ଜୀବନଶୈଳୀ

ମୃତ୍ୟୁ ବ୍ୟକ୍ତିଙ୍କ ଏହି ୩ଟି ଜିନିଷକୁ କଦାପି ବ୍ୟବହାର କରିବା ଉଚିତ ନୁହେଁ।

ମୃତ୍ୟ ପରେ ମଧ୍ୟ ମୃତ ବ୍ୟକ୍ତିର ନିଜ ଜିନିଷ ପ୍ରତି ମୋହ ଦୂର ହୋଇନଥାଏ। ଜଣେ ବ୍ୟକ୍ତି ଯେ ପର୍ଯ୍ୟନ୍ତ ସାଂସାରିକ ମୋହ, ଭୌତିକ ସୁଖ କୁ ଛାଡି ନିଜକୁ ଭଗବାନଙ୍କ ଚରଣରେ ସମ୍ପୁର୍ଣ୍ଣ ରୂପେ ସମର୍ପିତ ନ କରେ, ସେ ପର୍ଯ୍ୟନ୍ତ ବିଭିନ୍ନ ଯୋନୀରେ ଜନ୍ମ ନେଇ ସଂସାରରେ ବୁଲୁଥାଏ।

ଅନେକ ବ୍ୟକ୍ତି ପ୍ରିୟଜନଙ୍କ ମୃତ୍ୟୁପରେ ତାଙ୍କ ବ୍ୟବହାର କରୁଥିବା ଜିନିଷଗୁଡିକୁ ବ୍ୟବହାର କରିଥାନ୍ତି। କିନ୍ତୁ ମୃତ ବ୍ୟକ୍ତିଙ୍କ ଏପରି କେତେକ ବସ୍ତୁ ଅଛି ଯାହାକୁ ଆମେ ବ୍ୟବହାର କରିବା ଉଚିତ ନୁହେଁ। କାରଣ ସେହି ବସ୍ତୁଗୁଡିକରେ ମୃତ ବ୍ୟକ୍ତିର ଉର୍ଜା ଜଡିତ ଥାଏ। ଫଳରେ ଏହି ବସ୍ତୁକୁ ବ୍ୟବହାର କରୁଥିବା ବୁକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ।

ତେଣୁ ମୃତ ବ୍ୟକ୍ତିଙ୍କ ଏହିସବୁ ବସ୍ତୁଗୁଡିକୁ ନିଜ ଘରେ ରଖିପାରିବେ କିମ୍ବା ନଦୀ ଜଳରେ ପ୍ରବାହିତ କରିପାରିବେ। କିନ୍ତୁ ନିଜେ ବ୍ୟବହାର କରିବା ଉଚିତ ନୁହେଁ।

ମୃତ ବ୍ୟକ୍ତିଙ୍କ ଶାନ୍ତି ପାଇଁ ତାଙ୍କ ଵସ୍ତୁ ଗୁଡିକୁ ଦାନ କରନ୍ତି, ତେବେ ଅତ୍ୟନ୍ତ ଶୁଭ ଅଟେ।

ଏହି ୩ଟି ଵସ୍ତୁ ବ୍ୟବହାର କରନ୍ତୁ ନାହିଁ।
ପ୍ରଥମ ଵସ୍ତୁ ହେଉଛି ପୋଷାକ :

ମୃତ ବ୍ୟକ୍ତିଙ୍କ ପୋଷାକ ବ୍ୟବହାର କରିବା ଉଚିତ ନୁହେଁ। ଏହା କରିବା ଦ୍ଵାରା ମୃତ ବ୍ୟକ୍ତିଙ୍କ ଆତ୍ମା ମନୁଷ୍ୟ ସହିତ ଯୋଡି ହୋଇଯାଏ। ଯେଉଁ କାରଣରୁ ମନୁଷ୍ୟ ଶାରୀରିକ ଏବଂ ମାନସିକ ଭାବରେ ଦୁର୍ବଳ ହୋଇଯାଏ। ତେଣୁ ମୃତ ବ୍ୟକ୍ତିର ପୋଷାକ କୁ ସର୍ବଦା ଦାନ କରିବା ଉଚିତ। ଫଳରେ ମୃତ ବ୍ୟକ୍ତିର ଆତ୍ମା ଶାନ୍ତି ଲାଭ କରେ।

ଦ୍ବିତୀୟ ଵସ୍ତୁ ଅଳଙ୍କାର :

ମୃତ ବ୍ୟକ୍ତିର ଅଳଙ୍କାର ହେଉଛି ପୋଷାକ ପରି ଶକ୍ତିର ଉତ୍ସ। ଜଣେ ମୃତ ବ୍ୟକ୍ତିର ଅଳଙ୍କାର ସହିତ ମୋହ ପୋଷାକ ଠାରୁ ଅଧିକ ଥାଏ। ତେଣୁ ମୃତ ବ୍ୟକ୍ତିର ଅଳଙ୍କାର କୁ ଅନ୍ୟ କେହି ପିନ୍ଧିଲେ ଆତ୍ମା ଅସହଜ ଅନୁଭବ କରେ ଏବଂ ସେହି ବ୍ୟକ୍ତିକୁ ଅସୁବିଧାରେ ପକାଇଥାଏ। ଆତ୍ମା ମୁକ୍ତିର ପଥରେ ଯାଏ ନାହିଁ ଏବଂ ପରିବାର ସଦସ୍ୟଙ୍କ ସହିତ ଜଡିତ ରହିଥାଏ। ତେଣୁ ମୃତ ବ୍ୟକ୍ତିର ଅଳଙ୍କାର କଦାପି ପିନ୍ଧିବା ଉଚିତ ନୁହେଁ। ମୃତ ବ୍ୟକ୍ତିର ଅଳଙ୍କାର କୁ ତରଳାଇ ଅନ୍ୟ ଗହଣା ତିଆରି କରିପାରିବେ କିମ୍ବା ମନ୍ଦିରରେ ଦାନ କରିପରିବେ।

ତୃତୀୟ ଵସ୍ତୁ ଜପା ମାଳି :

ମୃତ ବ୍ୟକ୍ତିର ହାତରେ କିମ୍ବା ଗଳାରେ ଥିବା ମାଳିକୁ କେବେବି ବ୍ୟବହାର କରିବା ଉଚିତ। ତାକୁ ପବିତ୍ର ନଦୀରେ ପ୍ରବାହିତ କରିବା ଉଚିତ। ପବିତ୍ର ନଦୀ ସମସ୍ତ ପୁଣ୍ୟ ସହିତ ମୃତ ବ୍ୟକ୍ତିକୁ ସ୍ଵର୍ଗ ଆଡ଼କୁ ନେଇଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button