ଦେଶ ବିଦେଶ

ଛାଡ଼ପତ୍ର ପ୍ରକ୍ରିୟା ଭୟରେ ଜୀବନ ହାରିଲେ ପ୍ରତାରିତ ସ୍ବାମୀ

ଆଗ୍ରା: ଆଜିକାଲି ଆତ୍ମହତ୍ୟାରେ ଅନେକ ଯୁବପିଢ଼ିଙ୍କ ଜୀବନ ଯାଉଥିବା ବେଳେ ପୁଣି ସେଇଭଳି ଆତ୍ମହତ୍ୟାର ଏକ କରୁଶ ଚିତ୍ର ନଜରକୁ ଆସିଛି। ଜଣେ ବ୍ୟକ୍ତି ନିଜ ଜୀବନ ହାରିଥିବା ବେଳେ ତାହା ପଛରେ ତାଙ୍କ ପତ୍ନୀଙ୍କ ହାତ ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ଭଉଣୀ।

ଜୀବନ ହାରିଥିବା ବ୍ୟକ୍ତଙ୍କ ଭଉଣୀ ଆକାଂକ୍ଷା ଶର୍ମା ଅଭିଯୋଗ ଆଣି ପ୍ରକାଶ କରିଛନ୍ତି ଯେ ନିକିତାଙ୍କ ସହିତ ନିଜ ବିବାହ ଭାଙ୍ଗିବାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ତାଙ୍କ ଭାଇ। ଆଜିକାଲି ଛାଡ଼ପତ୍ର ମାମଲାରେ ‌ଯେଉଁ ଭଳି ପୁରୁଷମାନେ ଚାପି ହୋଇ ପଡୁଛନ୍ତି ତାହା ଚିନ୍ତା କରି କରି ତାଙ୍କ ଭାଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ।

ସମସ୍ତ ଆଇନ ମହିଳାଙ୍କ ସପକ୍ଷରେ ଯାଉଥିବାରୁ ତାଙ୍କ ଭାଇ ନିରାଶ ହୋଇ ପଡ଼ିଥିଲେ ବୋଲି ପୀଡିତଙ୍କ ଭଉଣୀ କହିଛନ୍ତି। ୨୦୨୫ ମସିହା‌ ଜାନୁଆରି ମାସରେ ନିକିତାଙ୍କର ଅନ୍ୟ ଜଣଙ୍କ ସହ ପରକୀୟା ପ୍ରୀତି ଅଛି ବୋଲି ଜାଣିବା ପରେ ଉଭୟ ପତି-ପତ୍ନୀ ଆପୋସ ବୁଝାମଣାରେ ଛାଡ଼ପତ୍ର ଦେବାକୁ ସ୍ଥିର କରିଥିଲେ। ହେଲେ ତାଙ୍କୁ ବାରମ୍ବାର କୁହାଯାଇଥିଲା ଯେ ଛାଡ଼ପତ୍ର ଏତେ ସହଜ ହେବନାହିଁ। ନିକିତାଙ୍କ ପ୍ରେମ ସମ୍ପର୍କ ଯୋଗୁ ସେ ମୃତ୍ୟୁବରଣ କରିନଥିଲେ, କିନ୍ତୁ ତାଙ୍କୁ ଅନୁଭବ କରାଯାଇଥିଲା ଯେ ଛାଡପତ୍ର ସହଜ ନୁହେଁ।’’ ସେଥିପାଇଁ ସେ ଜୀବନ ହାରିଥିବା ପୀଡ଼ିତଙ୍କ ଭଉଣୀ ଏକ ସାକ୍ଷାତ୍‌କାରରେ କହିଛନ୍ତି।

ଆକାଂକ୍ଷା ପ୍ରକାଶ କରିଛନ୍ତି ଯେ ପ୍ରିୟା ନାମକ ଜଣେ ମହିଳା ମାନବଙ୍କୁ ନିକିତା ଏବଂ ତାଙ୍କ ଦୁଇ ଭଉଣୀଙ୍କ ବିଷୟରେ ଜଣାଇଥିଲେ, ଅଭିଯୋଗ କରିଥିଲେ ଯେ ସେମାନେ ବିବାହିତ ପୁରୁଷମାନଙ୍କୁ ଫସାଇ ସେମାନଙ୍କ ଜୀବନ ନଷ୍ଟ କରିଦିଅନ୍ତି। ଯାହାପରେ ପୀଡ଼ିତ ମାନବ ଜାନୁଆରି ମାସରେ ବି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button