ସ୍ୱାସ୍ଥ୍ୟ

ଆସିଲା ସାଂଘାତିକ ତଥ୍ୟ: ଗୋଟିଏ ସିଗାରେଟ ନେଉଛି ୨୦ ମିନିଟ ଆୟୁଷ

ଧୂମପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ। ତଥାପି ଅନେକ ଲୋକ ଧୂଆଁ ପ୍ରେମରେ ପଡ଼ିଛନ୍ତି। ଘଣ୍ଟାକୁ ଘଣ୍ଟା ସେମାନେ ସିଗାରେଟ ଟାଣିବାରେ ଲାଗିଛନ୍ତି। ହେଲେ ଆପଣମାନେ ଜାଣିଛନ୍ତି କି ଗୋଟିଏ ସିଗାରେଟ ଜଣେ ଲୋକକର ମୋଟ ଆୟୁଷକୁ ପ୍ରାୟ ୨୦ ମିନିଟ କମାଇ ଦେଇଥାଏ। ଆଜ୍ଞା ହଁ, ନୂଆ ଗବେଷଣାରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।

ୟୁନିଭର୍ସିଟି କଲେଜ ଲଣ୍ଡନ(ୟୁସିଏଲ)ର ଗବେଷକମାନେ କରିଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାଙ୍କ ଆୟୁଷ ୨୨ ମିନିଟ ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି। ପୂର୍ବରୁ ହୋଇଥିବା ଗବେଷଣାରେ ଗୋଟିଏ ସିଗାରେଟ ଜଣେ ବ୍ୟକ୍ତିଙ୍କ ଆୟୁଷକୁ ୧୧ ମିନିଟ ହ୍ରାସ କରୁଥିବା ଜଣାପଡ଼ିଥିଲା।

ଏବେ ଅଧିକ ଲୋକଙ୍କୁ ଦୀର୍ଘ ସମୟ ଧରି ସର୍ଭେରେ ସାମିଲ କରାଯିବା ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୋଟିଏ ସିଗାରେଟ ଜଣେ ବ୍ୟକ୍ତି/ ମହିଳାଙ୍କ ଆୟୁଷକୁ ହାରି ହାରି ୨୦ ମିନିଟ ହ୍ରାସ କରିଦେଉଛି ସର୍ଭେରୁ ସ୍ପଷ୍ଟ ହୋଇଛି।

ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ଗବେଷଣାକୁ ଗ୍ରହଣ କରିଛି। ଏଥିରେ ଧୂମପାନ କେମିତି ଶରୀରରେ ସାମୂହିକ କ୍ଷିତ କରିଥାଏ, ସେବିଷୟରେ ଉଲ୍ଲେଖ କରାଯାଇଛି। ଏହାର ଅର୍ଥ ଜଣେ ବ୍ୟକ୍ତି ଯେତେ ଶୀଘ୍ର ଧୂମପାନ ଛାଡ଼ିବେ, ସେ ସେତିକି ଅଧିକ ବର୍ଷ ବଞ୍ଚିପାରିବେ। ସେହିପରି ସେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମଧ୍ୟ ଦୂରେଇ ରହିବେ।

ସେହିପରି ଗବେଷଣାରେ ସିଗାରେଟ ଛାଡ଼ିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ, ସେବିଷୟରେ ଉଲ୍ଲେଖ କରାଯାଇଛି। ଉଦହାରଣ ଭାବେ ୨୦୨୫ ଜାନୁଆରୀ ୧କୁ ନିଆଯାଇଛି। ଯଦି ଜଣେ ଜାନୁଆରୀ ୧ରୁ ସିଗାରେଟ ଟାଣିବା ବନ୍ଦ କରନ୍ତି, ତାହେଲେ…

୧- ଦିନକୁ ୧୦ଟି ସିଗାରେଟ ଟାଣୁଥିବା ବ୍ୟକ୍ତି ଏହାକୁ ଛାଡ଼ିବାର ୮ ଦିନ ଭିତରେ ଆୟୁଷକୁ ଗୋଟିଏ ଦିନ ହ୍ରାସ ହେବାରୁ ରୋକି ପାରିବେ

୨- ସିଗାରେଟ ଛାଡ଼ିଥିବା ବ୍ୟକ୍ତି ଫେବୃଆରୀ ସୁଦ୍ଧା ନିଜ ଆୟୁଷରେ ଅତିରିକ୍ତ ଗୋଟିଏ ସପ୍ତାହ ଯୋଡ଼ିବାକୁ ସକ୍ଷମ ହେବେ

୩- ଅଗଷ୍ଟ ସୁଦ୍ଧା ସିଗାରେଟ ଛାଡ଼ିଥିବା ବ୍ୟକ୍ତି ନିଜ ଆୟୁଷକୁ ଗୋଟିଏ ମାସ ବୃଦ୍ଧି କରି ପାରିବେ

୪- ବର୍ଷ ଶେଷ ସୁଦ୍ଧା ସେ ୫୦ ଦିନ ଆୟୁଷ ହ୍ରାସକୁ ବେଶ ଆରାମରେ ରୋକି ପାରିବେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button