ଦେଶ ବିଦେଶ

ଆଜି ଜଣାପଡ଼ିବ କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଦିଲ୍ଲୀରେ ପୁଣି ଥରେ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। କ୍ଷମତାକୁ ଫେରିବାର ଏଗାର ଦିନ ପରେ ବିଜେପି ବୁଧବାର ଦିନ ଦଳର ଦିଲ୍ଲୀ ୟୁନିଟ୍ କାର୍ଯ୍ୟାଳୟରେ ନୂତନ ମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବା ପାଇଁ ବିଧାୟକ ଦଳ ବୈଠକ କରିବ ବୋଲି ସୂଚନା ରହିଛି।

ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଗୁୁରୁବାର ଦିନ ୧୨ ଟାରେ ପ୍ରତୀକାତ୍ମକ ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ। ଦିଲ୍ଲୀର ନବନିର୍ବାଚିତ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ, ସେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ତାଙ୍କ ବାସଭବନରେ ଭେଟି କ୍ଷମତା ପାଇଁ ଦାବି କରିବେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସମୟ ପରିବର୍ତ୍ତନ କରାଯାଇଛି। ଫେବ୍ରୁଆରି ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଏହି ସୂଚନା ମିଳିଛି। ପୂର୍ବରୁ ଅପରାହ୍ନ ସାଢ଼େ ୪ଟାରେ ଶପଥ ଗ୍ରହଣ ହେବାର ଥିଲା।

ଫେବ୍ରୁଆରି ୮ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାର ଇତିମଧ୍ୟରେ ୧୧ ଦିନ ବିତିଯିବା ପରେ ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିନାହିଁ। ଏହାକୁ ନେଇ ଆପ୍ ପକ୍ଷରୁ ବିଜେପିକୁ ଟାର୍ଗେଟ୍ କରାଯାଇଛି ।

ଆପ୍ ର ଦିଲ୍ଲୀ ରାଜ୍ୟ ଆବାହକ ଗୋପାଳ ରାୟ କହିଛନ୍ତି ଯେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଏପରି ହେଉଛି ଯେ  ବିବାହ ଶୋଭାଯାତ୍ରା ପ୍ରସ୍ତୁତ ଅଛି, ମଣ୍ଡପ ମଧ୍ୟ ପ୍ରସ୍ତୁତ ଅଛି, କିନ୍ତୁ ବର କିଏ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button