ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା। ୯ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀ କେନ୍ଦ୍ରରେ ପ୍ରବେଶ କରିବେ । ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ଅପରାହଣ ଗୋଟାଏ ଯାଏ ଚାଲିବ । ପ୍ରଥମ ଦିନ ଯୁକ୍ତ ୨ ବିଜ୍ଞାନରେ ସାହିତ୍ୟ ପରୀକ୍ଷା ହେବ । ୧ ହଜାର ୨୬୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।
ଚଳିତବର୍ଷ ପାଖାପାଖି ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳାରେ ସର୍ବାଧିକ ୨ଲକ୍ଷ ୪୭ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ହଜାର ୯୮୦, ବାଣିଜ୍ୟରେ ୨୫ହଜାର ୫୨୬ ଓ ଧନ୍ଦାମୂଳକରେ ୫ହଜାର ୭୨୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। କପି ରୋକିବା ପାଇଁ ପଞ୍ଚ ସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପରିଚାଳନା ସୁଚାରୁ ରୂପେ କରିବା ପାଇଁ ପ୍ରତି କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ୫ ଶହ ସେଣ୍ଟରର ଲାଇଭ ଷ୍ଟ୍ରିମିଙ୍ଗ କରାଯାଉଛି ।
ଚଳିତବର୍ଷ ପ୍ରଥମ ଥର Non Practical ବିଷୟ ପାଇଁ ୨୦ ମାର୍କର internal assesment ରଖାଯାଇଛି । ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ ଅନଲାଇନରେ ଛାତ୍ରଛାତ୍ରୀଙ୍କ ମାର୍କ CHSE କୁ ପଠାଇବେ । Non Practical ପରୀକ୍ଷା ୮୦ ମାର୍କର କରାଯିବ। CBSE ଢାଞ୍ଚା ପରି MCQ ବା Objective ପ୍ରଶ୍ନକୁ ଗୁରୁତ୍ୱ ଦିଆଯାଇଛି । ୧୧୦ଟି Upgraded Higher Secondary School ରହିଛି । ସମସ୍ତ ବିଷୟରେ ପରୀକ୍ଷା ସରିବାର ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ।



