ସ୍ୱାସ୍ଥ୍ୟ

Seasonal Cough & Cold Home Remedy: ଥଣ୍ଡା, ଜ୍ଵର, କାଶ, କଫ ଓ ବନ୍ଦ ନାକକୁ ଏକାଥରେ ଭଲ କରିବାର ଚମତ୍କାରୀ ଘରୋଇ ଉପାୟ ( Healthy Tips )

ନମସ୍କାର ବନ୍ଧୁଗଣ । ଶୀତ ଦିନ ର ଶୀତଳ ପାଗ ର କାରଣ ରୁ ଥଣ୍ଡା କାଶ ଭଳି ସମସ୍ଯା ଦେଖା ଦେବା ଏକ ସାଧାରଣ କଥା ଅଟେ । ଏପରି ରେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଘରୋଇ ଉପଚାର ଯାହାକୁ ଆପଣ ଘରେ ଅତି ହିଁ ସହଜ ରେ ପ୍ରସ୍ତୁତ କରି ପାରିବେ । ଆଜିର ଏହି ଉପଚାର ଟିକୁ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ହିଁ ସେବନ କରି ପାରିବେ । ଶୀତ ବଢିଯିବା କାରଣ ରୁ ଘରେ ଥଣ୍ଡା ଜ୍ଵର ତଥା କଫ କାଶ ଭଳି ସମସ୍ଯା ଦେଖିବାକୁ ମିଳୁଛି ।

ଏପରି ରେ ଆପଣ ଏଥିରୁ ରକ୍ଷା ପାଇବାକୁ ହେଲେ ପଥମେ କିଛି ଗୋଲମରୀଚ କୁ ନେଇ ନିଅନ୍ତୁ । ଏହା ପରେ ଆପଣ 4 ଟି ଫୁଲ ଥିବା ଲବଙ୍ଗ କୁ ନେଇ ନିଅନ୍ତୁ । ଏହା ପରେ କିଛି ଛୋଟ ଛୋଟ ଡାଲଚିନି ର ଖଣ୍ଡ କୁ ମଧ୍ୟ ଆପଣ ନେଇ ନିଅନ୍ତୁ । ବର୍ତ୍ତମାନ ଏହି ସବୁ କୁ ବାଟି ବା ଛେଚି ତାର ଏକ ଫାଇନ ପାଉଡର ପ୍ରସ୍ତୁତ କରି ନିଅନ୍ତୁ ।

ବର୍ତ୍ତମାନ ଆପଣ ଙ୍କର ଦୁଇ ଇଞ୍ଚ ଲମ୍ବା ର ଏକ ଅଦା ର ଆବଶ୍ୟକ ପଡିବ । ଆପଣ ଅଦା କୁ ଛେଚି ତାର ଏକ ଚାମଚ ରସ ବାହାର କରି ନିଅନ୍ତୁ । ଅଦା ରସ ଥଣ୍ଡା କାଶ ପାଇଁ ରାମବାଣ ଔଷଧ ପରି କାମ କରିଥାଏ । ବର୍ତ୍ତମାନ ଆପଣ ଏହି ଅଦା ରସ ରେ ଆଗରୁ ଗୁଣ୍ଡ କରି ରଖିଥିବା ଗରମ ମସଲା ମାନଙ୍କୁ ପକାଇ ଦିଅନ୍ତୁ ।

ବର୍ତ୍ତମାନ ଆପଣ ଏଥିରେ 1/4 ଟି ସ୍ପୂନ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ । ଏହାପରେ ଏଥିରେ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ହୋମ ମେଡ କଫ ଶିରପ ବନି ପ୍ରସ୍ତୁତ । ଆପଣ ଏହାକୁ କେବେ ମଧ୍ୟ ଆଗରୁ ବନେଇ ରଖନ୍ତୁ ନାହିଁ ।

ଯେତେବେଳେ ଆପଣଙ୍କୁ ଏହାର ଆବଶ୍ୟକ ସେହି ସମୟ ରେ ହିଁ ଆପଣ ଏହାକୁ ପ୍ରସ୍ତୁତ କରନ୍ତୁ । ତାହାଛଡା 17 ବା 18 ବର୍ଷ ରୁ ଅଧିକ ବୟସ ର ଲୋକ ଯଦି ଏହାର ସେବନ କରିବାକୁ ଚାହିଁବେ, ତେବେ ସେ ଏଥିରୁ ଏକ ଚାମଚ ସେବନ କରି ପାରିବେ । ସେ ଦିନ କୁ ଦୁଇ ତାହର ବା ତିନିଥର ଏହାର ଏକ ଏକ ଚାମଚ କରି ସେବନ କରି ପାରିବେ ।

4 ବର୍ଷ ରୁ ଉପରକୁ ପିଲା ମାନଙ୍କୁ ଆପଣ ଏହାର ଅଧ ଚାମଚ ପିଇବାକୁ ଦିଅନ୍ତୁ । ଦିନକୁ 3 ରୁ 4 ଥର ଆପଣ 4 ବର୍ଷ ର ଉପର ପିଲା ମାନଙ୍କୁ ଆପଣ ଏହା ଦେଇ ପାରିବେ । 4 ବର୍ଷ ରୁ କମ ପିଲା ମାନଙ୍କୁ ଆପଣ ଏହାକୁ କେବଳ ଆଙ୍ଗୁଳି ରେ ଅଳପ ମାତ୍ର ରେ ନେଇ ହିଁ ଚଟେଇ ପାରିବେ ।

ଏହାର ସେବନ ମାତ୍ରେକେ ହିଁ ଆପଣ ଦେଖି ପାରିବେ କି ଥନଦ କାଶ ଭଳି ସବୁ ସମସ୍ଯା ରୁ ଆପଣ ସଙ୍ଗେ ସଙ୍ଗେ ହିଁ ମୁକ୍ତ ହୋଇ ପାରିବେ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଭଲ ଲାଗିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button