ବିଚାର

ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପାଇଁ କରନ୍ତୁ ନାହିଁ ଏପରି କାମ, ନହେଲେ ମା ଲକ୍ଷ୍ମୀ ହୋଇପାରନ୍ତି ତୁଷ୍ଟ

ଚଳିତ ବର୍ଷ ମାର୍ଗଶିର ମାସ ନଭେମ୍ବର ୨୮ ରୁ ଆରମ୍ଭ ହୋଇ ଡିସେମ୍ବର ୨୬ ପର୍ଯ୍ୟନ୍ତ ପାଳିତ ହେବ । ଓଡ଼ିଆ ମାସ ମଧ୍ୟରୁ ମାର୍ଗଶିର ମାସକୁ ବିଶେଷ ଭାବେ ଗୁରୁତ୍ଵ ଦିଆ ଯାଇଥାଏ । ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ । ଏହି ମାସରେ ପ୍ରାୟ ୫ କି ୪ ପାଳି ଧରି ପାଳିତ ହୋଇଥାଏ ମାଣବସାର ପର୍ବ । ଯାହାକୁ ନେଇ ଏକ ଚିରା ଚରିତ କାହାଣୀ ମଧ୍ୟ ରହିଛି।

Maa laxmi

ଲକ୍ଷ୍ମୀଙ୍କ ପୂଜାରେ ବିଶେଷ କରି ବିଭିନ୍ନ କ୍ଷେତ୍ରକୁ ଧ୍ୟାନରେ ରଖା ଯାଇଥାଏ । ଅତି ନିଷ୍ଠା ଓ ଶ୍ରଦ୍ଧାର ସହିତ ପାଳିତ ହୋଇଥାଏ ଏହି ପର୍ବ । ହେଲେ କଣ ଆପଣ ଜାଣନ୍ତି ଏହି ମାଣବସା ସମୟରେ କେଉଁ ସବୁ ଭୁଲ୍ ପାଇଁ ମା ଲକ୍ଷ୍ମୀ ରାଗିଥାନ୍ତି। ଏବଂ ଆପଣ ଯେତେ ଧ୍ୟାନର ସହିତ ପୂଜା କରିଥିଲେ ମଧ୍ୟ ଯଦି ଏହି ଭୁଲ୍ କରୁଥାନ୍ତି ତେବେ ଆସନ୍ତୁ ଜାଣିବା ଆମର କେଉଁ ସବୁ ଭୁଲ୍ ପାଇଁ ଆମେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ବଞ୍ଚିତ ହୋଇଥାଉ ଏବଂ ଆମକୁ ସର୍ବଦା ଦାରିଦ୍ର୍ୟତା ଘାରି ରହିଥାଏ ।

• ବିଶେଷ କରି ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ମା ଧୂପ , ଦୀପ କି ଭୋଗରେ  ନୁହନ୍ତି ବରଂ ଆପଣଙ୍କ ଚତୁର୍ପାର୍ଶ୍ୱରେ  ଥିବା ସ୍ବଚ୍ଛତା ଦେଖି ପ୍ରସନ୍ନ ହୋଇଥାନ୍ତି ।

• ମା ପୂଜାରେ ସନ୍ତୁଷ୍ଟ ହୋଇ ଚଣ୍ଡାଳୁଣୀ ଘରକୁ ଯିବା କଥା ତ ଆମେ ଜାଣିଛେ। ଠିକ୍ ସେହିପରି ମାଙ୍କ ଆଶୀର୍ବାଦ ପ୍ରାପ୍ତି ଚାହୁଁଥିଲେ ନିଜ ମନରେ ଉଚ୍ଚ ନୀଚ୍ଚ ଜାତିର ମନୋଭାବ ରଖନ୍ତୁ ନାହିଁ ।

• ଅଧିକ ଡେରି ଯାଏଁ ସୁଅନ୍ତୁ ନାହିଁ । ବିଶେଷ କରି ପ୍ରାତଃ ସମୟରେ ସକାଳୁ ଉଠନ୍ତୁ ।

• ବଡ ପ୍ରତି ସମ୍ମାନ ଓ ସାନ ମାନଙ୍କୁ ସ୍ନେହ କରନ୍ତୁ ।

• ଘରେ ମାଣ ବସିଥିବା ସମୟରେ ଧାନ , ତେଲ କିମ୍ବା ଲୁଣ ଦାନ କରନ୍ତୁ ନାହିଁ।

• ମାଣବସା ଦିନ ଗାଈକୁ ଭୋଜନ କରାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button