ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମଙ୍କ ପାର୍ଥିବ ଶରୀର, ବାସଭବନରେ ଶେଷ ଦର୍ଶନ

ଭୁବନେଶ୍ୱର : ଅଫେରା ରାଇଜରେ ଓଲିଉଡର ଅପ୍ରତିଦ୍ବନ୍ଦ୍ବୀ ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ ଉତ୍ତମ ମହାନ୍ତି । ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯିବ ପାର୍ଥିକ ଶରୀର । ବାସଭବନରେ ହେବ ଅନ୍ତିମ ଦର୍ଶନ । ବାସଭବନରେ ଉତ୍ତମଙ୍କ ଶେଷଯାତ୍ରା ପାଇଁ କୋକେଇ ବନ୍ଧା ଆରମ୍ଭ ହୋଇଥିବାବେଳେ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇସାରିଛି ।
ଉତ୍ତମ ମହାନ୍ତିଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ୬୭ ବର୍ଷ ବୟସରେ ଚିରବିଦାୟ ନେଇଛନ୍ତି ଉତ୍ତମ । ଲିଭର ସିରୋସିସରେ ଆକ୍ରାନ୍ତ ଥିଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ଫେବ୍ରୁଆରୀ ୮ ତାରିଖରେ ତାଙ୍କୁ ଭୁବନେଶ୍ବରରୁ ମେଦାନ୍ତ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା । ତା ପୂର୍ବରୁ ସେ ଭୁବନେଶ୍ବର କିମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫଟ କରାଯାଇଥିଲା ।