାନଙ୍କୁ ମାନିବା ତାହେଲେ ତାଙ୍କର କହିବା କଥା ଏହା କି ସାତ ପିଢୀରେ ବି ଗୋତ୍ର ଛାଡି ବିବାହ କରିବା ଦ୍ଵାରା ବିତିଥିବା ପୀଢିଙ୍କ ଅନୁବାଂଶିକ ଗୁଣ ଧର୍ମ ଆସନ୍ତା ପିଢୀରେ ଆସି ଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button