ଧର୍ମ

ଏହି ୪ ଜଣ ଲୋକ ସର୍ବଦା ଦାରିଦ୍ର୍ୟର ଫାଶରେ ଫସି ରହନ୍ତି, ଯେତେ ହାତ ଗୋଡ଼ ଧରିଲେ ମଧ୍ୟ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ନାହିଁ

ଆମ ଶାସ୍ତ୍ର ଆମକୁ ଅନେକ ଭଲ ଜିନିଷ ଶିଖାଏ। ଆଜିର ସମୟରେ ଶାସ୍ତ୍ରରୁ କେତେକ କଥାକୁ ଆମେ ସତ ବୋଲି ମାନେ। ବର୍ତ୍ତମାନ କେବଳ ମହାଭାରତର ବିଦୁର ନୀତି କଥା ଭାବ। ମହାତ୍ମା ବିଦୁର ମହାରାଜା ଧୃତରାଷ୍ଟ୍ରଙ୍କ ସାନ ଭାଇ। ସେ ହସ୍ତିନାପୁରର ସମ୍ପାଦକ। ସେ ସର୍ବଦା ଧର୍ମ ବିଷୟରେ କୁହନ୍ତି, ଯଦିଓ ଦୁର୍ଯ୍ୟୋଧନ ଏବଂ ଶକୁନି ତାଙ୍କ କଥାକୁ ସବୁବେଳେ ବିରୋଧ କରନ୍ତି।

ମହାତ୍ମା ବିଦୁର କୁରୁକ୍ଷେତ୍ର ଯୁଦ୍ଧ ପୂର୍ବରୁ ରାଜା ଧୃତରାଷ୍ଟ୍ରଙ୍କୁ କିଛି ଜୀବନ ପରିଚାଳନା ସୂତ୍ର କହିଥିଲେ ଯାହାକୁ ବିଦୁର ନୀତି ବୋଲି କୁହାଯାଏ। ସେ କହିଛନ୍ତି ଯେ ଯେଉଁ ଲୋକଙ୍କ ପାଖରେ ଟଙ୍କା ରୁହେ ନାହିଁ ସେମାନେ ସବୁବେଳେ ଦାରିଦ୍ର୍ୟତା ର ଶିକାର ହୁଅନ୍ତି।

ବିଦୁର ନିତୀରେ କୁହାଯାଇଛି ଯେଉଁ ଘରେ ପରିଷ୍କାର ପରିଚ୍ଛନ୍ନତା ଦେଖାଯାଏ ନାହିଁ, ଯେଉଁଠାରେ ସର୍ବଦା ଅପରିଷ୍କାର ଥାଏ, ମା ଲକ୍ଷ୍ମୀ ସେଠାରେ ରହନ୍ତି ନାହିଁ। ଏପରି ମଇଳା ଘରଠାରୁ ମାତା ଲକ୍ଷ୍ମୀ ସବୁବେଳେ ଦୂରରେ ରୁହନ୍ତି। ଏଭଳି ଘରରଲୋକେ ସବୁବେଳେ ଟଙ୍କାର ଅଭାବ ଦେଖନ୍ତି।ତାଙ୍କ ଜୀବନରେ ସେମାନେ ବହୁତ୍ ଦୁଃଖ ପାଆନ୍ତି। ତେଣୁ ଘର ପରିଷ୍କାର ପରିଚ୍ଛନ୍ନତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବିଦୁର ନୀତି ଅନୁଯାୟୀ, ଯେଉଁ ଘରେ ବଡ଼ ଗୁରୁଜନଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେହି ଘରେ ଧନ ଅଧିକ ସମୟ ରହେ ନାହିଁ। ଯଦି ତୁମେ ଘରର ବଡ଼ମାନଙ୍କୁ ଅପମାନିତ କର ତେବେ ଭଗବାନ ତୁମ ଉପରେ କ୍ରୋଧିତ ହୁଅନ୍ତି। ତା’ପରେ ତୁମକୁ ଦାରିଦ୍ର୍ୟର ସମ୍ମୁଖୀନ ହେବାକୁ ପଡିବ। ଯେଉଁ ଘରେ ବଡ଼ ମାନଙ୍କର ଆଶୀର୍ବାଦ ଥାଏ ସେଠାରେ ସବୁବେଳେ ସୁଖ, ସମୃଦ୍ଧି ରହିଥାଏ।

ଯଦି ତମେ ବିଦୁରଙ୍କ ନୀତିରେ ବିଶ୍ବାସ କର, ତେବେ ଯେଉଁ ଘରେ ଅଳସୁଆମାନେ ବାସ କରନ୍ତି, ଘରେ ବସି ବାଜେ ଖର୍ଚ୍ଚ କରନ୍ତି, କିଛି କାମ କରନ୍ତିନି। ସବୁବେଳେ ଅନ୍ୟ ଧନ ଉପରେ ନିର୍ଭର କରନ୍ତି ସେମାନେ ସବୁବେଳେ ଦାରିଦ୍ର୍ୟର ସାମ୍ନା କରନ୍ତି।

ବିଦୁର ନୀତି ଅନୁଯାୟୀ, ଯେଉଁ ଘରେ ଲୋକମାନେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, ସେହି ଘରେ ସୁଖ ସମୃଦ୍ଧି ନଥାଏ। ସେହି ଘରଲୋକଙ୍କ ଜୀବନ କେବଳ ଟଙ୍କା ଅଭାବରେ ଅତିବାହିତ ହୁଏ। ସେମାନେ ଜୀବନରେ ଆଗକୁ ବଢି ପାରନ୍ତି ନାହିଁ। ଯେଉଁମାନେ ଭଗବାନଙ୍କୁ ବିଶ୍ବାସ କରନ୍ତି, ସେମାନେ ଦେବାଦେବୀଙ୍କ ଆଶୀର୍ବାଦ ପାଆନ୍ତି ଏବଂ ତାଙ୍କ ଘରେ ସବୁବେଳେ ସୁଖ,ସମୃଦ୍ଧି ଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button