ଦେଶ ବିଦେଶ

ସ୍ତ୍ରୀଙ୍କ ଶବ ସହ ସାତ ଦିନ କାଟିଲେ ସ୍ୱାମୀ… ଓସ୍କାର ବିଜେତା ଅଭିନେତାଙ୍କୁ ନେଇ ଆସିଲା ଏମିତି ଖବର

ୱାସିଂଟନ: ମୃତ ସ୍ତ୍ରୀ ସହ ୭ ଦିନ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସିଏ ପୁଣି ଏମିତି ସେମିତି ଲୋକ ନୁହନ୍ତି ବରଂ ଓସ୍କାର ବିଜେତା । ଓସ୍କାର ବିଜେତା ତଥା ଅଭିନେତା ଜିନ୍ ହ୍ୟାକମ୍ୟାନଙ୍କ ମୃତ୍ୟୁ ଖବର ସମଗ୍ର ଚଳଚ୍ଚିତ୍ର ଶିଳ୍ପକୁ ସ୍ତବ୍ଧ କରି ଦେଇଛି । ଅଭିନେତା ଜିନ୍ ହ୍ୟାକମ୍ୟାନ୍ ଓ ତାଙ୍କ ପତ୍ନୀ ବେଟସିଙ୍କୁ ସନ୍ଦେହଜନକ ଭାବରେ ପୋଲିସ ମୃତଦେହ ଉଦ୍ଧାର କରିଛି ।

ଡାକ୍ତରୀ ରିପୋର୍ଟ ଅନୁଯାୟୀ, ବେଟସିଙ୍କ ମୃତ୍ୟୁ ‘ହାଣ୍ଟାଭାଇରସ୍ ପଲ୍ମୋନାରି ସିଣ୍ଡ୍ରୋମ୍’ ନାମକ ଏକ ଗମ୍ଭୀର ରୋଗରେ ହୋଇଥିଲା । ଏହି ରୋଗା ମୂଷାଙ୍କ ମାଧ୍ୟମରେ ବ୍ୟାପିଥାଏ ଏବଂ ଘାତକ ସାବ୍ୟସ୍ତ ହୋଇଥାଏ । ଜିନ୍ ହ୍ୟାକମ୍ୟାନ୍, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କ ପାଳିତ କୁକୁରକୁ ଫେବ୍ରୁଆରୀ ୨୬ ତାରିଖରେ ପୁଲିସ ନ୍ୟୁ ମେକ୍ସିକୋରେ ଥିବା ଘରୁ ଉଦ୍ଧାର କରିଥିଲା । ଜିନ୍ ହୃଦରୋଗରେ ପୀଡିତ ଥିବା ବେଳେ ସ୍ତ୍ରୀ ‘ହାଣ୍ଟାଭାଇରସ୍ ପଲ୍ମୋନାରି ସିଣ୍ଡ୍ରୋମ୍’ ନାମକ ଏକ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ ।

ଜିନ୍ ହାକମ୍ୟାନଙ୍କ ମୃତ୍ୟୁ ଫେବ୍ରୁଆରୀ ୧୭ ତାରିଖରେ ହୋଇଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ଫେବ୍ରୁଆରୀ ୧୧ ତାରିଖରେ ହୋଇଥିଲା। ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଜିନ୍ ହ୍ୟାକମ୍ୟାନ୍ ଅଲଜାଇମର୍ସରେ ପୀଡିତ ଥିଲେ, ଯାହା ଫଳରେ ସେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଜାଣି ନ ଥିବାର ସନ୍ଦେହ କରାଯାଉଛି । ତେଣୁ ସେ ତାଙ୍କ ମୃତ ସ୍ତ୍ରୀଙ୍କ ଶବ ସହିତ ଘରେ ଏକାକୀ ରହିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି କି ଜିନ୍‌ଙ୍କ ପେଟରେ କୌଣସି ଖାଦ୍ୟ ନଥିଲା । ଯେଉଁ କାରଣରୁ ସେ ଦୁର୍ବଳ ହୋଇପଡ଼ିଥିଲେ । ଖାଦ୍ୟ ଅଭାବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button