ଦେଶ ବିଦେଶ

ଅସୁସ୍ଥ ହୋଇପଡିଲେ ସୋନିଆ ଗାନ୍ଧୀ, ଚିକିତ୍ସାଳୟରେ ଭର୍ତ୍ତି

ଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ । ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ସୋନିଆ ଗାନ୍ଧୀଙ୍କୁ ନିୟମିତ ଯାଞ୍ଚ ପାଇଁ ଭର୍ତ୍ତି କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଅର୍ଥାତ ଗତକାଲି  ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ତାଙ୍କ ସ୍ବାସ୍ଥରେ  ଉନ୍ନତି ହୋଇଛି ତେଣୁ ଶୁକ୍ରବାର ସକାଳ ସୁଦ୍ଧା ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ ବୋଲି ଜଣାପଡିଛି । ତେବେ ସୋନିଆ ଗାନ୍ଧୀଙ୍କ ବୟସ ୭୮ ବର୍ଷ । ତାଙ୍କୁ ଫେବୃଆରୀ ୧୩ ତାରିଖରେ ସଂସଦର ବଜେଟ ଅଧିବେଶନ ସମୟରେ ରାଜ୍ୟସଭାରେ ସାଧାରଣରେ ଦେଖାଯାଇଥିଲା ।  ଫେବୃଆରୀ ୧୦ ତାରିଖରେ ସୋନିଆ ଗାନ୍ଧୀ ସରକାରଙ୍କୁ ଯଥାଶୀଘ୍ର ଜନଗଣନା ସାରିବାକୁ କହିଥିଲେ।

ସେ ଦାବି କରିଥିଲେ ଯେ ଦେଶର ପ୍ରାୟ ୧୪ କୋଟି ଲୋକ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସୁବିଧାରୁ ବଞ୍ଚିତ ଅଛନ୍ତି। ରାଜ୍ୟସଭାରେ ତାଙ୍କର ପ୍ରଥମ ଶୂନ୍ୟ କାଳରେ ଶ୍ରୀମତି ଗାନ୍ଧୀ କହିଥିଲେ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅଧୀନରେ ହିତାଧିକାରୀମାନଙ୍କୁ ୨୦୧୧  ଜନଗଣନା ଅନୁସାରେ ଚିହ୍ନଟ କରାଯାଉଛି । ସର୍ବଶେଷ ଜନସଂଖ୍ୟା ସଂଖ୍ୟା ଅନୁସାରେ ନୁହେଁ ।

ସୋନିଆ ଗାନ୍ଧୀ ୨୦୧୩ ସେପ୍ଟେମ୍ବରରେ ୟୁପିଏ ସରକାର ଦ୍ୱାରା ପ୍ରଚଳିତ ଏନଏଫଏସଏକୁ ଦେଶର ୧୪୦ କୋଟି ଜନସଂଖ୍ୟା ପାଇଁ ଖାଦ୍ୟ ଏବଂ ପୁଷ୍ଟି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ । ଏହି ଆଇନ ଲକ୍ଷ ଲକ୍ଷ ଦୁର୍ବଳ ପରିବାରକୁ ବିଶେଷକରି କୋଭିଡ ୧୯ ସଙ୍କଟ ସମୟରେ  ଅନାହାରରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସୋନିଆ ଗାନ୍ଧୀ କହିଥିଲେ  ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button