ଦେଶ ବିଦେଶ

ମହାକୁମ୍ଭରେ ବୁଡ଼ ପକାଇଲେଣି ୫୩ କୋଟି ଶ୍ରଦ୍ଧାଳୁ, ପୁଣି ଅଗ୍ନିକାଣ୍ଡ

ଲକ୍ଷ୍ନୌ: ମହାକୁମ୍ଭ ମେଳା ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରବଳ ଟ୍ରାଫିକ ଜାମ୍ ଏବଂ ବାରମ୍ବାର ଦୁର୍ଘଟଣା ସତ୍ତ୍ବେ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଚାଲିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କହିଛନ୍ତି ଯେ  ଏଯାବତ ତ୍ରିବେଣୀ ସଙ୍ଗମରେ ୫୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି ଏବଂ ଏହି ପ୍ରକ୍ରିୟା ଆଗାମୀ ୯ ଦିନ ପର୍ଯ୍ୟନ୍ତ ଜାରି ରହିବ। ଆଜି ମହା‌କୁମ୍ଭ ମେଳାର ୩୬ତମ ଦିବସ।   ଆଗକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢ଼ିବା ଅନୁମାନ କରାଯାଉଛି।  ମୁଖ୍ୟମନ୍ତ୍ରୀ  କହିଛନ୍ତି,  ଏହା ଆମ ଦେଶର ସାମର୍ଥ୍ୟକୁ ପ୍ରତିପାଦିତ କରୁଛି ଏବଂ ଲୋକମାନେ ଉତ୍ତରପ୍ରଦେଶ ଗସ୍ତ ପାଇଁ ସୁଯୋଗ ପାଇପାରୁଛନ୍ତି।  ଯୋଗୀ କହିଛନ୍ତି,  ୫୦୦ ବର୍ଷର ଅପେକ୍ଷା ଶେଷ ହୋଇଛି ଏବଂ ଏବେ ଆମେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରିପାରୁଛେ। ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ଡିଜି ଜିପି ସିଂହ ଏଠା‌‌ରେ ଉତ୍ତରପ୍ରଦେଶ ପୁଲିସ, ସିଆରପିଏଫ୍‌ ଏବଂ ଅନ୍ୟ ସଂସ୍ଥା ମଧ୍ୟରେ ତାଳମେଳକୁ ପ୍ରଶଂସା କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button